ଭୁବନେଶ୍ୱର: ଆସନ୍ତା ୩ମାସ ସୁଦ୍ଧା ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ କରାଯିବ ବୋଲି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଲିଖିତ ଭାବେ ଡ୍ରାଇଭର ଏକତାମଂଚକୁ ଚିଠି ଲେଖିଛନ୍ତି।
ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ପରେ ନିଆଯାଇଛି। ଆଜି ବିଧାନସଭାରେ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ସଦସ୍ୟମାନେ ଉଦବେଗ ବ୍ୟକ୍ତ କରିବା ପରେ ଡ୍ରାଇଭରମାନଙ୍କ ସହ ଆଲୋଚନା ପାଇଁ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଯେଉଁଥିରେ ଡ୍ରାଇଭର ମହାସଂଘର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତିରେ ଆଲୋଚନା ହୋଇଥିଲା । ପରେ ଆସନ୍ତା ୩ ମାସ ଭିତରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏନେଇ ଡ୍ରାଇଭର ମହାସଂଘର ଆବାହକଙ୍କୁ ଚିଠି ଲେଖି ଜଣାଇଛନ୍ତି ସରକାର