ଜଳସମ୍ପଦ ବିଭାଗ ର ଅଜବ ନୀତି ମରାମତି ଆଳରେ ତାଳି ପକା କାମ ଚାଲିଛି। !
ଆସିକା ସହର ର ଉଭୟ ପାର୍ଶ୍ଵ ରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରଭାହିତ ହେଉଛି।ଆସିକା ସହରକୁ ବନ୍ୟା ଦାଉରୁ ରକ୍ଷା ପାଇଁ ଋଷିକୂଲ୍ୟା ନଦୀ ଉପରେ ସୁରକ୍ଷା ପାଚେରୀ ନିର୍ମାଣ ହୋଇଛି। ଅଧାପନ୍ତରିଆ ଭାବେ ନିର୍ମାଣଧିନ ପାଚେରୀ କିଛି ବ୍ୟକ୍ତି ଙ୍କ ଯୋଗୁଁ ଦିର୍ଘ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରିନାହିଁ। ଇତି ମଧ୍ୟରେ ଉକ୍ତ ପାଚେରୀ ନିର୍ମାଣ ବେଳେ ଲୋକଙ୍କ ସୁବିଧା ପାଇଁ ନଦୀ କୁ ଯିବା ପାଇଁ ପାହାଚ ନିର୍ମାଣ ହୋଇଥିଲା।ଉକ୍ତ ପାହାଚ ବହୁ ସ୍ଥାନରେ ଭୁଶୁଡ଼ି ପଡ଼ିଲାଣି।ଏନେଇ ବିଭାଗୀୟ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଲେ ବାବୁ କହୁଛନ୍ତି। ଠିକାଦାର ଙ୍କୁ କୁହ ବୋଲି ଠିକାଦାର ଙ୍କ ଫୋନ ନାଟ ରିଚେବୁଲ ବୋଲି ଶୁଣାଯାଉଛି।ଲୋକେ ନଦୀ କୁ ଶୌଚ ଗଲା ବେଳେ ଅଧିକାଂଶ କରି ବୃଦ୍ଧ ବୃଦ୍ଧା ଖସିପଡ଼ି ଆହତ ହେବାର ନଜିର ରହିଛି। ଅଫିସ ଆସିକା ରେ ଅଫିସର ବ୍ରହ୍ମପୁର ରେ ରହୁଥିବା ଯୋଗୁଁ ଏହି ଅବସ୍ଥା ଏଠାରେ ଦେଖିବାକୁ ମିଳୁଛି। ଅଫିସ କୁ ଯାଇ ସାର କୁଆଡ଼େ ଗଲେ ବୋଲି ପଚାରିଲେ ଗୋଟେ ଉତ୍ତର ମିଳୁଛି ଫିଲଡ଼ କୁ ଯାଇଛନ୍ତି। ଅଧିକାରୀ ମାନେ ଠିକାଦାର ପ୍ରୀତି ଛାଡ଼ି ଠିକ ଦାୟିତ୍ୱ ତୁଲାଇଲେ ଲୋକେ ଠିକ ସେବା ପାଇବେ ବୋଲି ଚର୍ଚ୍ଚା ହେଉଛି।