//BREAKING//
Loading...

ସରକାରୀ ସହାୟତା ପାଇଁ ଦିବ୍ୟାଙ୍ଗ କଳାକାର ଙ୍କ ନିବେଦନ

ସରକାରୀ ସହାୟତା ପାଇଁ ଦିବ୍ୟାଙ୍ଗ କଳାକାର ଙ୍କ ନିବେଦନ

ଧରାକୋଟ ବ୍ଲକ ର ଝରାପାରି ପଞ୍ଚାୟତ ର କେଶପୁର ଶାସନ ର କୁନା ପଟ୍ଟନାୟକ । ଶଶିଭୂଷଣ ପଟ୍ଟନାୟକ ଓ ସୁଶୀଳା ପଟ୍ଟନାୟକ ଙ୍କ ଦୁଇ ପୁଅ ଓ ଦୁଇ ଝିଅ ଙ୍କ ମଧ୍ୟରୁ ସେ ଶେଷ ସନ୍ତାନ । ବୟସ ବଢିବା ସହ ନିଜ ପାଇଁ ନିଜେ ସଂଘର୍ଷ କରି ଅନ୍ୟ ପାଇଁ ସେ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରୀ ସହାୟତା କହିଲେ ମାସକୁ ସାତ ଶହ ଟଙ୍କା ଭତ୍ତା ସାଙ୍ଗକୁ ଅନ୍ନପୂର୍ଣ୍ଣା ଯୋଜନାରେ ମାସକୁ 35 କେଜି ଚାଉଳ ପାଉଛନ୍ତି । ପରିବାରର ସମସ୍ତ ସଦସ୍ୟ ନିଜ ପରିବାର ସହ ଦୂରରେ ରହୁଥିବା ବେଳେ ବଡ ଭଉଣୀ ପୁଷ୍ପାଞ୍ଜଳି ପଟନାୟକ ବର୍ତ୍ତମାନ ତାଙ୍କର ସାହାରା ପାଲଟିଛନ୍ତି । ନିଜର ସହ ସାନ ଭାଇ କୁନାଙ୍କର ସେ ଯତ୍ନ ନେଉଛନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ଟିଏ ନାହିଁ । ଗାଁର 24 ଜଣ ପିଲାଙ୍କୁ ଟିଉସନ କରି ମାସିକ 2500 ଟଙ୍କା ଏବଂ ଭତ୍ତା ବାବଦରୁ ମିଳୁଥିବା 700 ଟଙ୍କାରେ ଦୁଃଖେ କଷ୍ଟେ ଚଲୁଛନ୍ତି ଭାଇ ଓ ଭଉଣୀ। ଅନ୍ୟ ପଟରେ କୁନା ଜଣେ କଳାକାର। ନିଜ ଗାଁର ସଂକୀର୍ତ୍ତନ ଦଳର ସେ ଜଣେ ସଦସ୍ୟ। ନିଜ ଗାଁ ଛଡା ଆଖ ପାଖ ଗାଁକୁ ନିମନ୍ତ୍ରଣ ପାଇ ସେ ସଙ୍କୀର୍ତ୍ତନ ଦଳସହ ନାମ ପରିବେଷଣ ପାଇଁ ଯାଆନ୍ତି।ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ଟିଏ ଏବଂ ନିଜସ୍ଵ ରୋଜଗାର ପାଇଁ ବ୍ୟାଙ୍କ ତରଫରୁ ଋଣ ଟିଏ ମିଳିଲେ ଦୋକାନ ଟିଏ କରି ଚାଲିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ମାଧୁରୀ ସ୍ୱାଇଁଙ୍କ ସହ ଯୋଗାଯୋଗ ବେଳେ ପଞ୍ଚାୟତ ତରଫରୁ ଦିବ୍ୟାଙ୍ଗ କୁନାଙ୍କୁ ଅଧିକ ସହାୟତା ପ୍ରଦାନ ପାଇଁ ଉଦ୍ୟମ କରାଯିବ ବୋଲି ପ୍ରକାଶ କରିଛନ୍ତି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe