ଆସିକା ରେ ଶୀଘ୍ର ଭୂ -ବନ୍ଦୋବସ୍ତ କରିବାନେଇ ଦାବୀପତ୍ର ପ୍ରଦାନ
ଆସିକା ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜ୍ଞାପିତ ଅଂଚଳ ପରିଷଦ ରେ ବାସ କରୁଥିବା ଲୋକମାନଙ୍କୁ ଯଥା ଶୀଘ୍ର ପଟା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଜରିଆରେ ସ୍ଥାନୀୟ ତହସିଲଦାର ଙ୍କ ଦ୍ୱାରା ପ୍ରଦାନ କରିଛନ୍ତି l ଓଡିଶା ର ସର୍ବ ପୁରାତନ ସହର ଆସିକା l 1929 ମସିହା ପରଠାରୁ ଆସିକା କୁ 05 ଗୋଟି ରାଜସ୍ବ ଗ୍ରାମ କରି ରଖିଥିଲେ l ଆସିକା ସହର କୁ ନରସିଂହ ପଲ୍ଲୀ, ଖମ୍ବେଶ୍ବରୀ, ଆସିକା, ସୁନାମ୍ବ ଏବଂ ଲଛମାନ ପଲ୍ଲୀ କୁ ନେଇ 05 ଗୋଟି ମୌଜା ରେ ରଖିଛନ୍ତି l ଆସିକା ଓକିଲ ସଂଘ,ଆସିକା ସଚେତନ ନାଗରିକ ମାନଙ୍କ ବହୁ ଆନ୍ଦୋଳନ ପରେ ରାଜ୍ୟ ସରକାର ନୂତନ ଭୂ -ବନ୍ଦୋବସ୍ତ କରିବା ପାଇଁ 2017 ମସିହାରେ ଏକ ବିଜ୍ଞପ୍ତି ପ୍ରକାଶ କଲେ l ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଳ୍ପ କର୍ମଚାରୀ ଆସି କାମ ରେ ଲାଗିଥିଲେ l କିଛି ଦିନ ପରେ ତାହା କର୍ମଚାରୀ ଅଭାବ ରୁ କିମ୍ୱା ଆର୍ଥିକ ଖର୍ଚ୍ଚ କାରଣ ରୁ ହେଉ ତାହା ପ୍ରାୟ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳୁଛି l ଯାହା ଫଳରେ ଲୋକ ମାନଙ୍କ ଭୋଗ ଦାଖଲରେ ଥିବା ଘର, ଜମି ର ପଟ୍ଟା ନଥିବାରୁ ରାଜ୍ୟ ସରକାର ଙ୍କ ନୂତନ ନିୟମ ଅନୁସାରେ କ୍ରୟ ବିକ୍ରୟ ହୋଇପାରୁନାହିଁ l ଏଣୁ ଆସିକା ଭାରତୀୟ ଜନତା ପାର୍ଟି ପକ୍ଷରୁ ଶତାଧିକ ପୁରୁଷ ଏବଂ ମହିଳା ମାନଙ୍କୁ ନେଇ ଏକ ରାଲି ରେ ସହର ପରିକ୍ରମା କରି ସ୍ଥାନୀୟ ତହସିଲଦାର ତଥା ସହାୟକ ଭୂ - ବନ୍ଦୋବସ୍ତ ଅଧିକାରୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଆସିକା
ଏନ ଏ ସି ର କାଉନସିଲର ରାଘବ ସିଅ, ସରୋଜ ଭଞ୍ଜ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା l ଆସିକା ବିଜ୍ଞାପିତ ଅଂଚଳ 18 ଗୋଟି ୱାର୍ଡ କୁ ନେଇ ସୀମାନିର୍ଦ୍ଧlରଣ କରାଯାଇଛି l ସେହି କ୍ରମ ରେ ଆସିକା ତହସିଲଦାର ତଥା ସହାୟକ ଭୂ - ବନ୍ଦୋବସ୍ତ ଅଧିକାରୀ 18 ଗୋଟି ୱାର୍ଡ ଅନୁସାରେ 18 ଗୋଟି ରାଜସ୍ୱ ଗ୍ରାମ ନାମରେ ନାମିତ କରି ସୀମାନିର୍ଦ୍ଧlରଣ କରନ୍ତୁ ତତ ସହିତ ଏହାର ଏକ ମାନଚିତ୍ର କୁ ସାହି ମାନଙ୍କରେ ପ୍ରକାଶ କରନ୍ତୁ ବୋଲି ବିଜେପି ଦାବୀ କରିଛି l ତହସିଲଦାର ଆସିକାର ଭୂ -ବନ୍ଦୋବସ୍ତ ଉପରେ ଗୁରୁତ୍ବ
ନଦେଇ ଅନ୍ୟ କାମ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି l ଆସିକା ଲୋକ ମାନଙ୍କ ଏହି ଭୂ ବନ୍ଦୋବସ୍ତ ସମସ୍ୟା ପ୍ରତି ଅଧିକ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଆସିକା ବି ଜେ ପି ପକ୍ଷରୁ କୁହାଯାଇଛି l