କନ୍ଧମାଳ(sangharsatv) ୦୧/୦୯/୨୩
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ଗ୍ରାମପଞ୍ଚାୟତ ର ଦଶ ନମ୍ବର ୱାର୍ଡ଼ ଗୋଛାପଡା ଗ୍ରାମରେ ବାସ କରୁଥିବା ଜନ୍ଧ ଦିଗାଲଙ୍କ ଭଲ ଘର ଖଣ୍ଡିଏ ନଥିବାରୁ ଚାଳ ଛପର ଜରିପାଳୋ ଉପରୁ ଘର ଭିତରେ ପାଣି ପଡୁଥିବା ମଧ୍ୟ ଦେଖିବାକୁ ମିଳିଛି ।ସୂଚନା ଅନୁସାରେ ଜନ୍ଧ ଦିଗାଲ ଙ୍କ ମୋଟ ପରିବାର କହିଲେ ୬ଜଣ ବାସ କରନ୍ତି,ଏବଂ ଜନ୍ଧ ଏକ ଗରିବ, ଦିନମଜୁରିଆ ଭାବରେ ପରିଚିତ,ପ୍ରତି ଦିନ ମଜୁରୀ ଗଲେ ପରିବାର ରେ ଚୁଲି ଲାଗେ,କିନ୍ତୁ ରୋଜଗାର କରି ପରିବାର ଚଳାଉଥିବା ଜନ୍ଧ କୁ ବର୍ତ୍ତମାନ ୭୦ ବର୍ଷ ହେଇଥିବାରୁ ସେ ଏବେ କଣସି କାମ କରିବା ପାଇଁ ତାହାର ଶକ୍ତି ନାହିଁ କି କାମ ମଧ୍ୟ ମିଳୁନଥିବାରୁ ଦିନେ ଛାଡି ଦିନେ ଉପବାସ ରହୁଥିବାର ତାଙ୍କ ସ୍ତ୍ରୀ କଣ୍ଟିଫୁଲ ଦିଗାଲ କହିଥିବା ଦେଖିବା କୁ ମିଳିଛି।
ଏଟି ପ୍ରଶ୍ନ ଉଠିଛି ସରକାର ଏତେ ମାଳମାଳ ଯୋଜନା କରୁଛି କାହା ସ୍ଵାର୍ଥ ପାଇଁ କିଏତ ଭଲର ଖାଇବା ପାଇଁ ପାଉନିତ କିଏ ଭଲରେ ମୁଣ୍ଡ ଗୁଞ୍ଜିବା ସୋଇବା ପାଇଁ ଭଲ ଘର ଟିଏ ପାଉନିତ କିଏ ଭଲ ଔଷଧ ମଧ୍ୟ ପାଇପାରୁ ନାହାନ୍ତି।ଏଠି ମାଳମାଳ ଯୋଜନା କରି ଚାଲିଛନ୍ତି ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ନାହିଁ ପକାଘର ରୁ ବଞ୍ଚିତ କିନ୍ତୁ ଅଯୋଗ୍ୟଙ୍କୁ ଦିଆଯାଇଛି। ପକାଘର ବର୍ତମାନ ପର୍ଯ୍ୟନ୍ତ ମିଲିପାରୁନାହିଁ ଜନ୍ଧ ଦିଗାଲକୁ ମିଳିନାହିଁ ଆବାସ ଯୋଜନାରେ ଘର ଖଣ୍ଡିଏ କିମ୍ବା ସରକାରୀ ଯୋଜନାରେ ଘର ଭଲ ଜରି ପୋଲିଥିନି ଖଣ୍ଡିଏ ପାଇଁ , ବାରମ୍ବାର ପ୍ରଶାସନ କୁ ଗୁହାରି କରିଥିଲେ ସୁଦ୍ଧା ସରକାର ସହାୟତା ପାଇବାରେ ବଞ୍ଚିତ ଅଛନ୍ତି। ବୋଲି ଫିରିଙ୍ଗିଆ ଗଣମାଧ୍ୟ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜନ୍ଧ ଦିଗାଲ ସ୍ତ୍ରୀ କଣ୍ଟିଫୁଲ ଦିଗାଲ ଓ ତାଙ୍କ ପଡୋଶୀ ଘରର ଲୋକମାନେ ମଧ୍ୟ ଅଭିଯୋଗ ଆଣିଛନ୍ତି ।
କନ୍ଧମାଳ ଜିଲ୍ଲା ରୁ ମୃତ୍ୟୁଞ୍ଜୟ ଦିଗାଲ ଙ୍କ ରିପୋର୍ଟ