ଗୁରୁର ମର୍ଯ୍ୟାଦା ନାହିଁ ଗୁରୁଦିବସ କାହା ପାଇଁ !
13 ଗୋଟି ବ୍ଲକ ଗ୍ରାଣ୍ଟ ସ୍କୁଲ ରେ ପାଳନ ହେବନି ଗୁରୁ ଦିବସ
ଆସିକା 04/09/23(ମନୋଜ କୁମାର ସାହୁ)ସମାଜ ରେ ଗୁରୁ ଶିଷ୍ୟ ପରମ୍ପରା ଏକ ଅନନ୍ୟ ଅଟେ l ଗୁରୁ ହେଉଛନ୍ତି ଦେବତା ସମାନ l ସ୍କୁଲ କଲେଜ, ମାନଙ୍କ ରେ ବିଦ୍ୟାର୍ଥୀ ମାନେ ସେମାନଙ୍କ ଗୁରୁ ମାନଙ୍କୁ ଭାବ ଭକ୍ତି ରେ ସଂମ୍ମାନିତ କରି ଆଶ୍ରିବାଦ ନେବାକୁ ଆସିଥାନ୍ତି ସେପ୍ଟେମ୍ବର 05 ତାରିଖ ଦିନ l ଏଥର କିନ୍ତୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ( ଓଷ୍ଟା )ଦ୍ୱାରା ଅନୁବନ୍ଧିତ ବ୍ଲକ ଗ୍ରାଣ୍ଟ ସ୍କୁଲ ଶିକ୍ଷକ ମାନେ ସାରା ରାଜ୍ୟରେ ଗୁରୁ ଦିବସ ଦିନ ବିଦ୍ୟାଳୟ ବନ୍ଦ କରି କଳା ବ୍ୟାଜ ପରିଧାନ କରି ନିଜର ହକ ପାଇଁ ଭୁବନେଶ୍ୱର ରେ ଲଢେ଼ଇ କରିବେ l ଗୁରୁ ଦିବସ କୁ ମର୍ଯ୍ୟାଦା ଦିବସ ରୂପେ ପାଳନ କରିବେ l ଆସିକା ବ୍ଲକ ର 13 ଗୋଟି ବିଦ୍ୟାଳୟ ତଥା ନଳବଣ୍ଟା,କର୍ଣ୍ଣଳି,, କାଳଷଣ୍ଢ ପୁର, କେ. ରାଇସିଂ ପୁର, ମଣ୍ଟାପଡା, ଭେଟନଇ, ସିଦ୍ଧାନଇ, ଆଲିପୁର, ବାବନପୁର (ବାଳିକା )ପାଣ୍ଡିଆପଥର, ବେଣାପାଟ, କମାଗଡ଼, ଗହଙ୍ଗୁ ବିଦ୍ୟାଳୟ ମାନଙ୍କ ରୁ 130 ଜଣ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସମସ୍ତେ ବିଦ୍ୟାଳୟ ବନ୍ଦ କରି ଭୁବେନେଶ୍ୱର ଯିବା ନିମନ୍ତେ ସ୍ଥିର କରିଛନ୍ତି l ରାଜ୍ୟ ସରକାର ଏହି ଶିକ୍ଷକ ମାନଙ୍କୁ ବାରମ୍ବାର ପ୍ରତିଶୃତି ଦେଇ ତାହା ପାଳନ କରୁନଥିବା ହେତୁ ଶିକ୍ଷକ ଓ କର୍ମଚାରୀ ସଂଘ ସ୍କୁଲ ବନ୍ଦ ଡାକରା ଦେଇଛନ୍ତି l ପ୍ରକାଶ ଥାଉ କି ଗତ ମାସ 16 ଠାରୁ 18 ତାରିଖ ଦିନ ଓଷ୍ଟା ପକ୍ଷରୁ ସେମାନଙ୍କ ବିଭିନ୍ନ ଦାବୀ ଗୁଡିକ ଜଣାଇଥିଲେ l ଶିକ୍ଷକ ମାନେ ଅବସର ପରେ ପେନସନ ବ୍ୟବସ୍ଥା ଲାଗୁ କରିବା,ଶିକ୍ଷକ ମାନଙ୍କୁ ସପ୍ତମ ବେତନ ଲାଗୁ କରିବା,2800,2200,1900 ଗ୍ରେଡ଼ପେ ରେ ଥିବା ଅସଂଗତି ଦୂର କରିବା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ବୃଦ୍ଧି, ବରିଷ୍ଠତା ଲାଗୁ କରିବା,ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସ୍କୁଲକୁ ସରକାରୀ କରଣ,ଅଵସର ବୟସ 60 ବର୍ଷ ରୁ 62 ବର୍ଷ କୁ ବୃଦ୍ଧି କରିବା,2004-2013 ନିଯୁକ୍ତି ଶିକ୍ଷକ ମାନଙ୍କୁ ବାର୍ଷିକ ଦରମା ବୃଦ୍ଧି ନିମନ୍ତେ ସରକାର ପାଖରେ ଦାବୀ ଉପସ୍ଥାପନ କରିଥିଲେ l ରାଜ୍ୟ ସରକାର ସପ୍ତାହ ସମୟ ମାଗିଥିଲେ l ତାପରେ ମଧ୍ୟ ଦାବୀ ପୂରଣ ନହେବାରୁ ଗୁରୁଦିବସ ରେ ରାଜଧାନୀ ରେ ଏକାଠି ହେବେ l ଯଦି ରାଜ୍ୟ ସରକାର ଶୀଘ୍ର ପୂରଣ ନକରନ୍ତି ତେବେ ଆଗାମୀ ସେପ୍ଟେମ୍ବର 22 ତାରିଖ ରୁ ସମସ୍ତ ବିଦ୍ୟାଳୟ ର ଅଭିଭାବକ, ବିଦ୍ୟାର୍ଥୀ, ପରିଚାଳନା କମିଟି ଏବଂ କିଛି ଜନ ପ୍ରତିନିଧି ସମୂହ ମିଶି ବିଧାନସଭା ଘେରାଉ କରିବେ ବୋଲି ରାଜ୍ୟ ସମ୍ପାଦକ ରଞ୍ଜନ କୁମାର ଦାସ ଏବଂ ଓଷ୍ଠା ର ବ୍ଲକ ସଭାପତି ତାରାପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି l ଗଞ୍ଜାମ ଜିଲ୍ଲା ର 194 ଗୋଟି ବିଦ୍ୟାଳୟ ରହିଥିବା ବେଳେ 1007 ଜଣ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ସମୂହ ଗୁରୁ ଦିବସ କୁ ମର୍ଯ୍ୟାଦା ଦିବସ ପାଳନ କରିବା ପାଇଁ ଭୁବେନେଶ୍ୱର ଯିବା ନିମନ୍ତେ ସ୍ଥିର କରିଛନ୍ତି l