ପ୍ରତାପୁର ନଦୀ ବାଲି ଘାଟରୁ 5ଟ୍ରାକ୍ଟର କୁ ଜବତ କଲେ ପୁରୁଷୋତ୍ତମପୁର ପୋଲିସ,
ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ବାଲି ଘାଟରୁବେଆଇନ ଭାବରେ ବାଲି ଚୋରାଚାଲାଣ ବେଳେ୫ ଟ୍ରାକ୍ଟରକୁ ପୋଲିସ ଜବତକରିଛି । ଏଥ୍ନେଇ ଥାନା କେସ ନଂ ୭୨୬ /୨୩ ପ୍ରକାରେ ମାମଲା ରୁଜୁ କରାଯାଇଛି । ଏଥ୍ନେଇ ଥାନା ଆଇଆଇସି ସମିର କୁମାର ରାଉତକହିଛନ୍ତି ନଦୀରୁ ବେଆଇନ ଭାବେ ବାଲିଉତ୍ତୋଳନ କରି ଚୋରାଚାଲାଣ ହେଉଥିବାର
ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରାତ୍ରରେ ଚଢାଉକରାଯିବା ବେଳେ ଅନ୍ଧାର ରାତ୍ରର ସୁଯୋଗନେଇ ଅଭିଯୁକ୍ତ ମାନେ ଟ୍ରାକ୍ଟରକୁ ଛାଡି ଚମ୍ପଟ
ମାରିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପୋଲିସକର୍ମଚାରୀମାନେ ଘଟଣାସ୍ଥଳରେ ଜଗିରହିଥିଲେସୁଦ୍ଧା ଗାଡିପାଖକୁ କେହି ଆସି ନ ଥିଲେ ଫଳରେ ଟ୍ରାକ୍ଟରଗୁଡିକୁ ଜବତ କରି ଥାନାକୁ ଆଣିବା ସହ ଏହି ଗାଡି କାହାର ସେନେଇ ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି ।
ଦୀର୍ଘ ଦିନହେଲା ପ୍ରତାପୁର ଗ୍ରାମରେ ଋଷିକୁଲ୍ୟା ନଦୀର ବିଭିନ୍ନ ସ୍ଥାନରେ ବାଲି ମାଫିଆ ମାନେ କୁଳଘାଇକୁ ହାଣିବା ସହ ବେଆଇନ ଭାବରେ ବାଲି ଚୋରାଚାଲାଣ କରିବାରେ ଲାଗିଛନ୍ତି। ଏହାଉପରେ ବିଭିର୍ଣ୍ଣ ଖବର କାଗଜରେ ଖବର ପ୍ରସାରଣ ହୋଇଥିଲା | ଆଜିଚୋରାରେ ବାଲି ଯାଉଥିବା ଖବର ପୁରୁଷୋତ୍ତମପୁର ଥାନା ଅଧିକାରୀ ସମୀର କୁମାର ରାଉତ ଙ୍କ ପାଖରେ କୌଣସି ସୂତ୍ରରୁ ଜାଣିବା ପରେ ସଦଳ ବଳ ପୋଲିସ ଷ୍ଟାଫ ଙ୍କୁ ଧରି ସେହି ନଦୀ ଘାଟକୁ ଯାଇ ଚଢ଼ାଉ କରି ଥିଲେ | ଫଳରେ ପୋଲିସ ଗାଡ଼ି କୁ ଦେଖି ବାଲି ମାଫିଆ ମାନେ ଗାଡ଼ି ଛାଡି ପଳାଇ ଥିଲେ |
ପୋଲିସ ପକ୍ଷରୁ ଜବତ କରାଯାଇଥିବା ଏହି ଗାଡି ମଧ୍ୟରେ ଜାଲ ନମ୍ବରର ଗାଡି ରହିଥିବା ଅଭିଯୋଗ କରିବା ସହ ବରିଷ୍ଠ ପୋଲିସ ଅଧୂକାରୀମାନେ ଏପ୍ରତି ଗୁରୁତ୍ୱ ଦେଇ ଜବତ ଗାଡିଗୁଡିକ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେବାଲିଚୋରାକାରବାରରେ ସମ୍ପୃକ୍ତ ରହିଥିବା ଜୈନିକ କର୍ମଚାରୀଙ୍କ ଅସଲି ମୁଖାଖୋଲିପାରିବ ବୋଲି ଦାବି କରିଛନ୍ତି। ଏହାସହ ଆଇ ଆଇସି ଙ୍କ ନେତୃତ୍ୱ ଯୋଗୁଁ ବାଲି ମାଫିଆ ଙ୍କ ଆଖିରୁ ନିଦ ହଜେଇ ଦେଇ ଛନ୍ତି | ଥାନା ଧିକାରୀ ଙ୍କ ଏପରି କାର୍ଯ୍ୟ ଯୋଗୁଁ ସମସ୍ତେ ଆଜି ତାଙ୍କୁ ସାବାସ କରିଛନ୍ତି | ତହସିଲଦାର ଏହା ଉପରେ ମଧ୍ୟ ଚୋରଙ୍କ ସରକାର ଙ୍କ ରାଜସ୍ବ ନଷ୍ଟ କରୁଥିବା ଉପରେ କଠୋର ଦଣ୍ଡ ବିଧାନ କଲେ ମାଫିଆ ମାନେ ଏପରି କରିବାକୁ କେବେବି ସାହସ କରିପାରିବେନି |