ଖଣି ପ୍ରଭାବିତ ଅଞ୍ଚଳ ବାସୀ ଙ୍କୁ ଅଣଦେଖା,ପରିବହନ ଓ ନିଯୁକ୍ତି ରୁ ବଞ୍ଚିତ ସ୍ଥାନୀୟ ଅଞ୍ଚଳ ବାସୀ,ପ୍ରତିବାଦରେ ନୂଆ ଗାଁ ଜେଏସ ଡବ୍ଲ୍ୟୁ ଖଣିରେ ଦେଲେ ଧାରଣା
କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ସ୍ଥିତ ନୂଆଗାଁ ଜେଏସ ଡ ବ୍ଲ୍ୟୁ ଖଣି ସ୍ଥାନୀୟ ଖଣି ପ୍ରଭାବିତ ଅଞ୍ଚଳ ବାସୀ ଙ୍କୁ ଅଣଦେଖା କରୁଥିବା ପ୍ରତିବାଦରେ ଶୁକ୍ରବାର ପୂର୍ବାହ୍ନରେ ଖଣି ଫାଟକ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିଛନ୍ତି ।ଘଟଣା ସ୍ଥଳରୁ ମିଳିଥିବା ସୂଚନା ଅନୁଯାୟୀ, ଶହ ଶହ ଖଣି ପ୍ରଭାବିତ ଗୁଅ।ଲି, ଗନ୍ଧଲପଦା,ନୂଆଗାଁ, ପ।ଣ୍ଡୁଲିପଷି, ଟୋପ।ଡ଼ିହି,କେନ୍ଦୁଡିହି, ବରପଦା,କ।ଟେସାହି ଅଞ୍ଚଳ ବାସୀ ବିଭିନ୍ନ ଦାବି ନେଇ ଖଣି ଫାଟକ କୁ ବନ୍ଦ୍ କରି ଦେଇଥିଲେ ।ଏହି ଧାରଣା ରେ ଗ୍ରାମବାସୀ ଙ୍କ ସହିତ ଯୋଡା ବ୍ଲକ ଅଧ୍ୟକ୍ଷ କଵିନ୍ଦ୍ର ନାଏକ,ଗୁଆଲି ସରପଂଚ ବିଦ୍ୟାଧର ନାଏକ, ଲୋଇଡ। ପଦା ସରପଂଚ ସୂଲଚନ। ଓରାମ,ଟ୍ରକ୍ ମାଲିକ ସଙ୍ଘ ପକ୍ଷରୁ କୁଶ ଅ।ପଟ୍ଟ, ଡବର ମୁଣ୍ଡା,ଦଶରଥ ବାରିକ,ସଞ୍ଜୀବ ପଲେଇ,ମନୋଜ ମହାପାତ୍ର,ରଥ ମହାକୁଡ,ମହେଶ୍ୱର ଘଣା ପ୍ରମୁଖ ଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଆଲୋଚନା ର ନିଷ୍କର୍ଷ ନ ବାହାରିବା ପର୍ଯ୍ୟନ୍ତ ଧାରଣ। ରେ ବସି ରହିଥିଲେ । ଜେ ଏସ ଡବ୍ଲ୍ୟୁ ପକ୍ଷରୁ ଲୋଜିଷ୍ଟିକ ହେଡ ସୁବ୍ରତ ସାହୁ,ମାନବ ସମ୍ବଳ ଅଧିକାରୀ ଜିତେନ୍ଦ୍ରନନ୍ଦ ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଦୀର୍ଘ ୪ଘଣ୍ଟା ଧରି ଏହି ଆଲୋଚନା ହୋଇଥିଲା ।ସ୍ଥାନୀୟ ଟ୍ରକ୍ ମାଲିକ ମାନଙ୍କର ମା ତାରିଣୀ ଟ୍ରକ୍ ଓନର୍ ଆସୋସିଏସନ୍ ସହ ଖଣି କମ୍ପାନୀ କୌଣସି ଆଲୋଚନା ନ କରି ବାହାର ରାଜ୍ୟ ର ଟ୍ରୋଲର ଗୁଡ଼ିକରେ ଖଣିଜ ପରିବହନ କରୁଥିବାରୁ ସ୍ଥାନୀୟ ଟ୍ରକ୍ ମାଲିକ କାର୍ଯ୍ୟ ହରା ହେଉଛନ୍ତି ।ଖଣି ରୁ ନିର୍ଗତ ପ୍ରଦୂଷିତ ଜଳ କୁ ନାଳରେ ଛାଡି ଦିଆ ଯାଇଛି ।ଫଳରେ ଜଳ ପ୍ରଦୂଷଣ ହେଉଛି ।ସେହିପରି ରାସାୟନିକ ପଦ୍ଧତିରେ ବାରୁଦ ବିସ୍ଫୋରଣ କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ମୃଦୁ ଭୂ କମ୍ପନ ହେଉଛି ।ଅଞ୍ଚଳ ବାସୀ ସିଧା ସଳଖ ପ୍ରଭାବିତ ହେଉଥିଲେ ସୁଦ୍ଧା କମ୍ପାନୀ କାହାରିକୁ ନିଯୁକ୍ତି ଦେଉ ନାହିଁ ।ଯୋଡା ଖଣି ମଣ୍ଡଳରେ ଖଣି ଥାଇ କୋଇଡା ଖଣି ମଣ୍ଡଳ ର ବିମଳ। ଗଡ,ରେଂଝଡ଼।, ରୋକ୍ସି,ବାରସୁଆଁ, ପଟ।ସାହି,ପ୍ରଭୃତି ରେଳ ସାଇ ଡି ଙ୍ଗ କୁ ବାହାର ଅଞ୍ଚଳ ର ଠିକାଦାର ଙ୍କୁ ଲଗାଉ ଲୁହାପଥର ପରିବହନ କରୁଛି ବୋଲି କୁଶ ଅ।ପଟ୍ଟ, ଡବର ମୁଣ୍ଡା ଅଭିଯୋଗ ରେ କହିଛନ୍ତି ।ସେହିପରି ଖଣି ର ପାରିପାର୍ଶ୍ବିକ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଙ୍କୁ ନିଯୁକ୍ତି ଦେଉ ନ ଥିବ। ଗ୍ରାମବାସୀ ସତ୍ୟାନନ୍ଦ ଘଣା,ଦିଲ୍ଲୀପ ପ୍ରଧାନ,ମହେଶ୍ୱର ଅ।ପଟ୍ଟ କହିଛନ୍ତି ।ସେମାନେ ଅଭିଯୋଗ କରି କହିଛନ୍ତି ଯେ,ଠିକାଦାର ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଛୁଟି ପଇସା ଦିଅ। ଯାଉ ନାହିଁ,ଠିକାଦାର ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଉ ନାହିଁ,କାର୍ଯ୍ୟ କ୍ଷେତ୍ରରେ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଅ। ଯାଉ ନାହିଁ । କାମ ମାଗିଲେ ଗ୍ରାମବାସୀଙ୍କୁ ଧମକ ଦିଆ ଯାଉଛି ।ସେହିପରି ବରପଦା ଗ୍ରାମରେ ଥିବା ଶ୍ମଶାନ ଟି କୁ ମଧ୍ୟ କମ୍ପାନୀ ଦଖଲରେ ରଖିଥିବା ସରପଂଚ ନାଏକ କହିଚନ୍ତି ।ଖଣିରେ ନିୟୋଜିତ ପ୍ରାୟ ଦେଢ଼ ଶହ ସୁରକ୍ଷା କର୍ମୀ ଙ୍କ ମଧ୍ୟରୁ ମାତ୍ର ଜଣେ ମହିଳା ଥିକରେ ନିଯୁକ୍ତି ପାଇଛନ୍ତି । ବଳ କ। ବାହାର ଅଞ୍ଚଳରୁ ଆସି ନିୟୋଜିତ ହୋଇଛନ୍ତି ବୋଲି ସତ୍ୟାନନ୍ଦ ଘଣା କହିଛନ୍ତି ।ଗ୍ରାମ୍ୟ ରାସ୍ତାରେ ହଜାର ହଜାର ସଂଖ୍ୟାରେ ଖଣିଜ ବୋଝେଇ ଭାରିଜ।ନ କୁ ପାର୍କିଂ କରି ରାସ୍ତା ଟି କୁ ସଂପୂଣ୍ଣ ଭାବେ ଖଣି କମ୍ପାନୀ ନିଜ ଅକ୍ତିଆର ରେ ରଖିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ସବୁ ପ୍ରଶ୍ନ ବ।ଣରେ ଖଣି କତୃପକ୍ଷ ଅଡ଼ୁଆ ରେ ପଡ଼ିବ। ପରେ ଖଣି ର ମାନବ ସମ୍ବଳ ଅଧିକାରୀ ଜିତେନ୍ଦ୍ର ନନ୍ଦ କହିଛନ୍ତି ଯେ,ଦାବି ଗୁଡ଼ିକୁ ଲିପିବଦ୍ଧ କରାଯାଇଛି ,ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆ ଯିବ ।ଅଧିକାରୀ ସୁବ୍ରତ ସ।ହୁ ୧୫ଦିନ ମଧ୍ୟରେ ପରିବହନ ଠିକାଦାର ନିଯୁକ୍ତି କୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି କହିଥିଲେ ।ତେଣେ ସମାଧାନ ନ ହେବା ପର୍ଯ୍ୟନ୍ତ ଖଣି ରୁ ଟ୍ରଲର ବନ୍ଦ୍ କରିବା ପାଇଁ ଗ୍ରାମବାସୀ ଦାବି କରି ଥିଲେ ।ଯୋଗ୍ୟତା ଅନୁଯାୟୀ ସର୍ବ ନିମ୍ନ ୫୦ଜଣ ମହିଳା ଓ ପୁରୁଷ ଙ୍କୁ ଖଣି ରେ ସିଧ। ସଳଖ ସ୍ଥାୟୀ ନିଯୁକ୍ତି ଓ ଘରୋଇ ସୁରକ୍ଷା କର୍ମୀ ଭାବେ ଖଣିରେ ୮୦ଜଣ ମହିଳା ପୁରୁଷ ଙ୍କୁ ନିଯୁକ୍ତି ଦେବା ଉପରେ କୁଶ ଆପଟ୍ଟ ଦାବି ଜଣାଇ ଥିଲେ ।ପ୍ରଶାସନ ର ଉପସ୍ଥିତିରେ ଆଲୋଚନା କରାଯିବ ବୋଲି ଆପଟ୍ଟ କହିଛନ୍ତି ।ଶ୍ରମିକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗ।ଳି ଗୁଲଜ ନ କରିବାକୁ ଗ୍ରାମ ର ବୁଦ୍ଧିଜୀବୀ ମାନେ ଖଣି କତୃପକ୍ଷ ଙ୍କୁ କହିଥିଲେ ।ଏହି ସବୁ ଦାବି ନିର୍ଘଣ୍ଟ ସମୟ ଅନୁଯାୟୀ ପୁରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।ଶାନ୍ତିଶୃଙ୍ଖଳା ପାଇଁ ଘଟଣା ସ୍ଥଳରେ ରୁଗୁଡି ପୋଲିସ ମୁତୟନ ଥିଲେ ।