//BREAKING//
Loading...

ପରିବା ବ୍ୟବସ୍ୟାୟି ଙ୍କୁ ସ୍ଥାୟୀ ଗୃହ ପ୍ରଦାନ ପାଇଁ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ,

 


ପୁରୁଷୋତ୍ତମପୁର ସହର ରେ ଥିବା ପରିବା ବ୍ୟବସ୍ୟାୟି ସଙ୍ଘର ସଦସ୍ୟ ମାନଙ୍କୁ ସ୍ଥାୟୀ ଗୃହ ପ୍ରଦାନ ପାଇଁ ଏନଏସିର  କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର ଓ ଏନଏସି ଅଧକ୍ଷା  ପ୍ରିୟଙ୍କା ଗୌଡ଼ ଙ୍କ ସହମତି ରେ 29 ଜଣ ଟ୍ରେଡ଼ ଲାଇନସେନ୍ସ ଥିବା ସଦସ୍ୟ ଙ୍କ ପାଇଁ ଘର ତିଆରି କରି କିଛିଦିନ ପରେ  ଗୃହ ଆବଣ୍ଟନ ହୋଇ ପରିବା ଦୋକାନୀ ମାନଙ୍କ ସବୁ ପ୍ରକାର ସୁବିଧା କରିବାକୁ  କାର୍ଯ୍ୟନିର୍ବାହୀ ଅଧିକାରୀ ସବୁ ବ୍ୟବସ୍ତା ସାରିଦେଇଥିଲା ବେଳେ  କିଛି ବ୍ୟକ୍ତି ସେହି ଦୋକାନ ଘର ଉପରେଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେଇ  ଦୋକାନ ଘର ସମୁର୍ଣ ଉପରେ  ରୋକ ଲଗାଇଛନ୍ତି |  ଯାହା ଫଳରେ ଆବଣ୍ଟନହେବାକୁ ଥିବା ଦୋକାନ ଘର ଗୁଡ଼ିକ ବ୍ୟବସାୟୀ ମାନଙ୍କ ପାଖରୁ   ଖସି ଯିବାକୁ  ଚକ୍ରାନ୍ତ ଚାଲି ଥିବାର  ଖବର ପରିବା ସଂଘର ସଭାପତି କିଶୋର ଚନ୍ଦ୍ର ଦାଶ, ଓ ସମସ୍ତ ସଦସ୍ୟ ଜାଣିଗଲା ପରେ ସେମାନେ ଆଜି  ସମସ୍ତେ ଏକତ୍ରିତ ହୋଇ  ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ  ସୌମ୍ୟ ରଞ୍ଜନ ମିଶ୍ର ଙ୍କ ପାଖରେ ପହଞ୍ଚି ସମସ୍ତ ବ୍ୟବସାୟୀ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ  ଦାବିପତ୍ର ଦେଇଛନ୍ତି |

କାର୍ଯ୍ୟନିର୍ବାହୀ ଅଧିକାରୀ  ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଓ ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |  ପୁରୁଷୋତ୍ତମପୁର ବ୍ଲକ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ  ସାମିଲ ହୋଇଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ପରିବା ମାର୍କେଟ ର ଶୁଭ ଉଦଘାଟନ କରି  ବ୍ୟବସାୟୀ ମାନଙ୍କୁ ଏହି ଦୋକାନ ଘର ସମର୍ପଣ କରିଥିଲେ | ତେବେ କିଛି  

ବ୍ୟକ୍ତି ମାନେ  କୋର୍ଟ ବଳ ରେ ସେମାନଙ୍କୁ ହଇରାଣ କରିବା କେତେଦୂର ଯୁକ୍ତି ଯୁକ୍ତ ବୋଲି ସାଧାରଣ ରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe