ଯୋଡ଼ା,୧୮/୧୧(sangharsatv) ରାଜ୍ୟ ଭାଜପା ସଭାପତିଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ ୩୧୪ ଟି ବ୍ଲକରେ ରାଜ୍ୟ ସରକାରଙ୍କ ଦୁର୍ନୀତି,ଭ୍ରଷ୍ଟାଚାର ବିରୁଦ୍ଧରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଶନିବାର ଭାଜପା ପକ୍ଷରୁ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଯୋଡା ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା। ଯୋଡା ଗଣେଶ ଭବନ ନିକଟରୁ ଏକ ଵିଶାଳ ପଦଯାତ୍ରା ବାହାରି ବଜାର ପରିକ୍ରମା କରିବା ପରେ ଶେଷରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଚାଷୀ ମ।ରଣ ନୀତି, ଜଳ ସେଚନ ବ୍ୟବସ୍ଥାରେ ଦୁର୍ନୀତି, ଚାଷୀ ମାନଙ୍କର ଧାନ ଓ ମନରେଗାରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର, , ଆବ।ସ ଯୋଜନାରେ ଦୁର୍ନୀତି, ଦାଦନ ସମସ୍ୟା,, ଭତ୍ତା ଦୁର୍ନୀତି ଓ ବିପର୍ୟ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ଚମ୍ପୁଆ ନେତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୁରଲୀ ମନୋହର ଶର୍ମା, ରାଜ୍ୟ ସଭାନେତ୍ରି ସୁକେଶୀ ଓରାମ,କୃଷକ ମୋର୍ଚ୍ଚା ସଭାପତି ରାଧାକାନ୍ତ ମହାନ୍ତ, ୨୮ ନମ୍ବର
ଜିଲ୍ଲାପରିଷଦ ସଭ୍ୟ ଡମ୍ବରୁଧର କୁଦାଦାଃ,ଜିଲ୍ଲା ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଅଗନୁ ଚରଣ ମହାନ୍ତ, ଯୁବ ମୋର୍ଚ୍ଚା ରାଜ୍ୟ ଉପ ସଭାପତି ପ୍ରକାଶ ମଲ୍ଲିକ,ଏସଟି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସନ୍ୟାସୀ ମାଝୀ,ଏସଟି ମୋର୍ଚ୍ଚା ଜିଲ୍ଲା ଉପସଭାପତି ପୁରୁଷୋତ୍ତମ ଗାଗରାଇ, ବିଲେଇପଦା ମଣ୍ଡଳ ସଭାପତି ଅଲେଖ କୁମାର ବାରିକ,ଯୋଡା ମଣ୍ଡଳ ସଭାପତି ସୁଶାନ୍ତ କୁମାର ବେବର୍ତ୍ତା, ବାମେବାରୀ ମଣ୍ଡଳ ସଭାପତି ରଞ୍ଜିତ ମୁଣ୍ଡା, ସୋସିଆଲ ମିଡିଆ ସଂଯୋଜକ ପାର୍ଥସାରଥୀ ଷଡଙ୍ଗୀ, ଚର୍ଚ୍ଚିଲ ମହାକୁଡଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଭାଜପା କର୍ମକର୍ତ୍ତା ଓ ଜନସାଧାରଣ ସାମିଲ ହୋଇଥିଲେ ।