//BREAKING//
Loading...

ମହିଳାଙ୍କୁ ସ୍ୱାବଲମ୍ବୀ କରାଇବା ନର୍ଭେରାମ କମ୍ପାନୀର ଲକ୍ଷ

 



ଯୋଡ଼ା : ୦୫/୧୧(sangharsatv ) କେନ୍ଦୁଝର ଜିଲ୍ଲା  ଭଦ୍ରାସାହି ପଞ୍ଚାୟତ ବଡ଼ବିଲ ତହସିଲ ଅନ୍ତର୍ଗତ ଟଣ୍ଚୋ ଗ୍ରାମରେ ଅବସ୍ଥିତ ନର୍ଭେରାମ ଷ୍ଟିଲ ଏଣ୍ଡ ପାୱାର କମ୍ପାନୀ ସବୁ  ସମୟରେ ଲୋକମାନଙ୍କ ସୁଖଦୁଃଖର ସାଥି ହୋଇ ଆସିଛି । କମ୍ପାନୀ ପାରିପାର୍ଶ୍ବିକ ଉନ୍ନତି କରିବା ସହିତ ଆଖପାଖ ଗ୍ରାମରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରି ପାରିଛି । ମହିଳା ମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ କମ୍ପାନୀ ଛତୁ ଚାଷ ଓ ଫିନାଇଲ ପ୍ରସ୍ତୁତ ଭଳି ଦୁଇଟି ସୁନ୍ଦର ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି । ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ଭଦ୍ରାସାହି କମ୍ୟୁନିଟି ସେଣ୍ଟର ଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭଦ୍ରାସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମିଳା ନାଏକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଭଦ୍ରାସାହି ସମିଟିସଭ୍ୟ ଯସବନ୍ତ ପାତ୍ର , ନର୍ଭେରାମ କମ୍ପାନୀର ଉପସଭାପତି ସଦାନନ୍ଦ ରାଣା, ମାନବସମ୍ବଳ ମୁଖ୍ୟ ପୀୟୂଷ ପାଣ୍ଡେ,ପ୍ରଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଫିନାଇଲ ପ୍ରସ୍ତୁତ ପ୍ରଣାଳୀ ପ୍ରଶିକ୍ଷଣ ନିମନ୍ତେ  ସୁଦୂର ରାଉଲକେଲାରୁ ଡାକ୍ତର ଶାହାନାରା ଖାତୁନ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିକଟବର୍ତ୍ତୀ ଗ୍ରାମ ଗୁଡିକରୁ ଆସିଥିବା ପାଖାପାଖି ୨୫ଟି ସ୍ୱୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବିଗତ ଦିନରେ କମ୍ପାନୀ ଏହିଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦୁଇଥର କରିଥିଲେ ମଧ୍ୟ କିଛି ମହିଳା ଏହାର ପ୍ରଣାଳୀ ସଠିକ ଭାବରେ ବୁଝି ପାରିନଥିଲେ । ତେଣୁ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଅଳ୍ପ ଖର୍ଚରେ କିଭଳି ଅଧିକ ରୋଜଗାର କରିହେବ ସେ ସମ୍ପର୍କରେ ଡାକ୍ତର ଶାହାନାରା ମହିଳା ମାନଙ୍କୁ ଅତି ସରଳ ଭାବରେ ବୁଝାଇ କହିଥିଲେ । ଏଥିସହିତ କମ୍ପାନୀ ପକ୍ଷରୁ ମହିଳା ମାନଙ୍କୁ ଛତୁ ଚାଷ ନିମନ୍ତେ ପ୍ରଶିକ୍ଷଣ ଦେବା ସହିତ ବିନା ମୂଲ୍ୟରେ ଛତୁ ମଞ୍ଜି ପ୍ରଦାନ କରା ଯାଇଥିଲା । ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆବଶ୍ୟକୀୟ ସମସ୍ତ ଉପକରଣ ଯୋଗାଇ ଦେବାକୁ କମ୍ପାନୀ ସବୁ ସମୟରେ ପ୍ରସ୍ତୁତ ବୋଲି କମ୍ପାନୀର ଉପସଭାପତି ସଦାନନ୍ଦ ରାଣା କହିଥିଲେ । ମା ମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ , ନାରୀ ପୁରୁଷ ଭେଦଭାବ ଭୁଲି ମା ମାନଙ୍କୁ ଆଗକୁ ଆସିବାକୁ ହେବ,ରୋଜଗାର କରିବାର ଅନେକ ରାସ୍ତା ଅଛି କିନ୍ତୁ କମ୍ପାନୀ ଆମକୁ ଯେଉଁ ସୁଯୋଗ ଦେଇଛି ଆମେ କେବେ ହାତଛଡା କରିବା ଉଚିତ ନୁହଁ ବୋଲି ସରପଞ୍ଚ ପ୍ରମିଳା ନାଏକ କହିଥିଲେ । କମ୍ପାନୀ ସ୍ଥାନୀୟ ବାସିନ୍ଦାନଙ୍କର,ସ୍ଥାନୀୟ ବାସିନ୍ଦା କମ୍ପାନୀର,ଦୁଇଜଣଙ୍କ ମଧ୍ୟରେ  ସୁ ସମ୍ପର୍କ ବଜାୟ ରହିବା ଆବଶ୍ୟକ । କମ୍ପାନୀ ଉନ୍ନତି କଲେ ସ୍ଥାନୀୟ ବାସିନ୍ଦାଙ୍କର ଉନ୍ନତି ନିଶ୍ଚିତ ବୋଲି କମ୍ପାନୀର ମାନବସମ୍ବଳ ଅଧିକାରୀ ପୀୟୂଷ ପାଣ୍ଡେ କହିଥିଲେ । ଆଗାମୀ ଦିନରେ କମ୍ପାନୀ ଅନେକ ଗୁଡିଏ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି , ଯାହା ସ୍ଥାନୀୟ ବାସିନ୍ଦାଙ୍କ ନିମନ୍ତେ ଉଦ୍ଧିଷ୍ଟ, କଷ୍ଟ କଲେ ସଫଳତା ମିଳିବ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ପ୍ରଶାନ୍ତ ମହାନ୍ତି କହିଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe