//BREAKING//
Loading...

ଯୋଡ଼ା ୮ନଂ ୱାର୍ଡ ର ବିପୁଳ ଭୋଟ ବ୍ୟବଧାନରେ ବିଜେଡିର ବିଜୟ

ଯୋଡ଼ା ୮ନଂ ୱାର୍ଡ ର ବିପୁଳ ଭୋଟ ବ୍ୟବଧାନରେ ବିଜେଡିର ବିଜୟ

କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଅନ୍ତର୍ଗତ ୮ନଂ ୱାର୍ଡର କାଉନସିଲର ପ୍ରାର୍ଥୀ ନିମନ୍ତେ ଅନୁଷ୍ଠିତ ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜେଡ଼ି ଦଳ ବିଜୟୀ ହୋଇଛି । ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଶୁଭମ ନାଏକ ୮୦୬ ଖଣ୍ଡ ଭୋଟ ପାଇ ପ୍ରାୟ ୭୪ ପ୍ରତିଶତ ମତଦାନରେ ବିପୁଳ ବିଜୟ ହାସଲ କରିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦି ଭାଜପା ଦଳର ପ୍ରାର୍ଥୀ ଭଞ୍ଜ କିଶୋର ନାଏକ ୨୨୯ ଖଣ୍ଡ ଭୋଟ ପାଇଥିଲେ ପଡିଛି । ବିଜେତା ଶୁଭମ ନାଏକ ୫୭୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ସେହିପରି ସ୍ୱାଧିନ ପାର୍ଥୀ ରଞ୍ଜିତ୍ ନାଏକ ୧୧୪ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ଜାତୀୟ ଦଳ କଂଗ୍ରେସ ପକ୍ଷରୁ ପୂର୍ଣ୍ଣିମା ନାଏକ ମାତ୍ର ୨୧ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି । ଏହି ୱାର୍ଡଟିରେ ୧୮୦୧ ଭୋଟ ଥିବା ବେଳେ ବୁଧବାର ଅନୁଷ୍ଠିତ ଭୋଟ ଗ୍ରହଣରେ ୧୧୭୯ ଜଣ ଭୋଟର ନିଜର ମତଦାନ କରିଥିଲେ । ସେଥି ମଧ୍ୟରୁ ୧୦ଖଣ୍ଡ ଭୋଟ ନୋଟାରେ ପଡିଥିବା ଜଣାପଡିଛି । ଉପନିର୍ବାଚନରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ, ବଡବିଲ ଉପଖଣ୍ଡ ପୋଲିସ ଅଧିକାରୀ, ଯୋଡା ପୌର କାର୍ଯ୍ୟନିର୍ବାହୀ ଅଧିକାରୀ, ବଡବିଲ ତହସିଲଦାର ଏବଂ ଚମ୍ପୁଆ ଉପଜିଲାପାଳ ଭୋଟ ଗ୍ରହଣ କେନ୍ଦ୍ର ନିକଟରେ ପ୍ରତ୍ୟେକ୍ଷ ଭାବେ ରହି ଏହାକୁ ପରିଚାଳନା କରିଥିଲେ । ତେବେ ଗୁରୁବାର ଏହାର ଫଳାଫଳ ପ୍ରକାଶ ପାଇଛି । ଏହି ବିଜୟକୁ ନେଇ ବିଜେଡି ଶିବିରରେ ଆନନ୍ଦର ଲହରି ଖେଳିଯାଇଥିବା ବେଳେ ଉତ୍ସାହିତ ବିଜେଡି କର୍ମିମାନେ ନବନିର୍ବାଚିତ କାଉନସିଲରଙ୍କୁ ସାଙ୍ଗରେ ଧରି ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି । ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତ, ବଡବିଲ ପୌରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଯୁବ ବିଜେଡି ସଂଗଠନ ସୁଶାନ୍ତ ବାରିକ, ଜିଲା ବିଜେଡି ସହସମ୍ପାଦକ ବାବୁଲାଲ ସାହୁ ପ୍ରମୁଖଙ୍କ ସହ ଶତାଧିକ ବିଜେଡି କର୍ମି ଯୋଗଦେଇଥିଲେ । ଏଠାରେ ସୂଚନା ଯୋଗ୍ୟ, ପୂର୍ବରୁ ଏହି ଆସନଟିରେ ବିଜେଡି ଦଳର ଜୟରାମ ନାଏକ ବିଜୟ ହାସଲ କରିଥିବା ବେଳେ ୨୦୨୨ ଡିସେମ୍ବର ୧ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା । ଫଳରେ ଦଳ ତାଙ୍କର ସାନ ଭାଇ ଶୁଭମ ନାଏକଙ୍କୁ ଚଳିତ ନିର୍ବାଚନରେ ପ୍ରାର୍ଥୀ ଭାବେ ଚୟନ କରିଥିଲା ।

Post a Comment

Previous Post Next Post

ଆରମ୍ଭ ମାତ୍ର ସଙ୍ଘର୍ଷ ଟିଭି

Hi! ସବସ୍କ୍ରାଇବ ସମଗ୍ର ବିଶ୍ୱରୁ ମଜାଳିଆ ଏବଂ ସୁନ୍ଦର ନ୍ୟୁଜ ଭିଡିଓ ଦେଖିବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ ଙ୍କୁ ସବସ୍କ୍ରାଇବ କରନ୍ତୁ | 🔔

Subscribe