ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବନେଇକଳା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ମଙ୍ଗଳବାର ଉଦଯାପିତ ହୋଇ ଯାଇଛି । ଏଥିରେ ଯୋଡ଼ା ବ୍ଲକ ର ୨୪ ଟି କ୍ଲଷ୍ଟର ରୁ ମୋଟ ୨୬୩ ଜଣ ପ୍ରତିଯୋଗୀ ୧୩ ଟି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ । ଏହି ଉତ୍ସବ କୁ ଯୋଡ଼ା ବ୍ଲକ ର ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା ଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲେ । ପରେ କୁନି କୁନି ଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀ ର ବିକାଶ ନିମନ୍ତେ ଓଡିଶା ମିଲେଟ ପ୍ରତିଯୋଗିତା ସୁରଭି ରେ ବିଭିନ୍ନ ପ୍ରତିଯୋଗିତା ଓ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଯୋଡ଼ା ବ୍ଲକ ର ଅଧ୍ୟକ୍ଷ କବିନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୋଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷଧିକାରୀ କ୍ଷେତ୍ରମୋହନ ହାଁସଦା,ବନେଇକଳା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯଯାତି କେଶରୀ ବେହେରା, ବିରଞ୍ଚି ନାରାୟଣ ଶତପଥୀ, ପ୍ରଶାନ୍ତ ସେଠି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉଦଯାପନୀ ସଭାରେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ସାଟିଫିକେଟ ପ୍ରଦାନ କରି ଥିଲେ । ଏହି ବ୍ଲକ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ପ୍ରତିଯୋଗୀ ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଗୋଷ୍ଠୀ ଶିକ୍ଷାଧିକାରୀ ଘୋଷଣା କରିଥିଲେ । ଏହି ସୁରଭି କାର୍ଯ୍ୟକ୍ରମ ରେ ଚଉଦ ଗୋଟି କ୍ଲଷ୍ଟର ର ସମସ୍ତ ସି ଆର ସି ସି ମାନେ ସମୁର୍ଣ୍ଣ ସହଯୋଗ କରିବା ସହିତ ସି ଆର ସି ସି ଦୁଃଖବନ୍ଧୁ ମିଶ୍ର ଓ ଚୌଧୁରୀ ତନ୍ତୀ ମଞ୍ଚ ପରିଚାଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀଛାତ୍ର, ଅଭିଭାବକ, ଶିକ୍ଷୟିତ୍ରୀଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶେଷରେ ଯୋଡ଼ା ବ୍ଲକ ଵିଆରସିସି ପ୍ରଶାନ୍ତ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।