//BREAKING//
Loading...

ଲକ୍ଷ୍ମୀପୂଜା ମେଳା ର ଆସର ଜମୁଛି

 


ଯୋଡ଼ା (sangharsatv ) ଅକ୍ଟୋବର ମାସ 28  ତାରିଖ ଠାରୁ ମା’ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିବା ବେଳେ ଯୋଡା ଠାରେ ଦୀର୍ଘ ୧୨ ଦିନ ଧରି ଚାଲିବାକୁ ଥିବା ଏହି ଲକ୍ଷ୍ମୀ ପୂଜା ସହିତ ମେଳାର ଆସର ବେଶ ଜମୁଥିବାର ଦେଖିବାକୁ ମିଳୁଛି । ଜିଲ୍ଲାର ଖଣି ପାହାଡ ଭରା ଯୋଡା  ଲକ୍ଷ୍ମୀ ପୂଜା ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ପ୍ରସିଦ୍ଧ ଲାଭ କରିଛି । ଲକ୍ଷ୍ମୀ ପଡିଆଠାରେ ଚାଳିଥିବା ମେଳା ଓ ମୀନାବଜାରରେ ପ୍ରବଳ ଜନଗହଳି ଦେଖିବାକୁ ମିଳୁଛି । ତେବେ ରଂଗାରଂଗ ବିଜୁଳି ଆଲୁଅ ର ସାଜସଜା ସାଙ୍ଗକୁ ବହୁ ଦୂରଦୂରାନ୍ତରୁ ଆସିଥିବା ବେପାରୀମାନେ ବିଭିନ୍ନ ପ୍ରକାର ସମାଗ୍ରୀ ବିକ୍ରୀ କରିବା ଲାଗି ଡେରା ପକାଇଛନ୍ତି । ରାଜ୍ୟ ବାହାରୁ ମଧ୍ୟ କିଛି ବ୍ୟବସାୟୀମାନେ ନାନା କିସମର ସାମଗ୍ରୀ ବିକିବା ଲାଗି ନିଜ ନିଜ ପସରା ମେଲାଇଛନ୍ତି । ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଯୋଡା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକମାନଙ୍କ ଦ୍ୱାରା ଭରପୁର ହୋଇଯାଉଛି ଯୋଡା ଲକ୍ଷ୍ମୀପଡିଆ । ବଜାରରେ କିଣାବିକା ସହିତ ଖିଆପିଆ,ମନୋରଂଜନର ଆସର ଭିତରେ ଜମୁଛି ମେଲା । ମୀନାବଜାର ସହ  ବଡଦୋଳି ଓ ଶିଶୁମାନଙ୍କ ପାଇଁ ଥିବା ବିଭିନ୍ନ ପ୍ରକାର ମନୋଲୋଭା କଉତୁକିଆ ଦୋଳିରେ ବସି ଖେଳିବା ନିମନ୍ତେ ବେସ୍ ଭିଡ ପରିଲକ୍ଷିତ ହେଉଛି । ବିଭିନ୍ନ ଅଞ୍ଚଳରୁ ସପରିବାରେ ଆସି ବଜାରରେ ବୁଲାବୁଲି କରିବା ସହିତ ସାମୂହିକ ଭାବେ ଚାଟ୍,ଚଟପଟି ଖାଦ୍ୟ ଖାଇବା ମଜା ନେଉଛନ୍ତି । ଗୋଟିଏ ଜାଗାରେ ମିଳିଥିବା ବିଭିନ୍ନ ମନୋହରୀ ଠାରୁ ଆରମ୍ଭ କରି ଘରକରଣା ଜିନିଷ ମଧ୍ୟ କିଣାକିଣି କରୁଛନ୍ତି । ଜନସଂଖ୍ୟା ଓ ଭିଡକୁ ଆଖି ଆଗରେ ରଖି ଯୋଡା ପୁଲିସ ତଥା କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଲିସ ଫୋର୍ସ ମୁତୟନ ହେବା ସହ ବିଭିନ୍ନ ଘରୋଇ କମ୍ପାନୀର ସୁରକ୍ଷା କର୍ମୀ ମାନଙ୍କୁ ଯାନବାହାନ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ କରାଯାଇଛି । କମିଟି ପକ୍ଷରୁ   ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ଯ ରହିଛି, ତେବେ ଚଳିତ ବର୍ଷ ଅପେରା ହେଉ ନ ଥିବାରୁ ଯାତ୍ରା ପ୍ରେମୀ ଙ୍କ ମଧ୍ୟରେ ନିରାଶ ଭାବ ଦେଖା ଦେଇଛି, ତେବେ ଚଳିତ ବର୍ଷ ଯୋଡା ଫ୍ଲାୟଓଭର ପୋଲ କାମ ଚାଲିଥିବା ସହ ମୁଖ୍ୟ ରାସ୍ତାର ମଧ୍ଯ କାମ ଚାଲିଥିବା ନେଇ ଏବର୍ଷ ଅପେରା ହୋଇ ପାରି ନାହିଁ ବୋଲି ପୂଜା କମିଟି ର ସମ୍ପାଦକ ରବି ନାରାୟଣ ଦାସ କହିଛନ୍ତି,

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe