(Sangharsatv)ଦକ୍ଷିଣ ଓଡିଶା ର ପ୍ରସିଦ୍ଧ ଶକ୍ତି ପୀଠ ଓ ଗଞ୍ଜାମ ଜିଲ୍ଳାର ଅଧୃଷ୍ଠାତ୍ରୀ ଦେବୀ ମା’ ତାରା ତାରିଣୀ ଙ୍କଠାରେ ଆଜି ଠାରୁ ନବ ଦିନାତ୍ମକ ପୂଜାଭି ଆରମ୍ଭ ହୋଇଛି | ଏହିକାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟି କେ ରେଡ଼ୀ, ମନ୍ଦିର ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣା, ଙ୍କ ସହିତ ସବୁ ସେବାୟତ ମାନେ ମନ୍ଦିର ର ନିୟମ କାନୁନ ମାନି ଗଞ୍ଜାମ ଜିଲ୍ଲା ତଥା ବାହାରୁ ଆସୁଥିବା ଭକ୍ତ ଙ୍କ ମନୋବାଞ୍ଛା ପୂର୍ଣ୍ଣ ସହିତ ଜଗତ ର କଲ୍ୟାଣ ନିମିତ୍ତ ମାଙ୍କ ପାଖରେ ଯଜମାନ ର ମଙ୍ଗଳ ପାଇଁ ଏହି ପୁଜା କରିଥାନ୍ତି |
ଭକ୍ତ ମାନେ ନିଜର ସେବାୟତ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀ ପାଠ, ଅଖଣ୍ଡ ଦୀପ ଲଗାଇ ଥାନ୍ତି | ତେବେ ବିଗତ ଦୁଈ ବର୍ଷ ହେଲା ଦୀପଘରେ କିଛି ଅଘଟଣ ଘଟି ଦୀପ ଘର ର କିଛି ଅଂଶ ପୋଡି ଯାଇଥିବା ଓ ଜଣେ ସେବାୟତ ଦୀପ ଲଗାଉଥିଲା ବେଳେ ନିଜ ପିନ୍ଧା ଲୁଗାରେ ନିଆଁ ଲାଗି ଗୁରୁତର ହୋଇ ମେଡିକାଲ ରେ ଚିକିଛିତ ହୋଇ ଥିଲେ, ତାହା ଯେପରି ଏହିବର୍ଷ ହେବ ନାହିଁ ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଙ୍କ ସହିତ ଅନ୍ୟ ଲାଇନ ବିଭାଗୀୟ ଅଧିକାରୀ ଙ୍କ ସହିତ ସେବାୟତ ମାନଙ୍କ ଉପସ୍ଥିତି ରେ ଏକ ବୈଠକ ହୋଇ ଥିଲା | ତେଣୁ ଦୀପ ଘରେ ସତର୍କତା ଅବଲମ୍ବନ କରିବାକୁ ସେବାୟତ ମାନଙ୍କୁ କୁହା ଯାଇଛି | ତେବେ ଏହି ପ୍ରତି ପଦା ଠାରୁ ମହା ନବମୀ ପର୍ଯ୍ୟନ୍ତ ମାଙ୍କ ବିଭିର୍ଣ୍ଣ ବେଶ, ପୁଜା ଏବଂ ଭକ୍ତ ଙ୍କ ଭିଡ଼ କୁ ପ୍ରଶମିତ କରିବା ଏବଂ ପୁଜା ସମୟରେ ଯେପରି କୌଣସି ଚୋରି, ପକେଟ ମାର ନହୁଏ ସେଥିପାଇଁ ପୁରୁଷୋତ୍ତମପୁର ଥାନା ଅଧିକାରୀ ସମୀର କୁମାର ରାଉତ, ଓ ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ ଙ୍କ ସହିତ ପୋଲିସ ଷ୍ଟାଫ ଉପସ୍ଥିତ ରହି ଛନ୍ତି | କିପରି ଶାନ୍ତି ଶୃଙ୍ଖଳା ରେ ମା ଙ୍କ ଏହି ପୁଜା ସରିବ ସେଥିପାଇଁ ସମସ୍ତେ ସେବାୟତ ଙ୍କ ଠାରୁ ମନ୍ଦିର କାର୍ଯ୍ୟ ନୀର୍ବାହୀ ଅଧିକାରୀ ଓ ଜିଲ୍ଲା ପାଳ, ଏସପି ଛତ୍ରପୁର ଅତିରିକ୍ତ ଜିଲ୍ଲା ପାଳ, ଭକ୍ତ ମାନେ ମାଙ୍କ ପାଖରେ ଶରଣ ପଶି ତାଙ୍କର ଆଶିଷ ଭିକ୍ଷା କରିଛନ୍ତି | ଦ୍ୱାରା ଓ ତାଙ୍କ ସହଧର୍ମଣୀ, ଏବଂ ସମ୍ପର୍କୀୟ ମାନେ ଏହି କାର୍ଯ୍ୟ ରେ ସହଯୋଗ କରିବା ସହିତ ଘଣ୍ଟ, ମୃଦଙ୍ଗ, ଶଙ୍ଖ ର ତାଳେ ତାଳେ ତାଳେ ମନ୍ଦିର ରୁ ଚଳନ୍ତି ପ୍ରତିମା କୁ ବିମାନରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା | ସେଠରେ ରୀତିନୀତି ଅନୁସାରେ ପୁରୋହିତ ମାନଙ୍କ ମନ୍ତ୍ର ଉଚ୍ଚାରଣ ରେ ସହସ୍ର କୁମ୍ଭା ଭିଷେକ କାର୍ଯ୍ୟ କରା ଯାଇ ମାଙ୍କୁପୁଣି ମନ୍ଦିର କୁ ନିଆ ଯାଇଥିଲା | ଏହି ଉଚ୍ଚବରେ ବିଭିର୍ଣ୍ଣ ସ୍ଥାନରୁ ବହୁ ଭକ୍ତ ଉପସ୍ଥିତ ହୋଇ ମାଙ୍କ ଦର୍ଶନ କରି ସେମାନଙ୍କ ପରିବାର ସହିତ ଜଗତର ମଙ୍ଗଳ କାମନା କରି ତାଙ୍କର ଚରଣରେ ଆଶ୍ରିତ ହୋଇ ଥିଲେ |