//BREAKING//
Loading...

କେନ୍ଦୁପଦର କଲେଜ ରେ ପ୍ରାଣୀ ବିଜ୍ଞାନ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା

 


ଆସିକା 13/10/23(sangharsatv)

ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦରସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଗୁରୁବାର ଦିନ ପ୍ରାଣୀ ବିଜ୍ଞାନ ବିଭାଗରେ ପାଠଚକ୍ର ଓ ବିଭାଗର +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନାର ଆୟୋଜିତ ହୋଇଯାଇଛି I  ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ପାଣ୍ଡେ ଉକ୍ତ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବାବେଳେ ବିଭଗ ମୁଖ୍ୟ ଶ୍ରୀ ରୁଦ୍ର ମାଧବ ମହାନ୍ତିଙ୍କ ତତ୍ତ୍ୱାବଧାନରେ +୩ ତୃତୀୟ ବର୍ଷର ଛାତ୍ରୀ କୁମାରୀ ଯସ୍ମିନ ମଞ୍ଜରୀ ପ୍ରଧାନ "ଜୀବନ ଚର୍ଯ୍ୟା ଓ ମଧୁମେହ " ସମ୍ପର୍କିତ ସନ୍ଧର୍ଭ ପାଠ କରିଥିଲେ I ଉକ୍ତ ପାଠଚକ୍ରରେ କୁକୁଡ଼ାଖଣ୍ଡି ବିଜ୍ଞାନ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଜି. କେ. କ୍ରିଷ୍ଣା ରାଜୁ ପାତ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗ ଦେଇ ନିଜର ମତାମତ ଉପସ୍ଥାପନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଓଡ଼ିଆ ବିଭାଗର ମୁଖ୍ୟ ଡ. ଉମାକାନ୍ତ ପରିଡା, ବୋଟାନି ବିଭାଗର ଡେମନଷ୍ଟ୍ରେଟର ଅନୁପ ଷଢଙ୍ଗୀ ଓ ଅଧ୍ୟାପିକା ଆର୍ଯ୍ୟଶ୍ଲୋକା ପରିଡା ସହ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ I ଉକ୍ତ କାର୍ଯ୍ୟକ୍ରମରେ କୁମାରୀ ରୁପାଲୀ ପୋଲାଇ, ଅନୁରାଧା ତ୍ରିପାଠୀ ଓ ନନ୍ଦିନୀ ସ୍ୱାଇଁ ସ୍ୱାଗତ ସଙ୍ଗୀତ ଉପସ୍ଥାପନ କରିଥିଲେ ଏବଂ ବିଭାଗର ଅନ୍ୟତମା ଅଧ୍ୟାପିକା ଶ୍ରୀମତୀ ଯସ୍ମିନ କୁମାରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ I

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe