ଆସିକା-18/9/23(ମନୋଜ କୁମାର ସାହୁ)ଉଦଘାଟନ ହେଲା ଆସିକାରେ ନିର୍ମିତ ଶକ୍ତି କାଫେ. ଅତ୍ୟାଧୁନିକ ଶୈଳୀରେ ନିର୍ମିତ ଏହି ଶକ୍ତି କାଫେକୁ ଉଦଘାଟନ କରିଛନ୍ତି ବିଧାୟିକା ମଞ୍ଜୁଳା ସ୍ୱାଇଁ.ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ଏନ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା,ତହସିଲଦାର ସଞ୍ଜୟ ସାମନ୍ତରା, ବିଡିଓ ଫକୀର ଚରଣ ପରିଡା, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ସି ଡି ପି ଓ ଭାଗ୍ୟଲତା ପାତ୍ର ପ୍ରମୁଖ ଉପସ୍ଥିତିରେ ରହି ଏହି ଶକ୍ତି କାଫେକୁ ଉଦଘାଟନ କରାଯାଇଛି. ମିଶନ ଶକ୍ତି ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଶକ୍ତି କାଫେ କାର୍ଯ୍ୟ କରିବ ବୋଲି କହିଛନ୍ତି ସି ଡି ପି ଓ ଭାଗ୍ୟଲତା ପାତ୍ର .ମାଣ୍ଡିଆରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏହି ଶକ୍ତି କାଫେରେ ଉପଲବ୍ଧ ହେବା ସହିତ ଆଜି 16ପ୍ରକାର ଆଇଟମ ପ୍ରସ୍ତୁତ କରିଥିଲେ ମିଶନ ଶକ୍ତି ମହିଳା ମାନେ.ଏହି ଶକ୍ତି କାଫେରେ ଜନସାଧାରଣଙ୍କ ପାଇଁ ସୁହାଇଲା ଭଳି ମୂଲ୍ୟରେ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରାଯିବ ବୋଲି କହିଛନ୍ତି ବିଡିଓ ଫକୀର ଚରଣ ପରିଡା.ମିଶନ ଶକ୍ତି ମହିଳା ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରା ଯାଉଥିବା କହିଛନ୍ତି ବିଧାୟିକା ମଞ୍ଜୁଳା ସ୍ୱାଇଁ.ଆସିକାରେ ଏଭଳି କାଫେ ଉପଲବ୍ଧ ନଥିବା ବେଳେ ଏହାର ଚାହିଦା ନିହାତି ଭାବରେ ବଢିବ ବୋଲି କହିଛନ୍ତି ଏ ଏ ସି ଅଧ୍ୟକ୍ଷା ବିନେତା ସ୍ୱାଇଁ. ମହିଳା ମାନଙ୍କୁ ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ଏହିଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହାକ.