ଆସିକା 22/09/23(ମନୋଜ କୁମାର ସାହୁ)ଆସିକା ଟେକ୍ନିକାଲ ଖେଳ ପଡିଆ ରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l ଆୟୋଜିତ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଧରାକୋଟ ଏବଂ ଆସିକା ବ୍ଲକ ର ଶ୍ରେଷ୍ଠ ଖେଳାଳି ମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଆଜିର ଉଦଘାଟନ କାର୍ଯ୍ୟକ୍ରମ ରେ କାର୍ଯ୍ୟକ୍ରମ ରେ ଆସିକା ବ୍ଲକ ଶିକ୍ଷା ଅଧିକାରୀ ମୁନ ରାଣୀ ମହାନ୍ତି, ଧରାକୋଟ ବ୍ଲକ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ, ବରିଷ୍ଠ କ୍ରୀଡା ବିତ ଦିଲୀପ ପାଣିଗ୍ରାହୀ, ଏମ ତାରିଣୀ ସେନାପତି, ସତ୍ୟ ନାରାୟଣ ସ୍ୱାଇଁ,ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର ଏବଂ ବିଭୂ ନନ୍ଦନ ପଣ୍ଡା, ପ୍ରଦୀପ ହୋତା ପ୍ରମୁଖ ଯୋଗ ଦେଇଥିଲେ l l ଆସିକା ବ୍ଲକ ଏବଂ ଧରାକୋଟ ବ୍ଲକ ର 320 ଜଣ ଖେଳାଳି ର 04 କଲେଜ ରୁ 36ଜଣ ଛାତ୍ର, ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଦ୍ୟାଳୟ ରୁ ଆସିଥିବା ବରିଷ୍ଠ ଏବଂ କନିଷ୍ଠ ବିଭାଗ ର କବାଡି, ଖୋ ଖୋ,(ପୁରୁଷ ଓ ମହିଳା )ଦଳ ର ଅଲଗା ଅଲଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ପ୍ରତିଯୋଗିତାରେ ସିମାଞ୍ଚଳ ସେଠୀ, ଶିବ ଶଙ୍କର ଜେନା, ପଦ୍ମ ଚରଣ ବିଶୋଇ, ସୁବ୍ରତ ଚରଣ ପଣ୍ଡା, ସମ୍ପାଦିକା ଇନ୍ଦିରା ଦାସ,ଶୁଭଶ୍ରୀ ତ୍ରିପାଠୀ,ଦୀପମାଳା ବେହେରା, ଚନ୍ଦ୍ର କଳା ସାହୁ, ମାମୁନି ବିଶ୍ୱାଳ, ଜାନକୀ ରାଉତ,ପ୍ରତାପ କୁମାର ମହାପାତ୍ର ଏବଂ କୈଳାଶ ଗୌଡ଼ ସ୍ବଦେଶ ଦଳାଇ ପ୍ରମୁଖ ପରିଚଳନା କରୁଥିଲେ l ଆସିକା ବ୍ଲକ ଓ ଧରାକୋଟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର 50 ରୁ ଉର୍ଦ୍ଧ ଜଣ କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ ବିଭିନ୍ନ ବିଭାଗ ର ଖେଳ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରୁଥିଲେ l ଆଜିର ଏହି କ୍ରୀଡା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଦଳ କୁ ଗଞ୍ଜାମ ଜିଲ୍ଲା ବିଜୁଜନତା ଦଳର ଯୁବ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭଗବାନ ସାହୁ, ବିଇଓ ମୁନମୁନ ମହାନ୍ତି, ଲିଙ୍ଗରାଜ ସ୍ୱାଇଁ, ଦିଲୀପ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପୁରସ୍କୃତ କରିଥିଲେ l ଆଜିର 150 ଜଣ କୃତୀ ପ୍ରତିଯୋଗୀ ଆସନ୍ତା 25-28 ତାରିଖ ରେ ଛତ୍ରପୁର ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେଭାଗ ନେବେ ବୋଲି ବ୍ଲକ ଶିକ୍ଷା କ୍ରୀଡା ସଂଘ ପକ୍ଷରୁ ସୂଚନା ଦିଆଯାଇଛି l ଏହି କାର୍ଯ୍ୟକ୍ରମ କୁ ବ୍ଲକ ସ୍ତରୀୟ ବିଦ୍ୟାଳୟ କ୍ରୀଡା ସଂଘ ଆୟୋଜନ କରିଥିଲେ l