ଆସିକା 21/03ନିପ୍ର -ଆଜି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ କୋର୍ଟ ଠାରେ 1998 ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡ଼ବନ୍ଧ ପଞ୍ଚାୟତ ଅଧୀନ ପଣି ବନ୍ଧ ଗ୍ରାମରେ 25/03/1998ମସିହାରେ ଗାଁ ମନ୍ଦିର କୋଠ ଜମି ଧାନ ଆଦାୟ କୁ କେନ୍ଦ୍ର କରି ହୋଇଥିବା ସଙ୍ଘବଦ୍ଧ ହତ୍ୟାକାଣ୍ଡ ଘଟଣା ର ଜି ଆର କେସ ନମ୍ବର 90/98, ଏସ ଟି କେସ ନମ୍ବର 4/13 ପ୍ରକାରେ ସାକ୍ଷ ପ୍ରମାଣ ଗ୍ରହଣ କରି ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ପ୍ରବୀର କୁମାର ଚୌଧୁରୀ ଏହି ଘଟଣାରେ ସମ୍ପୃକ୍ତ 13ଜଣ ଆସାମୀ ମଧ୍ୟରୁ 7ଜଣ ଆସାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ପ୍ରତ୍ୟେକ 10ହଜାର ଟଙ୍କା ଜୋରିମାନା ଅନାଦେୟ 3ମାସ କାରାଦଣ୍ଡ ରାୟେ ପ୍ରଦାନ କରିଛନ୍ତି.ଅନ୍ୟ 6ଜଣଙ୍କୁ ସାକ୍ଷ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଛନ୍ତି. ପ୍ରକାଶ ଥାଉକି 25/03/1998 ରେ ପଣି ବନ୍ଧ ଗ୍ରାମରେ ମନ୍ଦିର କୋଠ ଜମି ଚାଷରୁ ଧାନ ଆଦାୟ କୁ କେନ୍ଦ୍ର କରି ଗ୍ରାମ ଦୁଇ ଗୋଷ୍ଠୀରେ ପରିଣତ ହୋଇଥିଲା .ଏହି ଦୁଇ ଗୋଷ୍ଠୀ ପକ୍ଷରୁ ଏହାର ସମାଧାନ ପାଇଁ ରାତ୍ର ସମୟରେ ଗ୍ରାମ ମଝିରେ ଏକ ବୈଠକ ହୋଇଥିଲା.କୋଠ ଜମି ଚାଷ କରୁଥିବା ଗ୍ରାମର ଧୋବା ସାହୁ ବୟସ 45କୁ ଧାନ ଦେବା ପାଇଁ ଗୋଟିଏ ଗୋଷ୍ଠୀ ଜିଦ ଧରି ବସିଥିଲେ. ଶେଷରେ ଗାଁ ସଭାରେ କଥା କଟା କଟି ରୁ ଆରମ୍ଭ ହୋଇ ଏହି ଘଟଣା ଉଗ୍ର ରୂପ ନେଇଥିଲା. ଗାଁ ସଭା ରୁ ଘରକୁ ଫେରିଥିବା ଧୋବା ସାହୁଙ୍କୁ ଆସାମୀ ମାନେ ଠେଙ୍ଗା,କାତି, ଭୁଜାଲିରେ ଆକ୍ରମଣ କରିଥିଲେ. ଧୋବା ସାହୁ ଘଟଣା ସ୍ଥଳରେ ହିଁ ମୃତ୍ଯୁ ବରଣ କରିଥିଲେ. ତାଙ୍କ ନିକଟରେ ଥିବା ତାଙ୍କ ଭାଇ ରାଜେନ୍ଦ୍ର ସାହୁଓ ସହଯୋଗୀ ମହାଦେବ ପ୍ରଧାନ, ରବି ମୁନି, ଶତ୍ରୁଘନ ସାହୁ ଗୁରୁତର ଆହତ ହୋଇଥିଲେ. ଏହି ଘଟଣା ବିରୁଦ୍ଧରେ ମୃତ ଧୋବା ସାହୁଙ୍କ ପିତା ଭଗବାନ ସାହୁ ଗାଙ୍ଗାପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ. ଅଭିଯୋଗ କୁ ଭିତ୍ତି କରି ଗାଙ୍ଗପୁର ପୋଲିସ ପକ୍ଷରୁ ଥାନା କେସ ନମ୍ବର 36/98ରେ ଦଫା 302,326,148 ପ୍ରକାରେ ମାମଲା ରୁଜୁ କରିଥିଲେ. ଏହି ଘଟଣାରେ ସମ୍ପୃକ୍ତ 1)ଆକୁଳ ସ୍ୱାଇଁ,2)ଭାସ୍କର ବିଷୋୟୀ,3) ନିଲୁ ସ୍ୱାଇଁ,4) ଭଜରାମ ସାହୁ,5) କଂଗ୍ରେସ ସ୍ୱାଇଁ,6)ରମେଶ ସ୍ୱାଇଁ,7)ସୁରନ୍ଦ୍ର ଗୌଡ଼ 8)ମୁରଲୀଧର ମୁନି,9) କାଳୁ ନାୟକ 10)ବିଦ୍ୟାଧର ପ୍ରଧାନ,11) କାମରାଜୂ ସ୍ୱାଇଁ,12)ଉଦୟ ନାଥ ସ୍ୱାଇଁ,13)ଶ୍ୟାମ ନାୟକ ପ୍ରମୁଖ ଆକ୍ରମଣ କରିଥିଲେ. ଆଜି ଏହି ସମସ୍ତ ଘଟଣାର ସାକ୍ଷ ପ୍ରମାଣକୁ ଭିତ୍ତି କରି 1)ଆକୁଳ ସ୍ୱାଇଁ,2)ଭାସ୍କର ବିଷୋୟୀ,3) ନିଲୁ ସ୍ୱାଇଁ,4) ଭଜରାମ ସାହୁ,5) କଂଗ୍ରେସ ସ୍ୱାଇଁ,6)ରମେଶ ସ୍ୱାଇଁ,7)ସୁରନ୍ଦ୍ର ଗୌଡ଼କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡ ସହ ପ୍ରତେକ 10ହଜାର ଟଙ୍କା ଜରିମାନା ଶୁଣାଇଥିଲେ. ସେହିଭଳି 1)ମୁରଲୀଧର ମୁନି,2)କାଳୁ ନାୟକ,3)ବିଦ୍ୟାଧର ପ୍ରଧାନ,4)କାମରାଜୂ ସ୍ୱାଇଁ,5)ଉଦୟ ନାଥ ସ୍ୱାଇଁ,6)ଶ୍ୟାମ ନାୟକ କୁ ସାକ୍ଷ ପ୍ରମାଣ ଅଭାବରୁ ନିର୍ଦୋଷ ରେ ଖଲାସ କରିଥିଲେ. ସରକାରଙ୍କ ପକ୍ଷରୁ ଏହି କେସରେ ଏ ପିପି ଭାବେ ଆଇନଜିବି ସୁଧାଂଶୁ କୁମାର ପଣ୍ଡା ଓ ସୂର୍ଯ୍ୟ ପ୍ରକାଶ ରାଓ କେସ ପରିଚାଳନା କରୁଥିଲା ବେଳେ ମୁଦାଲାଙ୍କ ପକ୍ଷରୁ ଆଇନଜିବି ଶରତେନ୍ଦୁ ପଣ୍ଡାଓ ଅମ୍ବିକା ରଥ କେସ ପରିଚାଳନା କରୁଥିଲେ.ଆସିକା ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ ପକ୍ଷରୁ ଦୀର୍ଘ ଦିନର ବହୁଚର୍ଚ୍ଚିତ ସଙ୍ଗୀନ ହତ୍ୟାକାଣ୍ଡ ଓ ଅନେକ ସଙ୍ଗୀନ କେସ ଗୁଡିକ ତୁରନ୍ତ ବିଚାରକରି ଅପରାଧୀ ମାନଙ୍କୁ ଦଣ୍ଡ ବିଧାନ କରୁଥିବା ନଜିର ରହୁଛି. ଗୋଟିଏ ପରେ ଗୋଟିଏ କେସରେ ଆଜୀବନ କାରାଦଣ୍ଡ କରୁଥିବା ଯୋଗୁଁ ଅପରାଧୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି.
ପଣି ବନ୍ଧ ହତ୍ୟା ଘଟଣାରେ 7ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ 6 ଖଲାସ
By: SANGHARSA TV
0
Tags
www.sangharsatv.in