ଯୋଡା,୧୬/୧୦(sangharsatv)କେନ୍ଦୁଝର ଜିଲ୍ଲା ଯୋଡା ବସ ଷ୍ଟାଣ୍ଡ ନିକଟ ପରିବ। ମାର୍କେଟ ନିକଟରେ ଥିବା ତଥା ବହୁଳ ଭାବେ ବ୍ୟବହାର ହେଉଥିବା ସୁଲଭ ଶୌଚାଳୟ ସ୍ନାନାଗାର ଟି ଅଚଳ ହୋଇ ଯାଇଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।ଏହି ଶୌଚାଳୟ ଉପରେ ବସ ଯାତ୍ରୀ,ପରିବ। ବ୍ୟବସାୟୀ,ଚାଷୀ ତଥା ଆଖପାଖ ଅଞ୍ଚଳର ଜନ ସାଧାରଣ ନିର୍ଭର କରିଥାନ୍ତି ।ଅଚଳ। ଅବସ୍ଥା ଯୋଗୁଁ ଧ୍ରୁବ ପ୍ରଧାନ,କାଙ୍ଗାଳି ଗିରି , ଜୟ କୃଷ୍ଣ ସେଠୀ, ମ।ଣ୍ଡୁ ଗିରି, ମାୟା ପ୍ରଧାନ,ପ୍ରମୁଖ ଅଭିଯୋଗ କରି କହିଛନ୍ତି ଯେ,ଦୀର୍ଘ ବର୍ଷ ହେବ ଏଠାରେ ଶୌଚାଳୟ ରହିଛି ।ଶୌଚାଳୟ ର ମରାମତି କରା ଯାଉ ନାହିଁ ।ଶୌଚାଳୟ ର ସେଫ୍ଟିଟ।ଙ୍କି ସଫା କରାଯାଉ ନାହିଁ ।
ଚାରିଆଡ଼େ ଅଳିଆ ଆବର୍ଜ୍ଜନା ଭର୍ତି ରହିଛି ।ପୌର ପ।ଳିକ। ର ସେସ ପୂଲ୍ ଗାଡ଼ି ସେଫ୍ଟୀ ଟ।ଙ୍କି ସଫା କରିବା ପାଇଁ ଆସୁନାହିଁ ।ଏଠାରେ ଏକ ଦୈନିକ ବଜାର ଲାଗିଥାଏ ।ଏଠାକୁ ବହୁ ଦୂର ଦୁର।ନ୍ତରୁ ଦୈନିକ ବହୁ ଚାଷୀ ଓ ବ୍ୟବସାୟୀ ମାନେ ପରିବା ବିକ୍ରୀ କରିବା ଆସିଥାନ୍ତି ।ଶୌଚାଳୟ ଓ ସ୍ନାନାଗାର ଟି ଅଚଳ ହୋଇ ଯାଇ ଥିବାରୁ ଲୋକେ ନାହିଁ ନ ଥିବା ହିନସ୍ଥା ହେଉଛନ୍ତି ।ବିଶେଷ କରି ମହିଳା ମାନେ ସ୍ନାନ ଓ ଶୌଚ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟବସାୟୀମାନେ କହିଛନ୍ତି । ଏ ନେଇ ଯୋଡା ପୌର ପାଲିକା ଅଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ଙ୍କୁ ପଚାରି ବ।ରୁ ଅବିଳମ୍ବେ ଏଥିରେ ସୁଧାର ଅଣାଯିବ ବୋଲି କହି ଥିଲେ ।