//BREAKING//
Loading...

ଯୋଡା ପ୍ରେସ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

ଯୋଡା ପ୍ରେସ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ
ନିର୍ଭିକ ଓ ନିରପେକ୍ଷ ନହେଲେ ସାମ୍ବାଦିକତା କ୍ଷେତ୍ରକୁ ଆସିବା ଉଚିତ ନୁହେଁ 
ଯୋଡା, ୧୭ା୧୧ :(ସଂଘର୍ଷ) ନିର୍ଭିକ ନିରପେକ୍ଷ ନହେଲେ କେହି ସାମ୍ବାଦିକତା କ୍ଷେତ୍ରକୁ ଆସିବା ଉଚିତ ନୁହେଁ ବୋଲି ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ସନ୍ଦିପ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗେଇ ଯୋଡା ପ୍ରେସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଟାଟା ଷ୍ଟିଲ ଭ୍ୟାଲି କ୍ଲବ ଠାରେ ଆୟୋଜିତ ଜାତୀୟ ଗଣମାଧ୍ୟମ ଦିବସ ପାଳନ ଅବସରରେ ତାଙ୍କ ବକ୍ତବ୍ୟରେ କହିଥିଲେ । ସରକାରଙ୍କ ଦୋଷ ତୃଟିକୁ ଜନସାଧାରଣ ଏବଂ ପ୍ରଶାସନ ନିକଟରେ ନିର୍ଭିକତାର ସହ ସାଲିସ ବିହୀନ ଭାବେ ଉପସ୍ଥାପନ କରିବା ଜଣେ ସାମ୍ବାଦିକର ଧର୍ମ । ଏହା ଗଣତନ୍ତ୍ରକୁ ଦୃଢ ଓ ଶସକ୍ତ କରିଥାଏ । ଏବେ ଏହି ମହତ ପେଶାରେ କିଛି ଅଣସାମ୍ବାଦିକଙ୍କ ପ୍ରାଧାନ୍ୟ ବିସ୍ତାର ଏହି ପେଶାକୁ କଳୁଶିତ କରିବାରେ ଲାଗିଛି ବୋଲି ସେ କହିଥିଲେ । ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଟାଟା ଷ୍ଟିଲ ଯୋଡା ମୁଖ୍ୟ ରାଜେଶ କୁମାର କହିଥିଲେ, ଗଣମାଧ୍ୟମକୁ ସୁଦୃଢ, ନିରପେକ୍ଷ, ସ୍ୱତନ୍ତ୍ର, ଦାୟିତ୍ୱ ସମ୍ମନ୍ନ ଓ ଚାପମୁକ୍ତ କରିବା ପାଇଁ ପ୍ରେସ କାଉନସିଲର ଅଫ୍ ଇଣ୍ଡିଆ ଗଠନ କରାଯାଇଛି । ଗଣମାଧ୍ୟମ ତାର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଆସୁଥିବାରୁ ଅଧିକରୁ ଅଧିକ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରିଛି । ଜନସାଧାରଣଙ୍କର ତିନୋଟି ସ୍ତମ୍ବ ଉପରୁ ଯେତେବେଳେ ଆସ୍ଥା ତୁଟିଯାଏ ସେତେବେଳେ ସେମାନେ ଚତୁର୍ଥ ସ୍ତମ୍ବ ଉପରେ ଆଶା ପ୍ରକଟ କରିଥାନ୍ତି । ତେଣୁ ଗଣମାଧ୍ୟମ ଦିନକୁ ଦିନ ଦାୟିତ୍ୱ ସମ୍ପନ୍ନ ହେବାରେ ଲାଗିଛି । ଏହାକୁ ବଜାୟ ରଖିବା ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କର ପ୍ରଥମ କର୍ତ୍ତବ୍ୟ । ସେହିପରି ମୁଖ୍ୟ ଅତିଥି ଭାବେ ଯୋଡା ପୌରପାଳିକା ଅଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ, ସରକାର ସବୁବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରାଧାନ୍ୟ ଦେଇଆସିଛି । ଗଣମାଧ୍ୟମ ପ୍ରତିନିଧିମାନେ ନିସ୍ୱାର୍ଥପର ଭାବେ ନିଜର ଦାୟିତ୍ୱ ସମ୍ମନ୍ନ କରୁଥିବା ବେଳେ ନିକଟରେ ସେମାନଙ୍କ ସ୍ୱାସ୍ଥ୍ୟ ବିମା ରାଶିକୁ ୨ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣରେ ସରକାର କଠୋର ପଦକ୍ଷେପ ଗ୍ରହଣ କରି ଏହାକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଗଣମାଧ୍ୟମ ପ୍ରତିନିଧିମାନେ ଗଣତନ୍ତ୍ର ରକ୍ଷା କବଚ ବୋଲି ସେ କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜାତୀୟ, ଆନ୍ତଃର୍ଜାତୀୟ ଖ୍ୟାତିସମ୍ମନ୍ନ ଧାବିକା ଦେଶ ପାଇଁ ସ୍ୱର୍ଣ୍ଣ ପଦକ ବିଜେତା ଦୂତୀ ଚାନ୍ଦ ଯୋଗଦେଇଥିଲେ । ଏହି ଗଣମାଧ୍ୟମ ଦିବସ ପାଳନ ଅବସରରେ ପ୍ରତିବର୍ଷ ପରି ସାମାଜିକ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ଅତିଥିମାନଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ତର ମୃଦଳା ମହାନ୍ତିଙ୍କୁ ଶିକ୍ଷା ଗୌରବ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କେନ୍ଦୁଝର ଜିଲାର ବିଶିଷ୍ଟ ପରିବେଶବିତ୍ ସନ୍ଦିପ ବେହେରା, ଚମ୍ପୁଆ ରାମଲା ଅଞ୍ଚଳର ସମାଜସେବୀ ସୀତାରା ବେଗମ, ଯୋଡା ନନ୍ଦୀ ଗୋ ସେବା କେନ୍ଦ୍ରର କର୍ମକର୍ତ୍ତା ଏବଂ ଲେଖକ ତଥା ସଂଗ୍ରାହକ ଭଣ୍ଡା ଅଞ୍ଚଳର ଡମ୍ବରୁଧର ମହାନ୍ତଙ୍କୁ ସମ୍ମାନୀତ କରାଯାଇଥିଲା । ସାମ୍ବାଦିକ ପ୍ରକାଶ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରଦା ପ୍ରସାଦ ଆ·ର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୋଡା ପ୍ରେସର ସମ୍ପାଦକ ଦୀପକ କୁମାର ଶତପଥି ବାର୍ଷିକ ବିବରଣୀ ପାଠ କରିଥିଲେ । ଶେଷରେ ସାମ୍ବାଦିକ ଛୋଟ୍ଟରାୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଯୋଡାର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସାରେଗାମା ମୁ୍ୟଜିକ ଏଣ୍ଡ ଡ୍ୟାନ୍ସ ପକ୍ଷରୁ ଓଡିଶି ନୃତ୍ୟ ଓ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସକାଳ ସମୟରେ ପ୍ରଭାତଫେରିର ଆୟୋଜନ କରାଯାଇ ଯୋଡା ସହରରେ ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏଥିରେ ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଯୋଡା ଟ୍ରକ ମାଲିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ବାରିକ, ଟାଟା ଷ୍ଟିଲ କର୍ପୋରେଟ ଅଧିକାରୀ ଶୁଭଙ୍କର ବେହେରାଙ୍କ ସହିତ ଯୋଡା ସହରର ଅନେକ ମାନ୍ୟଗନ୍ୟ ବାକ୍ତି ଏବଂ ବିଭିନ୍ନ ପ୍ରମୁଖ ଗଣମାଧ୍ୟମରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe