ପ୍ରାଥମିକ ବିଦ୍ୟାଳୟ ଠାରେ ସି ଆର ସିସି ସରୋଜ କୁମାର ଦାଶଙ୍କ ସଂଯୋଜନା ରେ *ଶିଶୁ ମହୋତ୍ସବ ସୁରଭି ଏବଂ ଓଡିଶା ମିଲେଟ୍ ସ* କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ରୂପେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟ ମଣି ବୈଦ୍ଯ ଯୋଗଦେଇଥିଲେ ମୁଖ୍ୟ ବକ୍ତା ରୂପେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା,ସମ୍ମାନିତ ଆତିଥି ରୂପେ ଏନ୍.ଏ.ସି ଅଧ୍ୟକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ , ଉପାଧ୍ୟକ୍ଷ ଶ୍ରୀ କୄଷ୍ଣଚନ୍ଦ୍ର ପଣ୍ଡା, ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ବେହେରା, ଏ.ବି.ଇ.ଓ ଶ୍ରୀ ସିମାଞ୍ଚଳ ରଥ, ଶ୍ରୀ ରାଜକିଶୋର ସାହୁ, କାଉଁସିଲର ଅଶୋକ କୁମାର ମାହାଙ୍କୁଡ, ରଞ୍ଜନ ବେହେରା,ଭାସ୍କର ବେହେରା, ସମାଜସେବୀ ଜଗତବନ୍ଧୁ ପଣ୍ଡା, ସ୍କୁଲ ପରିଚାଳନା ପ୍ରେସିଡେଣ୍ଟ ଶ୍ରୀ କାଳିଆ ଗୌଡ଼ ଯୋଗଦେଇ ଥିଲେ। କୁମାରୀ ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ଟି. ଶାନ୍ତିଲତା ପାତ୍ର ସଭାପତି ରୂପେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଆଛୁଲି କ୍ଳଷ୍ଟର ର ୯ଟି ବିଦ୍ୟାଳୟ ର ୧୨୦ ଜଣ ଛାତ୍ରଛାତ୍ରୀ ସଂଗୀତ,ବିଚର୍କ,ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ରେ ଅଂଶ ଗ୍ରହଣ କରିଥିଲେ।ବିଚାରକମଣ୍ଡଳୀ- ଶ୍ରୀ ସୂର୍ଯ୍ୟ କାନ୍ତ ଚୌଧୁରୀ, ନିରଞ୍ଜନ ମହାପାତ୍ର,ସୁଦର୍ଶନ ବେହେରା,କୈଳାଶ ଚନ୍ଦ୍ର ବେହେରା, ଜୟ ଚନ୍ଦ୍ର ବେହେରା, ନାରାୟଣ ଦଳବେହେରା,ରମେଶ ଚନ୍ଦ୍ର ଲେଙ୍କା, ସତ୍ୟନାରାୟଣ ସେନାପତି, ଏ.ରାଜେଶ୍ବର ଦୋରା,ମନୋରଞ୍ଜନ ପଣ୍ଡା, ଦୋଳଗୋବିନ୍ଦ ପୋଲାଇ, ଶ୍ରୀମତୀ ରଶ୍ମିତା ମିଶ୍ର, ରେଣୁକା ମଲ୍ଲିକ,ଭାଗ୍ଯଲତା ମହାପାତ୍ର,ସାରୀ ବେହେରା, ସଙ୍ଗୀତା ତ୍ରିପାଠି,ବେବି ସାହୁ, ରଶ୍ମିତା ମଙ୍ଗରାଜ, ସରିତା ବେହେରା ଙ୍କ ଦ୍ବାରା କୃତି ଛାତ୍ର ଛାତ୍ରୀ ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ପ୍ରତ୍ୟେକ ବିଭାଗ ରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ନିଳକଣ୍ଠ ବେହେରା,ମୁରଲୀ ବେହେରା, ମନୋରଞ୍ଜନ ପଣ୍ଡା ଏବଂ ବିଭୁତି ଗୌଡ଼ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥଲା। ପରିଶେଷରେ ସରୋଜ କୁମାର ଦାଶ,ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ଉଦ୍ ଯାପନ କରିଥିଲେ।