//BREAKING//
Loading...

ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବା ଦ୍ୱାରା ଜନସାଧାରଣ ହନ୍ତସନ୍ତ

ବ୍ରହ୍ମପୁର : ଆସିକା ସହରର ବିଭିନ୍ନ ୱାର୍ଡରେ ଗତ କିଛି ଦିନ ହେଲା ମଶାଙ୍କ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ସଞ୍ଜ
ନଇଁଲେ ମଶା ଦଂଶନରେ ସହରବାସୀ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ସନ୍ଧ୍ୟା ସମୟରେ ଏବେ ମଶାଙ୍କ ରାଜ ଚାଲିଛି
କହିଲେ ଅତ୍ୟୁକ୍ତି ହେବ ନାହିଁ। ମଶା ଦାଉରୁ ରକ୍ଷା ପାଇବା ଲାଗି ସହରବାସୀ ଉପାୟ ଖୋଜୁଛନ୍ତି । ମଶା ବଂଶ ଦମନ
ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥୁବା ଅଭିଯୋଗ ହେଉଛି । ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ଥିବା ଚିଫା ମେସିନ ଖତ ଖାଉଛି। ମଶା ମରା ତେଲ ମଧ୍ୟ ନିୟମିତଡ୍ରେନ ଗୁଡ଼ିକରେ ପକାଯାଉନଥିବା ଜଣାପଡ଼ିଛି। ଯାହା
ଫଳରେ ବହୁ ବ୍ୟକ୍ତି ମଶା ଦଂଶନରେ ମ୍ୟାଲେରିଆ ଓ ଡେଙ୍ଗୁ ରୋଗରେ ଆକ୍ରାନ୍ତି ହେଉଥିବା ଅଭିଯୋଗ ହେଉଛି। ଏହାକୁ
ରୋକିବା ପାଇଁ ପ୍ରଶାସନ ପକ୍ଷରୁ ପରିବେଶ ସଫା କରିବା ଜରୁରୀ ହୋଇପଡ଼ିଛି। ମଶା ବଂଶ ବୃଦ୍ଧି ପାଇବା ସାଙ୍ଗକୁ।ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ପ୍ରଶାସନର ମ୍ୟାଲେରିଆଦେଇ ଆସିକା ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ପାଇଁ
ପଦକ୍ଷେପ ନେବା ସାଙ୍ଗକୁ ବ୍ୟାପକ ଜନସଚେତନତା ସୃଷ୍ଟି ନକଲେ ଆଗାମୀ ଦିନରେଆସିକା ଏକ ମ୍ୟାଲେରିଆ ପ୍ରବଣ
ଅଞ୍ଚଳ ଭାବେ ପରିଗଣିତ ହେବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ ବୋଲି ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।ମେହେଙ୍କାଳ ଫଳ ଭଳି ଉପରେ ଚକାଚକ ଭିତରେ ପୋଲ ଭଳି ସେବା ଲୋକଙ୍କୁ ଯୋଗା ଯାଉଛି ବୋଲି ଚର୍ଚ୍ଚା ହେଉଛି।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe