ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚୁକ ପାଇଁ ନୀତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରତିକ୍ରିୟା ଦେଇ କହିଛନ୍ତି ପଞ୍ଚୁକ ସମୟରେ ଭକ୍ତ ଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେଉଚି। ଭକ୍ତ ମାନଂକ ପାଇଁ ପାନୀୟ ଜଳ ସହ ବିଶ୍ରାମ ନେବା ପାଇଁ ସେଡ, ଶୌଚ ପାଇଁ ବଡ ଦାଣ୍ଡ ରେ ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହେଉଚି। ହବିଷ୍ୟାଳୀଙ୍କ ପାଇଁ ସେଡ୍ ର ବ୍ୟବସ୍ଥା ହେବ। ବୟସ୍କ ଭକ୍ତ ମାନେ କିଭଳି ମହାପ୍ରଭୁ ଙ୍କ ଦର୍ଶନ ଭଲ ରେ କରିପାରିବେ ତାହା କୁ ଶ୍ରୀ ମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ଵ ଦେଇଚି। ତେବେ ବୟସ୍କ, ଶାରୀରିକ ସମସ୍ୟା ଥିବା ଭକ୍ତ ଶ୍ରୀ ମନ୍ଦିର କୁ ନ ଆସିବା ପରାମର୍ଶ କୁ ଭୁଲ୍ ଭାବେ ଉପସ୍ଥାପିତ କରାଯାଇଛି। ବୟସ୍କ ଭକ୍ତ ଙ୍କ ପ୍ରତି ଆମର ସମବେଦନା ରହିଚି। ସବୁ ଭକ୍ତ ଙ୍କୁ ଆମେ ସ୍ଵାଗତ କରୁଚୁ। କାହାକୁ ଶ୍ରୀ ମନ୍ଦିର ଆସିବାକୁ ବାରଣ କରାଯାଇନାହିଁ।
ଗତକାଲି ମୋର ପ୍ରତିକ୍ରିୟାକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି ବୋଲି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ କହିବା ସହ ଦୁଃଖ ପ୍ରକାଶ କରିଛନ୍ତି।
ପଞ୍ଚୁକ ସମୟରେ ଅଧିକ ସଂଖ୍ୟକ ଭକ୍ତଙ୍କ ଆଗମନକୁ ସ୍ବାଗତ କରୁଛୁ। ଶୃଙ୍ଖଳିତ ନୀତି ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ସ୍ବେଚ୍ଛାସେବୀଙ୍କ ସହ ବୟସ୍କ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡଃ କନୱର ବିଶାଳ ସିଂ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ଶ୍ରୀମନ୍ଦିର ପରିଚାଳନା କମିଟି ସେବାୟତ ସଦସ୍ୟ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହା ପୂର୍ବରୁ ଅନଲାଇନ୍ ଦାନ ନେଇ ହୋଇଥିଲା ବୈଠକ। ଅନଲାଇନ୍ ଦାନ ଓ ହୁଣ୍ଡି ଦାନ ନେଇ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ଆପ। କାର୍ତ୍ତିକ ମାସର ଶେଷ ୫ ଦିନ ଅର୍ଥାତ୍ ପଞ୍ଚୁକରେ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କ ସହ ହବିଷ୍ୟାଳୀଙ୍କ ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ମୁଖ୍ୟ ପ୍ରଶାସକ