ପୁରୀ ବଳିଆପଣ୍ଡା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା।
ଦାଦାର ଭୁଜାଲି ମାଡ଼ରେ ପୁତୁରା ଗୁରୁତର। ଭୁଜାଲି ମାଡର ଶିକାର ହୋଇଥିବା ପୁତୁରା ହେଉଛି ଶିବ ବେହେରା। ଚିକିତ୍ସା ପାଇଁ ଶିବକୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଡ଼ାକ୍ତର ତାକୁ କଟକ ସ୍ଥାନାନ୍ତର କରିଛନ୍ତି। ଛୁରା ମାଡ଼ରେ ଶିବ ପେଟରୁ ଅନ୍ତବୁଜୁଳା ବାହାରି ଯାଇଥିବା ଦେଖିବାକୁ ମିଳିଛି। ଗତ ବୁଧବାର ବିଳମ୍ୱିତ ରାତିରେ ଉଭୟ ଦାଦା ପୁତୁରାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦାଦା ଶଙ୍କର ବେହେରା ତାଙ୍କ ପୁତୁରା ଶିବ ବେହେରାକୁ ଏଭଳି ଆକ୍ରମଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ତେବେ ଅଭିଯୁକ୍ତ ଦାଦା ଫେରାର ଥିବାବେଳେ ପୋଲିସ ଟିମ୍ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।