//BREAKING//
Loading...

ମୋ ବସ" ଟର୍ମିନାଲ ରେ ଉତ୍ତେଜନା:

"ମୋ ବସ" ଟର୍ମିନାଲ ରେ ଉତ୍ତେଜନା:-ଆଜି ମଧ୍ୟାଣ୍ଣ ରେ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ "ମୋ ବସ"ଟର୍ମିନାଲ ମଧ୍ୟରେ 11 ନମ୍ବର ରୁଟ ରେ ଚାଲୁଥିବା ଏକ ବସ ରେ "ଇନ୍ଦ୍ରମଣି" ନାମକ ଜଣେ ସ୍ଥାନୀୟ ଉଠାବ୍ୟବସାୟୀ ବସ ରେ ଉଠୁ ଥିବା ସମୟରେ ବସ ର ଚାଳକ ହଠାତ ବସ ର ଡୋର(କବାଟ) ବନ୍ଦ କରି ଦେବାରୁ ବ୍ୟବସାୟୀ ଜଣଙ୍କ ଗୋଟିଏ ଗୋଡ଼ ଡୋର ମଧ୍ୟରେ ଚାପି ହୋଇ ରହି ଯାଇଥିଲା।ଯାହାଦ୍ୱାରା ସେ ସାମାନ୍ୟ ଆଘାତ ପ୍ରାପ୍ତ ହୋଇଥିଲେ।ତାହାକୁ କେନ୍ଦ୍ର କରି ସମ୍ପୃକ୍ତ ବ୍ୟବସାୟୀ ଓ ଚାଳକ ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ହେବାରୁ ସେଠାରେ ଉପସ୍ଥିତ ଥିବା "ମୋ ବସ" ଅନ୍ୟ କର୍ମଚାରୀ ମାନେ ଏକତ୍ରିତ ହୋଇ ବ୍ୟବସାୟୀଙ୍କୁ ଧମକ ଚମକ ଦେବାରୁ ସେଠାରେ ଏକ ପ୍ରକାର ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ପରବର୍ତ୍ତୀ ଖବର ରୁ ସୂଚନା ମିଳିଛି ଯେ,ସ୍ଥାନୀୟ ବ୍ୟବସାୟୀ ମାନେ ଏକାଠି ହେଉଥିବାରୁ ସେଠାରେ ବର୍ତ୍ତମାନ ଏକ ପ୍ରକାର ଚାପା ଉତ୍ତେଜନା ପ୍ରକାଶ ପାଇଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe