ରିପୋର୍ଟ : (sangharsatv) ୩୦-୧୦-୨୦୨୩
୧) ଗୁଣପୁର ପୌରପରିଷଦ ଅଧିନସ୍ଥ 16 ନମ୍ଭର ୱାର୍ଡର କରାବାଙ୍କ ଓ ଦଣ୍ଡାସି ସାହିର ଆଦିବାସୀ ଦଳିତ ଲୋକଙ୍କୁ ଜାଗା ମିଶନରେ ସାମିଲ କରି ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଓ ଜାଗାର ପଟ୍ଟା ପ୍ରଦାନ କରାଯାଉ,
୨) ପୋୖରାଞ୍ଚଳର ଶ୍ରୀନଗର ଓ ଆଦର୍ଶ ନଗର ଅଞ୍ଚଳକୁ ପକ୍କା ରାସ୍ତା,ବିଦ୍ୟୁତ ଓ ଡ୍ରେନ ନିର୍ମାଣ, ବିନା ରସିଦରେ,ଦୈନିକ ବଜାର ଓ ପାର୍କିଂ ଫି ଆଦାୟ ବନ୍ଦ କରି ତୁରନ୍ତ ଟେଣ୍ଡର ଡକାଯାଉ, ୩) ଟାଉନ ପ୍ଲାନିଂ ଅନୁମୋଦନ ସମୟରେ ପୌର ପାଳିକାକୁ ମିଳିଥିବା ଶତାଧିକ ନିଖୋଜ ଜାଗା(ପ୍ଲଟ) ଚିହ୍ନଟ କରି ସୁରକ୍ଷା ବାଡ଼ ନିର୍ମାଣ କରାଯାଉ ।
୪) ପୌର ପାଳିକାର କେତେ ଜାଗା ରହିଛି ସାଧାରଣରେ ଘୋଷଣା କରାଯାଉ,। ୫) ଜାଗା ଫାଇଲ ହଜେଇଥିବା ଅମୀନ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୬) ଲେଆଉଟ ପ୍ଲାନ ପାଇଁ ନିଆଯାଉଥିବା ଦେୟ ସଂକ୍ରାନ୍ତରେ ସାଇନ ବୋର୍ଡରେ ଉଲ୍ଲେଖ କରିଯାଉ ।
୭) ପୋୖରାଞ୍ଚଳରେ ଟାଉନ ପ୍ଲାନିଂ ଅନୁମୋଦନ ନଥାଇ ଜମି ବିକ୍ରି କରି ଲୋକଙ୍କୁ ଠକି ଥିବା ଜମି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୮) ପୋୖର ପାଳିକାର ଜାଗା ଦୁର୍ନୀତିର ତଦନ୍ତ ପାଇଁ ଭଜିଲାନ୍ସକୁ ଦିଆଯାଉ, ୯) ମୁକ୍ତା ଓ ଅନ୍ୟାନ୍ୟ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ପ୍ରକଳ୍ପ ସଂକ୍ରାନ୍ତରେ ସୂଚନା ଫଳକ ଲଗାଯାଉ । ୧୦) ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଗୁଣବତ୍ତା ରକ୍ଷା କରିବା ।୧୧) ପୌର କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ପିସି ମୁକ୍ତ କରାଯାଉ । ୧୨) ସ୍ଵୟଂ ସହାୟକ ଗୋଷ୍ଠୀକୁ ଢାଲ କରି ମୁକ୍ତା ଓ ଗ୍ରୀନ ଫିଲଡ଼ ଯୋଜନାରେ ଠିକାଦାରଙ୍କ ଜରିଆରେ ହେଉଥିବା ଦୁର୍ନୀତିକୁ ବନ୍ଦ କରାଯାଉ । ୧୩) ଗୋ ସୁରକ୍ଷା ପାଇଁ ଗୋଶାଳା ନିର୍ମାଣ, ମହିମା ନଗର 1 ନମ୍ଭର ୱାର୍ଡ ଘର କରି ରହୁଥିବା ଲୋକଙ୍କୁ ଜାଗା ମିଶନ ରେ ସାମିଲ କରି ପଟ୍ଟା ପ୍ରଦାନ କରାଯାଉ । ୧୪) ପୌର ପରିଷଦରେ ସରକାର ଜମିକୁ ବିକ୍ରି କରୁଥିବା ଜମିଦାର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ୧୫) ସମସ୍ତ ୱlର୍ଡ ରେ ଗରିବମାନଙ୍କୁ ରେସନ୍ ପେନସନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦିଆଯାଉ ।
୧୬) ପାର୍କରେ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ଦାବି ରହିଛି। ଏହି ଦାବି ଗୁଡିକୁ ତୁରନ୍ତ ପୁରଣ ଦିଗରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗ କହିଥିଲେ । ଏହି ପରିପ୍ରେକ୍ଷୀରେ ସିପିଆଇ (ଏମ୍.ଏଲ) ଲିବରେସନ କୈଳାସ ଶବର, କୁନା ଶବର, ମାଣିକ ଶବର, ମୀନ ଶବର, ରାଜେନ୍ଦ୍ର ଶବର, ସରସ୍ଵତୀ ଶବର,ସାନ ଶବର, ସୁନିତା କାଡ୍ରାକା,ନାରଜିତ ରାଇକା, କରୁଣାକର ଲିମା ଓ ବୃନ୍ଦାବନ ବିଡିକା ଉପସ୍ଥିତ ରହିଥିଲେ ।