//BREAKING//
Loading...

କୋରାପୁଟ ଠାରେ ଅଣଅନୁସୂଚିତ ଜାତିର ବୈଠକ ଅନୁଷ୍ଠିତ

ଆଜି କୋରାପୁଟ ଠାରେ ଅଣଅନୁସୂଚିତ ଜାତିର ବୈଠକ ଅନୁଷ୍ଠିତ ହୋଇଛି

ଏଥିରେ ଆଦିବାସୀ ସଂଘଟନ ରୋ ଶୋଭାପତି ଶ୍ରୀଯୁକ୍ତ ବନ୍ଧୁ ମୁଦୁଲି, ପରିଚାଳକ ଗେନୁ ମୁଦୁଲିଙ୍କ ଉପସ୍ଥିତି ରେ ଶୋଭାରୋ ଆଲୋଚନା କରାଯାଇଛେ ଯେ ଅଣଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ ମିଡ଼ିଆ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ବିରୋଧୀ ଦଳ ଓ କେତେ କସଂଗଠନ ଏହାକୁ ବିରୋଧ କରିବା ପରେ ରାଜ୍ୟ ସରକାର କ୍ୟାବିନେଟ୍ ର ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସ୍ଥଗିତ ରଖିଥିବା କୁହାଯାଉଛି। ଏହାକୁ ସ୍ଥଗିତ ନ ରଖି ତୁରନ୍ତ ପ୍ରତ୍ୟାହାର କରିବାକୁ ବି ଦାବି ହୋଇଛି।
ଉଲ୍ଲେଖଯୋଗ୍ୟ, ଗତ ୧୪ ତାରିଖରେ ଅନୁସୂଚିତ ଜନଜାତିର ବ୍ୟକ୍ତିଙ୍କ ଜମି ହସ୍ତାନ୍ତର, ବନ୍ଧକ ଓ ଉପହାର ନେଇ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଏ ସଂକ୍ରାନ୍ତରେ ଦୀର୍ଘଦିନ ଧରି ସେମାନଙ୍କର ରହିଆସିଥିବା ଦାବିକୁ ସରକାର ପୂରଣ କରିଥିଲେ। ଅନୁସୂଚିତ ଜନଜାତି ବର୍ଗର ଜମି ହସ୍ତାନ୍ତର ସରଳ ହେବା ପ୍ରକ୍ରିୟା ଉପରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ପ୍ରତିକ୍ରିୟା ରଖିଥିଲେ। ରାଜସ୍ୱ ମନ୍ତ୍ରୀ କହିଥିଲେ, ଆଦିବାସୀ ଭାଇମାନେ ପୂର୍ବରୁ ଅସୁବିଧା ସମୟରେ ଜମିକୁ ନିଜ କାମରେ ଲଗେଇ ପାରୁ ନଥିଲେ। ଏବେ ସେ ନିୟମରେ କିଛି ପରି ବର୍ତ୍ତମାନ କରାଯାଇଛି। ଏହା ଦ୍ୱାରା ଆଦିବାସୀ ବର୍ଗ ଉପକୃତ ହେବେ।
କ୍ୟାବିନେଟ୍ ର ନିଷ୍ପତ୍ତି ଅନୁଯାୟୀ ଆଦିବାସୀମାନେ ଏଣିକି ଅଣ ଆଦିବାସୀମାନଙ୍କୁ ନିଜର ଜମି ବିକ୍ରି କରିପାରିବେ। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଥିଲା। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏଣିକି ଉପଜିଲ୍ଲାପାଳଙ୍କୁ ଆବେଦନ କରି ଜଣେ ଆଦିବାସୀ ନିଜର ଜମି ଅଣ ଆଦିବାସୀଙ୍କୁ ବିକି ପାରିବେ। ଯଦି ୬ ମାସ ଭିତରେ ଉପଜିଲ୍ଲାପାଳ ଏନେଇ କୌଣସି ନିଷ୍ପତ୍ତି ନ ନିଅନ୍ତି, ତେବେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବାକୁ ହେବ। ଏହି ମାମଲାରେ ଜିଲ୍ଲାପାଳଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ନିଷ୍ପତ୍ତି ବୋଲି ଧରାଯିବ। ଏହାଫଳରେ ଜଣେ ଆଦିବାସୀ ଅଣଆଦିବାସୀଙ୍କୁ ନିଜ ଜମିକୁ ଉପହାର ଆକାରରେ ଦେଇପାରିବେ। ଠିକ୍ ସେହିପରି ଜଣେ ଆଦିବାସୀ ନିଜର ଜମିକୁ ସର୍ବସାଧାରଣ ଅର୍ଥପ୍ରଦାନକାରୀ ସଂସ୍ଥାରେ ବନ୍ଧକ ରଖି ଋଣ ମଧ୍ୟ ଆଣିପାରିବେ। କିନ୍ତୁ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି।
କୋରାପୁର ଜିଲ୍ଲା ଜୟପୁର ରୁ କୋମଲ ଙ୍କ ରିପୋର୍ଟ ସଂଘର୍ଷ ଟିଭି

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe