//BREAKING//
Loading...

ଟ୍ରଲରକୁ ପଛ ପଟୁ ଧକ୍କା ଦେଲା ଅଟୋ ରିକ୍ସା, ଅଟୋ ଚାଳକଙ୍କ ସମେତ ୪ ମହିଳା ଗୁରୁତର....


ଟ୍ରଲରକୁ ପଛ ପଟୁ ଧକ୍କା ଦେଲା ଅଟୋ ରିକ୍ସା, ଅଟୋ ଚାଳକଙ୍କ ସମେତ ୪ ମହିଳା ଗୁରୁତର....

୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କୋତରି ଛକ ନିକଟରେ ଏକ ଟ୍ରଲର ଛିଡା ହୋଇରହିଥିଲା। ଏହି ସମୟରେ ଏକ ଅଟୋ ରିକ୍ସା ଆସି ଟ୍ରଲର ପଛ ପଟକୁ ଧକ୍କା ଦେଇଥିଲା। ଫଳରେ ଅଟୋ ଡ୍ରାଇଭର ସମେତ ୫ ଜଣ ଗୁରୁତର ଆହତ ହୋଇଥିଲେ। ପରେ ବାଲୁଗାଁ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରୁ ଗୁରୁତର ମାନଙ୍କୁ ଉଦ୍ଧାର କରିଥିଲା ଏବଂ ବାଲୁଗାଁ ମେଡିକାଲରେ ଗୁରୁତରମାନଙ୍କୁ ଭର୍ତ୍ତି କରିଥିଲେ।

ଅଟୋ ଚାଳକ ଜଣକ ଅତି ଗୁରୁତର ଥିବାରୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇ ଥିବା ବେଳେ ଅନ୍ୟ ୪ ଜଣ ମହିଳା ଶ୍ରମିକ ଅବସ୍ଥା ଗୁରୁତର ଥିଵା ଜଣା ପଡିଛି। ଏହି ୪ ଜଣ ମହିଳା ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଥିବା ବେଳେ ସେମାନେ ଶ୍ରମିକ ଭାବେ ଧାନ ଫସଲ କାଟିବା ପାଇଁ ବାଲୁଗାଁ ଆସିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe