ଏସିଆ ମହାଦେଶ ର ସର୍ବ ପୁରାତନ ଚିନିଶିଳ୍ପ ଆସିକା ନୂଆଗାଁ ରେ ପରିଚାଳନା ପରିଷଦ ର ନିର୍ଦେଶକ ଭାବେ ଯୋଗ ଦେଲେ ଗାୟତ୍ରୀ ଦତ୍ତ ନାୟକ l ଏଥି ପୂର୍ବରୁ ସାନଖେମୁଣ୍ଡି ବିଡ଼ିଓ ରୂପେ ଗାୟତ୍ରୀ ଦତ୍ତ ନାୟକ କାର୍ଯ୍ୟକରୁଥିଲେ l ଆଜି ଅପରାହ୍ନ ରେ ଚିନିଶିଳ୍ପ କାର୍ଯ୍ୟlଳୟ ରେ ପହଂଚି ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି l ଆଜି ଏମ ଡି ଙ୍କ ଦାୟିତ୍ୱ ନେବା ପରେ ପରିଚାଳନା ପରିଷଦ ର ସଭାପତି ରବୀନ୍ଦ୍ର ପଣ୍ଡା, ପରିଚାଳନା ପରିଷଦ ର ସଦସ୍ୟl ଗୀତା ପାତ୍ର, ଚିନି କାରଖାନାର କର୍ମଚାରୀ ସମ୍ପାଦକ ଆର ଚନ୍ଦ୍ର ଶେଖର ରେଡି,ଆଖୁ ପରିଚାଳକ ପ୍ରଶାନ୍ତ ପାଢୀ, କାର୍ଯ୍ୟାଳୟ ଅଧିକ୍ଷକ ପ୍ରଶାନ୍ତ କୁମାର କର, ଦିଲୀପ ସ୍ୱାଇଁ, ଅନିଲ ଦାସ, ଶ୍ରୀନିବାସ ମହାପାତ୍ର, ସହକାରୀ ଯନ୍ତ୍ରୀ ଇ.ଅଶୋକ କୁମାର ଶତପଥି, କନିଷ୍ଠ ଯନ୍ତ୍ରୀ ଇ. ଅରୁଣ ପାତ୍ର, ଚାଷୀ ନେତା ରାଘବ ସିଅ, ବିଜେଡି ନେତା ଅନିଲ ନାହାକ, ସୁନୀଲ ନାହାକ, ଆଇନଜୀବି ଲଳିତ ମୋହନ ଦାସ, ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ l ଏମ ଡି ଶ୍ରୀ ନାଏକ କାର୍ଯ୍ୟଭାର ନେବା ପରେ ଚିନି କାରଖାନା ର ଆଖୁ ଚାଷ ର ଉନ୍ନତି, ଚାଷୀ ର ସମସ୍ୟା ପ୍ରତି ଧ୍ୟାନ ଦେବା,କାରଖାନା ର ବ୍ୟବସାୟିକ ଉନ୍ନତି, କର୍ମଚାରୀ ମାନଙ୍କ ସମସ୍ୟା ଏବଂ ସୁଭିଧା ବିଷୟରେ ବୁଝିବା, କାରଖାନାର ଯାନ୍ତ୍ରିକ ଉନ୍ନତି, ସରକାରୀ ଅନୁଦାନ ର ବିନିଯୋଗ, ଅଭ୍ୟନ୍ତ୍ୟରଣୀୟ କାର୍ଯ୍ୟରେ ଉନ୍ନତି ବିଷୟ ଉପରେ ଗୁରୁତ୍ୱ ଦେବା କୁ କହିଛନ୍ତି l