ଦୀର୍ଘ ୪/୫ମାସ ହେବ କାମ ବନ୍ଦ୍ ହୋଇ ଯାଇଛି ।ସମୁଦାୟ ୫କିମି ରାସ୍ତାରୁ ନିର୍ମାଣ ହୋଇ ଥିବା କିଛି ରାସ୍ତା ନିମ୍ନ ମାନର କାର୍ଯ୍ୟ ହୋଇ ଥିବା ରୁ ସମ୍ପୂର୍ଣ କଂକ୍ରିଟ ଉଠି ଯାଇ ଆହୁରି ଶୋ ଚୋନୀୟ ହୋଇ ପଡ଼ିଛି । ଲୋଇଡ୍। ପଦା ଗ୍ରାମ ପଞ୍ଚାୟତ ର ସରପଂଚ ବିଳାସିନୀ ଓରାମ, ନାଏବ ସର ପଞ୍ଚ ତୁଷାର ନାଏକ,ୱାର୍ଡ ମେମ୍ବର ଗ।ଭାସ୍କର ପୂର୍ତ୍ତି,ପ୍ରମୁଖ କହିଛନ୍ତି ଯେ ଗ୍ରାମ୍ୟ ଉନ୍ନୟନ ଏସ ଡି ଓ ଙ୍କୁ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ୨/୩ଥର ଯୋଡା ବ୍ଲକରେ ଅନୁଷ୍ଠିତ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରି ମଧ୍ୟ କୌଣସି ନିଷ୍କର୍ଷ ମିଳିଲା ନାହିଁ ।ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳ କୁ ପ୍ରଶାସନ ଅଣଦେଖା କରୁ ଛି ।ତେବେ ଏ ନେଇ ଠିକା ସଂସ୍ଥା ର ମ୍ୟାନେଜର ଲକ୍ଷ୍ମୀଧର ଦାସ ଙ୍କୁ କାମ ବନ୍ଦ୍ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ଯେ,ସିମେଣ୍ଟ - ବଜୁରି (ଚିପ୍ସ) ଗୋଳା ମିକ୍ସ୍ଚର କାରଖାନା ର କିଛି ଯନ୍ତ୍ରାଂଶ ପୋଡ଼ି ଯାଇ ଥିବା ରୁ କାର୍ଯ୍ୟ ବିଳମ୍ବ ହୋଇଛି ।ତେଣେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଏସ ଡି ଓ ରାମ ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ,ଠିକା ସଂସ୍ଥା ର କାର୍ଯ୍ୟାଦେଶ କୁ ବାତିଲ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଅବଗତ କରା ଯାଇଛି ।ନିଜେ ରାସ୍ତା ଟି ର ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବେ ବୋଲି ସେ କହିଛନ୍ତି ।ସ୍ଥାନୀୟ ଅଞ୍ଚଳ ର ଅଧିବାସୀ ମହେଶ୍ୱର ଘଣା ଅଧିକ ସୂଚନା ଦେଇ କହିଛନ୍ତି ଯେ,୫୦ବର୍ଷରୁ ଅଧିକ ସମୟ ଧରି ଏହି ରାସ୍ତା ଟି ଅଧିକ ଓସାରିଆ ଥିଲା ,ମାତ୍ର କଂକ୍ରିଟ ରୋଡ ନିର୍ମାଣରେ ତ୍ରୁଟି ହେତୁ ଏହି ରାସ୍ତା ଟି ଅଣଓସାରିଆ ହୋଇ ଯାଇଛି ।ଫଳରେ ଏହି ରାସ୍ତା ଦେଇ ଦୁଇଟି ଗାଡ଼ି ଏକକାଳୀନ ଅତିକ୍ରମ କରି ପାରୁ ନାହାଁନ୍ତି ।ବାଇକ୍ ଚାଳକ ମାନଙ୍କ ପାଇଁ ଏହା ବିପଦ ପୂର୍ଣ୍ଣ ରାସ୍ତାରେ ପରିଣତ ହୋଇଛି ।ବାରମ୍ବାର ଦୁର୍ଘଟଣା ଘଟି ଜୀବନ ହାନି ହେଉଛି ।ସୂଚନା ଯୋଗ୍ୟ କି,କେବଳ ଯୋଡା ଖଣି ମଣ୍ଡଳରୁ ୨୦୨୧-୨୨ ରେ ପ୍ରାୟ ୧୮୦୫ କୋଟି ଟଙ୍କା ଆଦାୟ ହୋଇ ଥିବା ବେଳେ ୨୦୨୨-୨୩ଆର୍ଥିକ ବର୍ଷରେ ୧୩୦୦କୋଟି ଟଙ୍କା ଆଦାୟ ହୋଇ ଥିଲା ।ହଜାର ହଜାର କୋଟି ଟଙ୍କା ଜିଲ୍ଲା ଖଣିଜ ପାଣ୍ଠି ରେ ଥାଇ ମଧ୍ୟ ଖଣି ଅଞ୍ଚଳର ରାସ୍ତା ଗୁଡ଼ିକରେ ଏହି ଅର୍ଥ ର ସୁବିନିଯୋଗ ହେଉ ନ ଥିବା ଅଞ୍ଚଳ ବାସୀ କ୍ଷୋଭ ର ସହିତ କହିଛନ୍ତି। ଅନାବଶ୍ୟକ ସ୍ଥଳରେ ଅଧିକ ଖର୍ଚ୍ଚ ଏବଂ ଆବଶ୍ୟକ ସ୍ଥଳେ କମ୍ ଖର୍ଚ୍ଚ କରାଯାଉଥିବା ରୁ ଖଣି ପ୍ରଭାବିତ ଅଞ୍ଚଳ ବାସୀ ଏହାର ସୁଫଳ ପାଇ ପାରୁ ନ ଥିବା କହିଛନ୍ତି ।