//BREAKING//
Loading...

ରାଜରାସ୍ତା ରେ ପାଠପଢା ଚିନ୍ତା ରେ ଶିକ୍ଷକ ଅଭିଵାବକ


ଧରାକୋଟ,13/9/23(ମନୋଜ କୁମାର ସାହୁ)ସମୂହ ଛୁଟିରେ ଯାଇଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ। ରାଜରାସ୍ତାକୁ ଓହ୍ଲାଇଛନ୍ତି ତିନି ଦଫା ଦାବି ପୂରଣ ପାଇଁ। ଏପଟେ ବିଦ୍ୟାଳୟରେ ତାଲା ଝୁଲୁଛି। ପାଠ ପଢା ଠପ ସାଙ୍ଗକୁ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ । ବହି ବସ୍ତାନି ଧରି ପିଲାଏ ବିଦ୍ୟାଳୟ ମୁହଁରୁ ଫେରି ଖେଳ କୁଦରେ ମତିଛନ୍ତି । ଅନ୍ୟ ପଟରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପିଲାଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ଏମିତି ଚିତ୍ର ଦେଖିବାକୁ ମିଳିଛି ଆଜି ଧରାକୋଟ ବ୍ଲକର ବିଭିନ୍ନ ଗାଁ ଗୁଡିକରେ । Auptf ରାଜ୍ୟ ସଙ୍ଘର ଡାକରାରେ ସାମିଲ ହୋଇ ଧରାକୋଟ ବ୍ଲକର ପ୍ରାଥମିକ, ଉଚ୍ଚ ପ୍ରାଥମିକ,ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟରତ 18 ଗୋଟି କ୍ଲଷ୍ଟର ପ୍ରାୟ 300 ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପ୍ରତୀକ ଧାରଣା ରେ ବସିଛନ୍ତି । auptf ର ବ୍ଲକ ସଭାପତି ସୂକ୍ରୁ ବେହେରା,ସମ୍ପାଦକ ସନ୍ତୋଷ ପଟ୍ଟନାୟକ,nps ବ୍ଲକ ସଭାପତି ରାଜେନ୍ଦ୍ର ଗୌଡ଼,ସମ୍ପାଦକ ଜନାର୍ଦ୍ଦନ ନାୟକ,ex କ୍ୟାଡ଼ର ବ୍ଲକ ସଭାପତି ଅରୁଣ ପଟ୍ଟନାୟକ ଓ ସମ୍ପାଦକ ସନ୍ତୋଷ ସ୍ୱାଇଁ ପ୍ରମୁଖଙ୍କ ନେତୃତ୍ୱରେ ଆଜି ସମୂହ ଛୁଟିରେ ଶିକ୍ଷକ ମାନେ ରହିଥିବା ନେଇ ଏକ ଲିଖିତ ଦାବିପତ୍ର ବି ଇ ଓ ଲିଙ୍ଗରାଜ ସ୍ବାଇଁ ଙ୍କୁ ପ୍ରଦାନ କରାଯାଇଥିଲା ।ଚାଲିଥିବା ଏହି ଧାରଣା ସମ୍ପର୍କରେ ଆଲୋଚନା ବେଳେ କର୍ମକର୍ତ୍ତା ମାନେ ରାଜ୍ୟ ସଙ୍ଘର ଘୋଷଣା ପ୍ରକାରେ ଏହା କରାଯାଇଛି ଓ ଅନିର୍ଦ୍ଦିଷ୍ଟ କାଳ ଦାବୀ ପୂରଣ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବି ଇ ଓ ଙ୍କ ସହ ଯୋଗାଯୋଗ ବେଳେ ଶିକ୍ଷକ ମାନଙ୍କ ଧାରଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଅଭିଭାବକ ମାନଙ୍କ ସହ ଆଲୋଚନା ବେଳେ ରାଜ୍ୟ ସରକାର ଯଥାଶୀଘ୍ର ଆନ୍ଦୋଳନ ରତ ସଂଘର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ ନହେଲେ ପିଲାଙ୍କ ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ରହିଛି ବୋଲି ପ୍ରକାଶ କରିଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe