ଆସିକା 13/09/23(ମନୋଜ କୁମାର ସାହୁ)କଲେଜ ଛକ ଖେଳ ପଡିଆ ଠାରେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ତହସିଲଦାର ସଞ୍ଜୟ ସାମନ୍ତରାୟ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥି ପାତ୍ର ଏବଂ ବିଭୂ ନନ୍ଦନ ପଣ୍ଡା, ଗଞ୍ଜାମ ଜୋନ ବିଜେଡି ଯୁବ ସଭାପତି ନଚିକେତା ସ୍ୱାଇଁ,ଡାକ୍ତର...
ଟେଂକ୍ନିକାଲ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରତାପ କୁମାର ମହାପାତ୍ର, ପ୍ରମୁଖ ଉପସ୍ଥିତ ରହିଥିଲେ l ଆସିକା ବ୍ଲକ ର 34 ଗୋଟି ସ୍କୁଲ ଏବଂ 02 ଗୋଟି କଲେଜ ରୁ 420 ଜଣ ଛାତ୍ର, 182 ଜଣ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପ୍ରଥମ ଦିବସ ରେ ବରିଷ୍ଠ ଏବଂ କନିଷ୍ଠ ବିଭାଗ ର କବାଡି, ଖୋ ଖୋ,(ପୁରୁଷ ଓ ମହିଳା )ଦଳ ର ଅଲଗା ଅଲଗା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହି କ୍ରୀଡା ପ୍ରତିଯୋଗିତାରେ ସିମାଞ୍ଚଳ ସେଠୀ, ଶିବ ଶଙ୍କର ଜେନା, ପଦ୍ମ ଚରଣ ବିଶୋଇ, ସୁବ୍ରତ ଚରଣ ପଣ୍ଡା, ସମ୍ପାଦିକା ଇନ୍ଦିରା ଦାସ,ଶୁଭଶ୍ରୀ ତ୍ରିପାଠୀ,ଦୀପମାଳା ବେହେରା, ଚନ୍ଦ୍ର କଳା ସାହୁ, ମାମୁନି ବିଶ୍ୱାଳ, ଜାନକୀ ରାଉତ,ପ୍ରତାପ କୁମାର ମହାପାତ୍ର ଏବଂ କୈଳାଶ ଗୌଡ଼ ସ୍ବଦେଶ ଦଳାଇ ପ୍ରମୁଖ ପରିଚଳନା କରୁଥିଲେ l ଆସିକା ବ୍ଲକ ର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର 30 ରୁ ଉର୍ଦ୍ଧ ଜଣ କ୍ରୀଡା ଶିକ୍ଷକ, ଶିକ୍ଷୟତ୍ରୀ ବିଭିନ୍ନ ବିଭାଗ ର ଖେଳ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରୁଥିଲେ l ଆଜିର ଏହି କ୍ରୀଡା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଦଳ ଆସନ୍ତା ଶନିବାର ଦିନ ହେବାକୁ ଥିବା ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି l ବର୍ଷା ଯୋଗୁଁ ପିଲାମାନଙ୍କ ମଧ୍ୟରେ କ୍ରୀଡା ପ୍ରତିଯୋଗିତାର ଆଗ୍ରହ କମିଯାଉଥିବା ଦେଖିବାକୁ ମିଳିଥିଲା l ବର୍ଷା ଯୋଗୁଁ ଖେଳ ମଝିରେ ମଝିରେ ବନ୍ଦ କରିବାକୁ ପଡୁଥିଲା l ତଥାପି ପ୍ରଥମ ଦିବସ ଖେଳ ସୁରୁଖୁରୁରେ ସମାପ୍ତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବ୍ଲକ ସ୍ତରୀୟ ବିଦ୍ୟାଳୟ କ୍ରୀଡା ସଂଘ ଆୟୋଜନ କରିଥିଲେ l