ଯୋଡା- (sangharsatv) କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ରେ ଚଳିତ ମାସ 29 ତାରିଖରେ ହେବାକୁ ଥିବା 8 ନମ୍ବର ୱାର୍ଡ କାଉନ୍ସିଲର ଉପ ନିର୍ବାଚନ ପାଇଁ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଯୋଡା ପୌରଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁଙ୍କ ନେତୃତ୍ଵରେ ରବିବାର ପୂର୍ବାହ୍ନ ସମୟରେ ବିଜୁ ଜନତା ଦଳ ପକ୍ଷରୁ 8 ନମ୍ବର ୱାର୍ଡ ରେ ଥିବା କଲ୍ଯାଣ ମଣ୍ଡପ ଠାରେ ଏକ ବିରାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହ ପ୍ରଚାର କାର୍ଯ୍ୟ ର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି, ଉପ ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଜୋରଦାର୍ କରିବା ସହ ବିପୁଳ ମାତ୍ରା ରେ କାଉନ୍ସିଲର ପ୍ରାର୍ଥୀ ଶୁଭମ ନାଏକ ଙ୍କୁ ଜିତାଇବା ପାଇଁ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ସହ ପ୍ରଚାର କାର୍ଯ୍ୟ କରାଯାଇଥିଲା, ବିଜେଡି ସରକାର ଙ୍କ ସମସ୍ତ ଜନ କଲ୍ଯାଣ କାରୀ ଯୋଜନା ଗୁଡିକୁ ପାଥେୟ କରି କର୍ମୀ ଓ ପ୍ରାର୍ଥୀ ଜନସାଧାରଣ ଙ୍କ ନିକଟରେ ଭୋଟ ଭିକ୍ଷା କରୁଥିବା ବେଳେ ୱାର୍ଡ ବାସୀ ମଧ୍ଯ ଏହାକୁ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି, ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ଓ ବିଧାୟିକା ମିନାକ୍ଷୀ ମହାନ୍ତ ଙ୍କ ଲୋକ ପ୍ରିୟତା ମଧ୍ଯ ସ୍ଥାନୀୟ ଲୋକଙ୍କୁ ବେଶ ଆକୃଷ୍ଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସହ ସର୍ବଦା ରହିବାକୁ ୱାର୍ଡ ବାସୀ ପ୍ରତିଶ୍ରୁତିବଦ୍ଧ ଥିବା ଜଣାପଡ଼ିଛି, ଦଳ ସହ ରହି ବିଜେଡି ଦଳକୁ ସମୃଦ୍ଧ କରିବା ସହ ୱାର୍ଡ ର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଜେଡି କାଉନସିଲର ଶୁଭାମ ନାଏକ ଙ୍କୁ ବିପୁଳ ମାତ୍ରା ରେ ବିଜୟ କରିବାକୁ ୱାର୍ଡ ବାସୀ ମଧ୍ଯ ପ୍ରସ୍ତୁତ ଅଛନ୍ତି ବୋଲି ପୌରଅଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ଙ୍କୁ ଗ୍ରାମବାସୀ ପ୍ରତିଶ୍ରୁତି ଦେଇଛନ୍ତି, ତେବେ ଆଗକୁ ପ୍ରଚାର କାର୍ଯ୍ୟ ଆହୁରି ଜୋରଦାର୍ ହେବା ସହ ବିରୋଧୀଙ୍କୁ ଉଚିତ୍ ଜାବାବ ଦିଆଯିବ ବୋଲି ଯୁବ ସଂଗଠକ ସୁଶାନ୍ତ କୁମାର ବାରିକ ଓ ଅନ୍ୟ ନେତୃବୃନ୍ଦ ମାନେ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି ।