//BREAKING//
Loading...

ହାତୀ ସୁରକ୍ଷାରେ ବନ ବିଭାଗ ବିଫଳ

 



ଯୋଡା, ୨୫ା୧୦:(ସଂଘର୍ଷ ) ବନବିଭାଗର ପାରିବା ପଣିଆ ଏବେ ପଦାରେ ପଡଛି । ବାରମ୍ବାର ଦୁର୍ଘଟଣାରେ ହାତୀ ମୃତୁ୍ୟ ଘଟଣା କେନ୍ଦୁଝର ବନବିଭାଗର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିଦେ୍ର୍ଦଶ କରୁଛି । କେତେବେଳେ ବିଦୁ୍ୟତ ଆଘାତରେ, କେତେବେଳେ ଶୀକାରୀମାନଙ୍କ ହାତରେ ତ ଅନ୍ୟ କେତେ ବେଳେ ରେଳ ଏବଂ ଟ୍ରକ ଧକ୍କ୍ାରେ ଏହି ନିରୀହ ହାତୀମାନଙ୍କର ଗୋଟିଏ ପରେ ଗୋଟିଏ ଜୀବନ ଯିବାରେ ଲାଗିଛି । କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ତଥା ବାମେବାରୀ ରେକସନ ପଳସା ପଞ୍ଚାୟତର କେନାମେଟା ଗ୍ରାମରେ ଏକ ମାଲବାହୀ ରେଳ ଧକ୍କାରେ ଆଉ ଏକ ମାଈ ହାତୀର ମୃତୁ୍ୟ ଘଟିଛି । ବୁଧବାର ସକାଳୁ ନୟାଗଡ ଓ ଜୁରୁଡି ଷ୍ଟେସନ ମଝିରେ ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମାଈ ହାତୀଟି ଆଖି ବୁଜିଥିବା ବେଳେ ଏହି ମୃତୁ୍ୟକୁ ନେଇ ଚିରାଚରିତ ଢଙ୍ଗରେ ଆଉଥରେ ତଦନ୍ତ ଆରମ୍ଭ ହୋଇଛି । ବନବିଭାଗ ଓ ରେଳ ବିଭାଗ ମଧ୍ୟରେ ସମ୍ମନ୍ୱୟ ନଥିବାରୁ ବାରମ୍ବାର ଏହି ଦୁର୍ଘଟଣା ଘଟୁଥିବା ନଜରକୁ ଆସୁଥିଲେ ମଧ୍ୟ ଜିଲା ପ୍ରଶାସନ ଯେମିତି ସମଗ୍ର ଜିଲାରୁ ହାତୀ ନିପାତ କରିବା ପାଇଁ ଶପଥ ନେଇଛି । ଘଟଣାରୁ ଜଣାପଡିଛି ଯେ, ନୟାଗଡ ଷ୍ଟେସନରୁ ଜୁରୁଡି ଅଭିମୁଖେ ଆସୁଥିବା ମାଲବାହୀ ରେଳଟି କେନାମେଟା ନିକଟରେ ରେଳ ଧାରଣା ପାର ହେଉଥିବା ହାତୀକୁ ଶକ୍ତ ଧକ୍କା ଦେଇଥିଲା । ଯାହା ଫଳରେ ହାତୀଟିର ଶୋଚନୀୟ ମୃତୁ୍ୟ ଘଟିଥିଲା । ପୂର୍ବତନ ରେଳ ବିଭାଗ ଅନ୍ତର୍ଗତ ନୟାଗଡ-ଜୁରୁଡି ରେଳପଥର ପିଲର ନଂ. ୧୮/୨  ଓ ୧୮/୩ ମଝିରେ ସକାଳ ୫.୨୦ ମି. ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ମୃତ ମାଈ ହାତୀର ବଷୟ ପାଖାପାଖି ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ବନବିଭାଗ ପକ୍ଷରୁ ଆକଳନ କରାଯାଉଛି । ବାମେବାରୀ ସେକସନରେ ଥିବା ୧୭ ଟିକିଆ ହାତୀ ପଲରୁ ଏକ ଦନ୍ତା  ହାତୀ ସହ ଏହି ମାଈ ହାତୀଟି ଅଲଗା ହୋଇଯାଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ କେନ୍ଦୁଝର ଡିଏଫ୍ଓ ଧନରାଜ ହନୁମନ୍ତ, ଏସିଏଫ୍ ଅଶୋକ ଦାସ, ରାଉରକେଲା  ଆଡିସନାଲ ପିସିସିଏଫ୍ ମନୋଜ ଭି ନାୟକ, ଚମ୍ପୁଆ ରେଞ୍ଜର ଅକ୍ଷୟ ଛତରିୟା, ବଡବିଲ ରେଞ୍ଜର ରଞ୍ଜନ କାଲୋଙ୍କ ସହ ଯୋଡା, ବଡବିଲ, ବାମେବାରୀ, ଚମ୍ପୁଆ, ବାଲିବନ୍ଧ, ବିଲେଇପଦା, ରୁଗୁଡି ଞ୍ଚଳର ବନଅଧିକାରୀମାନେ, କେନ୍ଦୁଝର ରେଳ ବିଭାଗର ଏଡିଏମ୍ ବିଜୟ ବନ୍ନା ଏବଂ ଅନ୍ୟ ରେଳ ବିଭାଗ ଅଧିକାରୀ, ବାମେବାରୀ ପୁଲିସ, କେନ୍ଦୁଝର ପୁଲିସଙ୍କ ସହ ପ୍ରାଣୀ ଚିକିତ୍ସକ ଘଟଣାର ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ । କେନ୍ଦୁଝର ଡିଏଫ୍ଓ ଘଟଣାସ୍ଥଳର ସ୍ଥିତି ଅନୁଧ୍ୟାନ କରିବା ସହ ରେଳର ଗତି, ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରଣାଳୀ ସବୁ ଅନୁସରଣ କରାଯାଇଛି କି ନାହିଁ ସେ ନେଇ ବନ କର୍ମଚାରୀ ଓ ରେଳ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ହାତୀ ଚଳ ପ୍ରଚଳ ନେଇ ବନ ବିଭାଗ ରେଳ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ଦୁର୍ଘଟଣା କାହିଁକି ଘଟିଲା ଏ ନେଇ ବର୍ତ୍ତମାନ ଉଭୟଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ସେହି ରୁଟରେ ଯାଉଥିବା ରେଳ ଗୁଡିକୁ ସତର୍କ କରାଯାଇଥିଲା କି ନାହିଁ, ଦୁର୍ଘଟଣା ସମୟରେ ରେଳର ବେଗ କେତେ ରହିଥିଲା, ରେଳ ଚାଳକ ହାତୀ ଯାଉଥିବା ଦେଖିପାରିଲେ ନାହିଁ କିପରି, ଏସବୁର ତଦନ୍ତ ଆରମ୍ଭ ହୋଇଛି । ରେଳ ବିଭାଗ ପକ୍ଷରୁ ମଧ୍ୟ ଏ ନେଇ ତଦନ୍ତ ଆରମ୍ଭ ହୋଇଥିବା କୁହାଯାଉଛି । ତେବେ ପରସ୍ପର ନିଜ ଉପରେ ଦୋଷ ଛଡାଇବାରେ ଲାଗିପଡିଛନ୍ତି ଉଭୟ ବିଭାଗ । ଶେଷରେ ହାତୀଟିର ଶବ ବ୍ୟବଚ୍ଛେଦ କରାଯାଇ ଦୁର୍ଘଟଣା ଠାରୁ ଅନତୀ ଦୂରରେ ଗାତ ଖୋଳି ପୋତିଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟ, ଗତ ୨୦୨୨ ମେ ମାସ ୧୯ ତାରିଖରେ ବାଂଶପାଣି ବେହେରା ହାଟିଂ ନିକଟରେ ଅନୁରୂପ ରେଳ ଧକ୍କାରେ ଦୁଇ ଛୁଆ ହାତୀ ସମେତ ମା ହାତୀର ମୃତୁ୍ୟ ଘଟିଥିଲା । ଠିକ୍ ସେହି ସ୍ଥାନରେ ପୂର୍ବରୁ ଆଉ ଦୁଇଟି ହାତୀର ମୃତୁ୍ୟ ଘଟିଥିବା ବେଳେ ହାତୀ ଚଳ ପ୍ରଚଳ ରୋକିବା ପାଇଁ ଉକ୍ତ ସ୍ଥାନରେ ଉଭୟ ପାଶ୍ୱର୍ରେ ସୌର ଚାଳୀତ ବାଡ ବନ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଗୁରୁବେଡା ଜଙ୍ଗଲରେ ଶୀକାରୀ ମାନଙ୍କ ଉଚ୍ଚ ଶକ୍ତି ସମ୍ପନ୍ନ ବିଦୁ୍ୟତ୍ ତାର ବିଛାଇବା ଯୋଗୁଁ ୨ଟି ହାତୀର ମୃତୁ୍ୟ ଘଟିଥିଲା । ଏବେ ମାଈ ହାତୀ ମୃତୁ୍ୟବରଣ କରିଥିବା ସ୍ଥାନରୁ ଅଳ୍ପ ଦୂରରେ କିଛି ଦିନ ପୂର୍ବରୁ ଅନେକ ହାତୀ ଦୁର୍ଘଟଣାଗ୍୍ରସ୍ତ ହୋଇ ମୃତୁ୍ୟ ବରଣ ନଜିର ରହିଛି । ହାତୀମାନଙ୍କ ଚଳ ପ୍ରଚଳକୁ ନଜର ରଖିବା ପାଇଁ ଗଜ ସାଥିମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ  ସେମାନେ ହାତୀକୁ ସୁରକ୍ଷା ଯୋଗାଇଦେବାରେ ବିଫଳ ହୋଇଥିବା ବାରମ୍ବାର ପ୍ରମାଣିତ ହୋଇଛି । ତେବେ ଏହି ହାତୀ ମୃତୁ୍ୟର ତଦନ୍ତର ନଶର୍କଶ କଣ ବାହାରିବ ଦୋଷୀ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ନା ପୁନଃର୍ବାର ଏହିପରି ହାତୀ ଦୁର୍ଘଟଣା ଘଟି ଜିଲାରୁ ହାତୀ ବଂଶ ଲୋପ ପାଇବେ ତାହା ଆଗାମୀ ଦିନରେ ଜଣାପଡିବ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe