ବ୍ଳକ୍ ସ୍ତରୀୟ ସୁରଭି-୨୦୨୩ ଗୋଷ୍ଠି ଶିକ୍ଷା ଅଧିକାରୀ ଆସିକାଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଇଓ ଶ୍ରୀମତୀ ମୁନ୍ ରାଣୀ ମହାନ୍ତି ଉଦ୍ ଘାଟନ କରିଥିଲା ବେଳେ ଉଦ୍ ଯାପନକୁ ସ୍ଥାନୀୟ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁଙ୍କ କରକମଳରେ ଆରମ୍ଭ ହୋଇଥିଲା। ବ୍ଳକର ୧୩ଟି କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ୪ର୍ଥ ରୁ ୧୨ଶ ଶ୍ରେଣୀର ଛାତ୍ର ଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ୧ମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ଉଦ୍ ଯାପନ ମଞ୍ଚରେ ବିଇଓ ଆସିକା ମହାଶୟା ସଭାପତି ଭାବେ ସଭା ପରିଚାଳନା କରୁଥିଲା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ଆସିକା ନଗରପାଳ ଶ୍ରୀମତୀ ବିନିତା ସ୍ଵାଇଁ, ଜିଲ୍ଲା ପରିଷଦ ସଭ୍ୟା ଜୋନ୍-୨ ଶ୍ରୀମତୀ ଅନିମା ପରିଡ଼ା, ବିଜେଡ଼ି ନଗର ସଭାପତି ଶ୍ରୀ ସତ୍ୟ ନାରାୟଣ ସ୍ଵାଇଁ, ପୂର୍ବତନ ଆସିକା ଏବିଇଓ ଶ୍ରୀ ଶଙ୍କର୍ଷଣ ତ୍ରିପାଠୀ, ଏବିଇଓ ଶ୍ରୀ ବିଭୁ ନନ୍ଦନ ପଣ୍ଡା, ସ୍ଥାନୀୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜଲି ମହାପାତ୍ର ଯୋଗ ଦେଇଥିଲା ବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ଶ୍ରୀ ଭାଗିରଥୀ ପାତ୍ର ମହାଶୟ ଏହି କାର୍ଯ୍ୟକ୍ରମ ଉପରେ ସବିଶେଷ ତଥ୍ୟ, ଏହି କାର୍ଯ୍ୟକ୍ରମର ଆବଶ୍ୟକତା, ଓଡ଼ିଶା ମିଲେଟ- ମାଣ୍ଡିଆ ଆଦି ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ। ନାରୀ ସଶକ୍ତିକରଣ, ଓଡ଼ିଶା ସରକାରଙ୍କ ଉଦ୍ୟମ ଓ ସହଯୋଗ ଉପରେ ବିଧାୟିକା ମତ ଦେଇଥିଲା ବେଳେ ସାଂସଦ ମହୋଦୟା ଛାତ୍ର ଛାତ୍ରୀଙ୍କ ସଂଯମତା, ଧୈର୍ଯ୍ୟ, ପ୍ରତିଯୋଗୀ ମନୋଭାବକୁ ଖୁବ୍ ପ୍ରଶଂସା କରିଥିଲେ। ନଗରପାଳିକା ମହୋଦୟା କଳା ସଂସ୍କୃତି ଓ ସୁରଭି କାର୍ଯ୍ୟକ୍ରମ ସମ୍ପର୍କରେ, ଜିଲ୍ଲା ପରିଷଦ ସଭ୍ୟା ମହାଶୟା ସରକାରୀ ଯୋଜନା ଦ୍ବାରା କିପରି ପିଲାମାନେ ଉପକୃତ ହେଉଛନ୍ତି ଆଲୋକପାତ କରିଥିଲେ। କାର୍ଯ୍ୟ ଶେଷରେ ବିଜୟୀ ପ୍ରତିଯୋଗୀଙ୍କୁ ମଞ୍ଚାସୀନ ଅତିଥିବୃନ୍ଦ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ସମସ୍ତଙ୍କ ସହଯୋଗ ଓ ଛାତ୍ର ଛାତ୍ରୀଙ୍କ ଧୈର୍ଯ୍ୟ କୁ ପ୍ରଶଂସା କରି ଅତି ଶାନ୍ତ ଶୃଙ୍ଖଳାରେ କାର୍ଯ୍ୟକ୍ରମ ସରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା।