//BREAKING//
Loading...

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ୨ ଦିନ ଧରି ଜାରିରହିଥିଲା। ଆଜିର ଉଦଯାପନୀ ଉତ୍ସବ ଅବସରରେ ଓଡିଶା ଓଲମ୍ପିକ ଆସୋସିଏସନର ଜଏଣ୍ଟ ସେକ୍ରେଟାରୀ ଓ ଗଞ୍ଜାମ ଜିଲ୍ଲା ଏଥେଲେଟ ଆସୋସିଏସନର ଜଏଣ୍ଟ ସେକ୍ରେଟାରୀ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ଡେଭଲୋପମେଣ୍ଟ ଅଧିକାରୀ ଡ଼କ୍ଟର ଅଶୋକ କୁମାର ସାହୁ ଯୋଗଦେଇ ସମସ୍ତ କ୍ରୀଡ଼ାବିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଜୀବନରେ ଖେଳର ମହତ୍ତ୍ୱ ସମ୍ପର୍କରେ ଅନେକ ଉପାଦେୟ କଥା ନିଜର ବକ୍ତବ୍ୟରେ କହିଥିଲେ। ଖେଳ ହେଉଛି ଶିକ୍ଷାର ଏକ ଅବିଛେଦ ଅଙ୍ଗ ଓ ଖେଳୁଆଡ଼ ମନୋଭାବ ନେଇ ଖେଳିଲେ ରାଜ୍ୟ ତଥା ଦେଶ ବିଦେଶ ପର୍ଯ୍ୟନ୍ତ ପହଂଚି ପାରିବେ ବୋଲି କହି ଉତ୍ସାହିତ କରିଥିଲେ କଲେଜ ପରିଚାଳନା ସମିତି ସଭାପତି ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ। ଏହି କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଆଇ ୟାଇ ଡି ପି ଯୁକ୍ତ ୩ର ନୋଡାଲ ଅଫିସର ଡ଼କ୍ଟର ବସନ୍ତ ଅଚାରୀ, କ୍ରୀଡା ସଂସଦ ଉପସଭାପତି ସ୍ମିତାରାଣୀ ପଣ୍ଡା, ପ୍ରଶାସନିକ ପ୍ରମୁଖ ଡ଼କ୍ଟର ଅଭୟ କେଶରୀ ପରିଛା ପଟ୍ଟନାୟକ, ଆକାଉଣ୍ଟେଡ ମୁଖ୍ୟ ରାଜେନ୍ଦ୍ର ଗୌଡ଼, କ୍ରୀଡା ସଂଯୋଜକ ଭାବେ ଅଧ୍ୟାପିକା ଚିତ୍ରସେନ ବେହେରା, ମଞ୍ଜୁ ଡାକୁଆ, ମିନତୀ ବେହେରା,କୁନିକା ଦାଶ, ଅଧ୍ୟାପକ ସରୋଜ କୁମାର ପଣ୍ଡା, ରାଜେଶ କୁମାର ସାହୁ, ପବିତ୍ର ଢାଙ୍ଗଡ଼ା ମାଝୀ, ପି ଇ ଟି ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ,ଡେମୋନାଷ୍ଟେଟର ଧନଞ୍ଜୟ ମହାପାତ୍ର, ସନାତନ ପାଢ଼ୀ, ଗଣେଶ୍ୱର ପ୍ରଧାନ, ହେଡ଼ କ୍ଳର୍କ ବିଜୟ ନାୟକ, ୟାଇ ଆର ସି ସ୍ବେଛାସେବୀ ଆଶୁତୋଷ, ହୃଷିକେଶ, ସୟେଦ ଅମାନ,କମଲ ଲୋଚନ, ଦୀପକ, ସୁବ୍ରତ, ବିଶ୍ୱଜିତ, ଚନ୍ଦନ, ସନାତନ, ସମୀର, ସନ୍ଦୀପ,ଆଶିଷ, ସ୍ୱାୟେସ ସିଦ୍ଧା, ବଳରାମ, ଦେବାନନ୍ଦ, କିରଣ, ଜାଗର, ରୁଦ୍ର, ଦୁର୍ଗା, ଭଗବାନ, ରଞ୍ଜନ ପ୍ରମୁଖ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏହି ଖେଳ ପ୍ରତିଯୋଗିତାରେ ସହଯୋଗ କରିଥିଲେ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe