//BREAKING//
Loading...

ହରିଦ୍ଵାର ଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଆଲୋଚନା ବୈଠକ ଅନୁଷ୍ଠିତ


 ହରିଦ୍ଵାର ଠାରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଆଲୋଚନା ବୈଠକ ଅନୁଷ୍ଠିତ - ହରିଦ୍ଵାର ମଠ ପରିସରରେ ନୂଆ କରି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି,ପୁର୍ବରୁ ମଧ୍ଯ ଭୁବନେଶ୍ବର ଠାରେ ବୈଠକ ରେ ଏହି ନିର୍ମାଣ କରିବା ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ହରିଦ୍ଵାର ଶ୍ରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଟ୍ରଷ୍ଟ ର ଚେୟାରମ୍ୟାନ ହରିଦ୍ଵାର ପିଠାଧିଶ୍ୱର୍ ଅନନ୍ତ ଶ୍ରୀ ବିଭୂଷିତ ଦଣ୍ଡିସ୍ୱାମି ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦ ତୀର୍ଥ ଜୀ ମହାରାଜ।ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ  ହରିଦ୍ଵାରର ମହା ସଚିବ ତଥା ମ୍ୟାନେଜିଂ ଟ୍ରଷ୍ଟି ଇଁ.ରବି ନାରାୟଣ ମହାପାତ୍ର, ଉପ ସଭାପତି ଶ୍ରୀମତୀ କନକ ଲତା ମହାପାତ୍ର ଓ ସଂପାଦକ ସନ୍ତୋଷ ମିଶ୍ର,ହରିଦ୍ଵାର ନିବାସୀ ଓଡ଼ିଆ ସମାଜ ସହିତ ମନ୍ଦିର ନିର୍ମାଣ ନିମିତ୍ତ ସଭାରେ ଉପସ୍ଥିତ ରହି ଆଲୋଚନା ରେ ଗ୍ରହଣ କରିଥିଲେ। ଶ୍ରୀଜଗନ୍ନାଥ ମହାପ୍ରଭୁ ଙ୍କ ମନ୍ଦିର ନିର୍ମାଣ ଦିଗର ପ୍ରଗତି ବିଷୟରେ ଆଲୋଚନା କରା ଯାଇ ଥିଲା, ପ୍ରଥମେ ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର  ମଞ୍ଚାସୀନ ଅତିଥିବୃନ୍ଦ ଓ ଆସିଥିବା ଅନ୍ୟ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ ବୈଠକ ସମନ୍ଧରେ ସମସ୍ତଙ୍କୁ ସୂଚନା ଦେଇଥିଲେ, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ହରିଦ୍ୱାର ର ମ୍ୟାନେଜିଂ ଟ୍ରଷ୍ଟୀ ଇଁ ରବିନାରାୟଣ ମହାପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଓ ପରେ ପରେ ହରିଦ୍ଵାର ରେ ନିର୍ମାଣ କରାଯାଉ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର ର ବର୍ତମାନ  ସ୍ଥିତି ସମ୍ପର୍କରେ  ଅବଗତ କରାଇ ସମସ୍ତଙ୍କୁ  ଧନ୍ୟବାଦ ଅର୍ପଣ କରିଥିଲେ।ଆସନ୍ତା ୨୯.୧୧.୨୩ ଦିନ ମଠ ପରିସରରେ ରୀତି ନୀତି ପୁଜା କରାଯାଇ ମନ୍ଦିର ନିର୍ମାଣ ଆରମ୍ଭ କରିବାକୁ ଶୁଭ ଉଦ୍ଘାଟନ କରାଯିବ ପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଏହି ମନ୍ଦିର ନିର୍ମାଣ ନିମନ୍ତେ  ଯେଉଁ ମାନେ ଅନୁଦାନ ଦେବାକୁ ଚାହୁଛନ୍ତି, ସେମାନେ ନିମ୍ନ ପ୍ରଦତ୍ତ ଟ୍ରଷ୍ଟ ଆକାଉଣ୍ଟରେ ହିଁ 

ଡିପୋଜିଟ କରିବାକୁ ବିନମ୍ର ଅନୁରୋଧ କରା ଯାଇଥିଲା SriJagannath charitable trust, Haridwar

AC no.110091807774

ISFC:CNRB 0002487

Canara bank,Shaheed Nagar, Bhubaneswar  ନିର୍ମାଣାଧିନ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିମନ୍ତେ ଓଡିଶା ବାସୀ ତଥା ସ୍ଥାନୀୟ ବ୍ଯକ୍ତି ବିଶେଷଙ୍କର ସାହାଯ୍ଯ ଓ ସହଯୋଗ କରିବାକୁ ବିନମ୍ର ଅନୁରୋଧ କରା ଯାଇଥିଲା, ଆମେ ଓଡ଼ିଆ ଆମ ମହାପ୍ରଭୁ ଭାରି ବଢିଆ, ଏକ ସଙ୍ଗେ ସମସ୍ତେ କହି ଥିଲେ ଏହା ପରେ ସଭା ସାଙ୍ଗ କରାଯାଇ ଥିଲା, ନାରାୟଣ ମହାପାତ୍ର, ଆର୍ଥିକ କମିଟି ଚେୟାରମ୍ୟାନ, ଶ୍ରୀଜଗନ୍ନାଥ ଚାରି ଟେବୁଲ ଟ୍ରଷ୍ଟ, ହରିଦ୍ଵାର

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe