ଯୋଡା, ୨୩ା୯(ସଂଘର୍ଷ ) କେନ୍ଦୁଝର ଜିଲା ଯୋଡା ବ୍ଲକ ବିରିକଳା ପଞ୍ଚାୟତର ବିଲେଇପଦା ଠାରେ ଅବସ୍ଥିତ ଛାତ୍ର ପ୍ରଗତୀ ଯୁବକ ସଂଘ ଆନୁକୂଲ୍ୟରେ ପବିତ୍ର ଗଣେଶ ପୂଜା ୪ ଦିନ ଧରି ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ଦୀର୍ଘ ୨୪ ବର୍ଷ ଧରି ବିଲେଇପଦା ଅଞ୍ଚଳର ବେଶ ସୁନାମ ଅର୍ଜନ କରିଥିବା ଛାତ୍ର ପ୍ରଗତୀ ଯୁବକ ସଂଘ ବିଭିନ୍ନ ସାମାଜିକ କ୍ଷେତ୍ରରେ ବେଶ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛନ୍ତି । ଏହି ଅବସରରେ ଗୁରୁବାର ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡ ଦେଓଝର ପ୍ଲାଣ୍ଟର ସାମାଜିକ ଦାୟିତ୍ୱବୋଧ ଅଧିକାରୀ ପ୍ରଣବ ଦାସ, ବିଶିଷ୍ଟ ଶିଳ୍ପପତି ରାଜା ପଟ୍ଟନାୟକ, ସମାଜସେବୀ ଅନମୋଲ ଦାସ, ବିରିକଳା ପଞ୍ଚାୟତ ସମିତି ସଭ୍ୟ ଜ୍ଞାନରଞ୍ଜନ ଖୁଣ୍ଟିଆ, ନାଏବ ସରପଞ୍ଚ ଶକୁନ୍ତଳା ଖିଲାର, ରଞ୍ଜିତ ନାଏକ ପ୍ରମୁଖ ମଞ୍ଜାସିନ ରହିଥିଲେ । ଯୁବକ ସଂଘ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀ ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥି ସହିତ ନିଜ ଦେଶ ତଥା ରାଜ୍ୟ ସହ ନିଜ ଅଞ୍ଚଳ ପାଇଁ ଆନ୍ତଃର୍ଜାତୀକ ସ୍ଥରରେ ସୁନାମ ଅର୍ଜନ କରିଥିବା ଉଷୁ ଖେଳାଳି ରମେଶ ମୁଣ୍ଡାଙ୍କ ସହ ସାମ୍ବାଦିକ ନିର୍ମଳ ପତି, ସାମ୍ବାଦିକା ସରୋଜିନୀ ଶତପଥି ଏବଂ ଶିକ୍ଷୟତ୍ରୀ, ସମାଜସେବୀ, ଆଦର୍ଶ ଛାତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଛାତ୍ର ପ୍ରଗତୀ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମ ପରିଚାଳନା ହୋଇଥିବା ବେଳେ ସଂଘର ଏତାଦୃଶ୍ୟ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ସଂଘର ସଭାପତି ବିରସିଂ ମୁଣ୍ଡା, ସମ୍ପାଦକ ନରେଶ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର କର୍ମକର୍ତ୍ତା ରଞ୍ଜିତ ବାରିକ, ସଞ୍ଜିତ ବାରିକ, ଦଶରଥ ମୁଣ୍ଡା, ପୁରୁଷୋତ୍ତମ ସାହୁ, ଅଂଶୁମାନ କାରୁଆ, ଲେଟ ହୋନହାଗା, ସୁଶାନ୍ତ ହୋନହାଗା, ଜୌନି ଦାସଙ୍କ ସହିତ ଅନ୍ୟ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।
ବିଲେଇପଦା ଛାତ୍ର ପ୍ରଗତୀ ଯୁବକ ସଂଘ ପକ୍ଷରୁ ଗଣେଷ ପୂଜା ପାଳିତ
By: SANGHARSA TV
0


