ଯୋଡା ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ
କେନ୍ଦୁଝର ଜିଲ୍ଲା ଯୋଡା ମହିଳା ମହାବିଦ୍ୟାଳୟରେ ବିଶ୍ବ ଏଡସ୍ ଦିବସ ପାଳିତ ହେଇଯାଇଛି । ଏହି ଦିବସ ଉପଲକ୍ଷେ ଛାତ୍ରୀ ଓ କର୍ମଚାରୀମାନେ ପରସ୍ପରକୁ ରେଡ ରିବନ ବାନ୍ଧିବା ପରେ କଲେଜର ସଭାଗୃହରେ ଛାତ୍ରୀମାନଙ୍କ ପାଇଁ ଏଚଆଇଭି-ଏଡସ୍ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଏଥିରେ ଟାଟା ଷ୍ଟିଲ ଫାଉଣ୍ଡେସନର ଡାକ୍ତର ଆକାଶ ସତପଥୀ ଯୋଗ ଦେଇ ଛାତ୍ରୀମାନଙ୍କୁ ଏଚଆଇଭି-ଏଡସ୍ ଉପରେ ସଚେତନ କରାଇଥିଲେ । କଲେଜର ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତି ଏହି ସଚେତନତା ସଭାରେ ସ୍ବାଗତ ଭାଷଣ ଦେଇଥିଲେ । ୟୁଥ ରେଡ କ୍ରସ କାଉନସିଲ ତଥା ରେଡ ରିବନ୍ କ୍ଲବ ଦାୟିତ୍ବରେ ଥିବା ଅଧ୍ୟାପକ ପବିତ୍ର ମୋହନ କର ଓ ଅଧ୍ୟାପିକା ଐଶ୍ଵର୍ଯ୍ୟାମୟୀ ପାତ୍ର ସଚେତନତା ସଭାର ମଞ୍ଚ ପରିଚାଳନା କରିଥିଲେ । ବିଶ୍ବ ଏଡସ୍ ଦିବସ ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ଯରେ ପ୍ରବନ୍ଧ, ବକ୍ତୃତା, କ୍ବିଜ୍, ଚିତ୍ରାଙ୍କନ,ନାଟକ ଓ ସ୍ଲୋଗାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସଚେତନତା ସଭା ଶେଷରେ ୪୫ ଜଣ କୃତୀ ଛାତ୍ରୀଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କଲେଜର ବରିଷ୍ଠ ଅଧ୍ୟାପିକା ଶୁଭଦର୍ଶିନୀ ପଣ୍ଡା। କଲେଜର ରେଡ ରିବନ୍ କ୍ଲବ୍ ଆସନ୍ତା ଡିସେମ୍ବର ୧୫ ତାରିଖରେ କଲେଜ ପ୍ରାଙ୍ଗଣରେ ରକ୍ତ ଦାନ ଶିବିର ଆୟୋଜନ କରିବ ଓ ୧୫ ତାରିଖରେ ଛାତ୍ରୀମାନେ ରକ୍ତଦାନ ପାଇଁ ସଚେତନତା ରାଲି କରିବେ ଏବଂ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଅଧ୍ୟକ୍ଷା ଡଃ ମୃଦୁଳା ମହାନ୍ତି ସ୍ଥାନୀୟ ଜନତାଙ୍କୁ ନିବେଦନ କରିଛନ୍ତି।