ବେଆଇନ ବାଣ ଗୋଦାମକୁ ସିଲ କଲା ବାଲୁଗାଁ ପୋଲିସ
ବାଲୁଗାଁ:-ଆଜି ସନ୍ଧ୍ୟାରେ ବେଆଇନ ବାଣ ଗୋଦାମକୁ ସିଲ କରିବାସହ ହଜାର ହଜାର ଟଙ୍କାର ବାଣ ଜବତ କରିଛି ବାଲୁଗାଁ ପୋଲିସ।ଦୀପାବଳିରେ ବାଣ ଫୁଟାଇବା ପରମ୍ପରା ଥିବାରୁ ସରକାରୀ ନିୟମ ଅନୁସାରେ ବାଣ ବଜାର ମାନ ଗଢି ଉଠିଥିଲା।ମାତ୍ର କିଛି ବାଣ ବେପାରୀ ବେଆଇନ ଭାବେ ବାଣ ବିକ୍ରି କରୁଥିବା ନେଇ ଖବର ପ୍ରସାରିତ ହେବାପରେ ସ୍ଥାନୀୟ ପୋଲିସ ପକ୍ଷରୁ ଧରପଗଡ଼ ଜାରି ରହିଥିଲା।ତେବେ ଆଜି ସନ୍ଧ୍ୟାରେ ଆଇଆଇସି ଜୟ ପ୍ରକାଶ ପରିଡାଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଥିବା ବେଳେ ଏକ ବାଣ ଗୋଦାମରେ ଗଛିତ ଥିବା ହଜାର ହଜାର ଟଙ୍କାର ବାଣ ଜବତ କରିବାସହ ଉକ୍ତ ଗୋଦାମକୁ ସିଲ କରାଯାଇଛି।ଉକ୍ତ ଗୋଦାମ ମାଲିକ ବାଲୁଗାଁ ଆନନ୍ଦ ବଜାରର ଉମାଚରଣ ମହାରଣାଙ୍କ ପୁଅ ଜିତେନ୍ଦ୍ର ମହାରଣାଙ୍କ ବିରୁଦ୍ଧରେ କେଶ ନଂ ୩୨୫/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ପରିଡା ସୂଚନା ଦେଇଛନ୍ତି