ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନେଉ ଥିବାରୁ ଯୋଡା ରେ ମଦ ଦୋକାନ ସିଲ
କେନ୍ଦୁଝର ଜିଲ୍ଲା ଯୋଡା ସହର ସ୍ଥିତ ଦୁଇଗୋଟି ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ରେ ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ମୂଲ୍ୟ ନେଉ ଥିବାରୁ ସୋମବାର ଯୋଡା ପୋଲିସ ,ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ସିଲ୍ କରାଯାଇଛି ।ପୂର୍ବାହ୍ନ ପ୍ରାୟ ୧୧ଘଟିକ। ସମୟରେ ବଡ଼ବିଲ ତହସିଲଦାର ଡି ଏସ ଶୁଭଦର୍ଶୀ ଯୋଶୀ ଙ୍କ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା ।ଯୋଡା ସହର ଉପକଣ୍ଠ ରଣାଶାଳ ଘ।ଟି ରାଜପଥ ନିକଟ ଓ ଧରଣୀ ଧର ଛକ ନିକଟରେ ଥିବା ମଦ ଦୋକାନ ରେ ଚଢ଼ାଉ କରାଯାଇଥିଲା ।ନାମକୁ ଗୋପନରେ ରଖି ଏକାଧିକ ଗ୍ରାହକ ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ,ଧାର୍ଯ୍ୟ ମୂଲ୍ୟ ଠାରୁ ୧୦ଟଙ୍କା ରୁ ୩୦ଟଙ୍କା ପର୍ଯ୍ୟନ୍ତ ଅଧିକ ମଦ ଦୋକାନ ପକ୍ଷରୁ ନିଆ ଯାଉଥିଲା ।ଏଥିରେ ଆପତ୍ତି କଲେ ଦୋକାନ ରେ ଥିବା କର୍ମଚାରୀ ମାନେ ଧମକ ଦେଉଥିଲେ । ଏ ନେଇ ପୋଲିସ ଅଭିଯୋଗ ପାଇବା ପରେ ଯୋଡା ପୋଲିସ ଏହି ଚଢ଼ାଉ କରିଥିବା ଯୋଡା ଥାନା ଆଇଆଇସି ଜୟ ନାରାୟଣ ଖଣ୍ଡେଇ କହିଛନ୍ତି ।ଅବକାରୀ ବିଭାଗ ଭାରପ୍ର।ପ୍ତ ଅଧିକାରୀ ଗୋବିନ୍ଦ ନାଏକ କହିଛନ୍ତି ଯେ,ରଣାଶାଳ ଘ।ଟି ନିକଟରେ ଥିବା ମଦ ଦୋକାନ ରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ର ଜୋରିମାନା କରିବା ପାଇଁ ପ୍ରାରମ୍ଭିକ ସ୍ତରରେ ଆକଳନ କରାଯାଇଛି । ତେବେ ଉଭୟ ଦୋକାନ ର ସମ୍ପୂର୍ଣ ତଥ୍ୟ ଆକଳନ କରି ସୂଚନା ଦିଆ ଯିବ ବୋଲି ସେ କହିଛନ୍ତି ।ଯୋଡା ,ବଡ଼ବିଲ ଅଞ୍ଚଳରେ କେତେକ ମଦ ବ୍ୟବସାୟୀ ନକଲି ମଦ ପ୍ରସ୍ତୁତ କରି ନାମୀ ଦ।ମି ବ୍ରାଣ୍ଡ କରି ଵିକୁ ଥିବା ରୁ ଗ୍ରାହକ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ସରକାର ଙ୍କ ରାଜସ୍ବ ହ।ନି ପାଉଛି ।ଏହାକୁ ବାରମ୍ବାର ଯାଞ୍ଚ କରାଯିବ ବୋଲି ଅବକାରୀ ଅଧିକାରୀ ନାଏକ ସୂଚନା ଦେଇଛନ୍ତି ।ଅଧିକ ସୂଚନା ଦେଇ ଯୋଡା ଥାନା ଅଧିକାରୀ ଖଣ୍ଡେଇ କହିଛନ୍ତି ଯେ,ବେଆଇନ ଭାବେ ଗଚ୍ଛିତ ଅନ୍ୟ ଏକ କୋଠରୀ ରି ୧୧ ପେଟି ମଦ ଜବତ କରାଯାଇଛି ।ଯାହାକୁ କି ନକଲି ମଦ ବୋଲି ସନ୍ଦେହ କରାଯାଉଛି ।ଏଣୁ ଖଣ୍ଡେଈ କହିଛନ୍ତି ଯେ,ଏହାର ନମୁନା ଯାଞ୍ଚ ପାଇଁ ରାଜ୍ୟ ଏବଂ ରାଜ୍ୟ ବାହାରେ ଥିବା ଲବୋରାଟରୀ କୁ ପଠାଯିବ । ଏ ନେଇ ଯୋଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇ ଥିବା ସେ କହିଛନ୍ତି ।


