ବସ୍ତି ବାସିନ୍ଦାଙ୍କୁ ସ୍ବପ୍ନର ଘର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଭୁବନେଶ୍ବର ମହାନଗର ନିଗମ ଅଧିନରେ ଥିବା ବସ୍ତି ବାସିନ୍ଦାଙ୍କ ମୁଣ୍ଡ ଉପରେ ଛାତ ଘର ଦେବାକୁ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ଆଜି ସଫଳ ରୂପାୟନ ହୋଇ କାର୍ଯ୍ୟକାରୀ କରାଯାଇଛି ଦୁଇ ଆବାସ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିସୂଲଭ ବାସଗୃହ ବୁଦ୍ଧ ବିହାର ପ୍ରକଳ୍ପ ଶୁଭ ଉଦଘାଟନ ଉତ୍ସବ ରେ ୬ଜଣ ବସ୍ତି ବାସିନ୍ଦାଙ୍କୁ ଘର ଚାବି ହସ୍ତାନ୍ତ୍ରର କରିଛନ୍ତି ମୁଖ୍ୟମନ୍ତ୍ରୀ ପ୍ରଥମ ପର୍ଯ୍ୟାୟରେ ତିନି ହଜାର ବସ୍ତି ବାସିନ୍ଦାଙ୍କୁ ଛାତ ଘର ଭେଟି ଦେବାକୁ ଆଗେଇ ଆସିଛନ୍ତି ସରକାର ଶାନ୍ତି ପଲ୍ଲୀ ରେ ୫୬୦ଘର ନିର୍ମାଣ ହୋଇଛି ଯାହାର ନାମ କେଶରୀ Enclave ରଖାଯାଇଛି ସେହିପରି ଚନ୍ଦ୍ରଶେଖରପୁର ପ୍ରକଳ୍ପର ନାମ ବୁଦ୍ଧ ବିହାର ଯାହାକି ୨୬ଶହ ଘର କୁ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେଯୋଗଦେଇଥିବା ଅତିଥି ମାନଙ୍କ ମଧ୍ୟରେ ନଗର ଉନ୍ନୟନ ମନ୍ତ୍ର ଉଷା ଦେବୀ , ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବିଏମସି ମେୟର ସୁଲୋଚନା ଦାସ, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗ ଏବଂ ସମସ୍ତ କରପରେଟର ବହୁ ସଂଖ୍ୟାରେ ବସ୍ତି ବାସିନ୍ଦାଙ୍କୁ ଦେଖି ବାକୁ ମିଳିଥିଲା ଭୁବନେଶ୍ବର ରୁ ଗଙ୍ଗାଧର ରଥ ଙ୍କ ସହ ପ୍ରମୋଦ ପରିଡ଼ା ଙ୍କ ରିପୋର୍ଟ ସଂଘର୍ଷ ଟି ଭି