*ଖବର ଆଜିର*
ତାରିଖ ୧୭/୦୩/୨୦୨୩ ଶୁକ୍ରବାର ।
୩ ମାସ ଭିତରେ ଦାବିର ସମାଧାନ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ଡ୍ରାଇଭର ସଂଘର ଆନ୍ଦୋଳନ ସ୍ଥଗିତ।
ଆରମ୍ଭ ହେଲା ‘ବାଲ ଆଧାର’ କାର୍ଯ୍ୟକ୍ରମ: ଶିଶୁ ଜନ୍ମ ପରେ ପଞ୍ଜିକରଣ ସହ ଆଧାରକାର୍ଡ ।
ମନିଲଣ୍ଡ୍ରିଂ ମାମଲାରେ ରୁଜୁ ହୋଇଛି ୫,୯୦୬ଟି ମୋକଦ୍ଦମା, EDଙ୍କ ତଦନ୍ତ ପରିସରରେ ୧୭୬ ସାଂସଦ, ବିଧାୟକ ।
ଆମେରିକାର ଜିମରେ ପଞ୍ଜାବୀ ଅଭିନେତା ଅମନ ଧଲୀୱାଲଙ୍କୁ ଛୁରାମାଡ଼ ।
ପାଞ୍ଚ ଦିନର ହ୍ରାସ ପରେ ବୃଦ୍ଧି ଦେଖିଲା ସେୟାର ବଜାର, ନିବେଶକଙ୍କୁ ୫୦ ହଜାର କୋଟି ଲାଭ ।
ବିଜେପି ଅଭିଯୋଗର ଜବାବ ଦେବାକୁ ସଂସଦରେ ସୁଯୋଗ ମିଳୁନି, ଅନୁମତି ଦେଲେ ଉତ୍ତର ରଖିବି ବୋଲି କହିଲେ ରାହୁଲ ଗାନ୍ଧୀ ।
ଭଡୋଦରା ଉପଭୋକ୍ତା ଫୋରମ ମେଡିକାଲ ଇନସ୍ୟୋରାନ୍ସ କ୍ଲେମକୁ ନେଇ ଏକ ବଡ଼ ଆଦେଶ ଦେଇଛନ୍ତି। ଫୋରମ କହିଛନ୍ତି ଯେ ଜଣେ ବ୍ୟକ୍ତି ମେଡିକାଲରେ ଭର୍ତ୍ତି ହୁଅନ୍ତୁ କି ନ ହୁଅନ୍ତୁ ବା ୨୪ ଘଣ୍ଟାରୁ କମ୍ ସମୟ ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତୁ ସେ ବୀମା ଦାବି କରିପାରିବେ।
ଭାରତ ନିର୍ମାଣ କରିଥିବା ଚାବାହାର ବନ୍ଦର ନିକଟରେ ସମରାଭ୍ୟାସ କରୁଛନ୍ତି ରୁଷ, ଚୀନ ଓ ଇରାନ ।
‘G20 ଅଧ୍ୟକ୍ଷତା ୧୪୦ କୋଟି ଭାରତୀୟଙ୍କ ଶକ୍ତିକୁ ଦର୍ଶାଉଛି’, ଜାତିସଂଘରେ କହିଲେ ଭାରତର ସ୍ଥାୟୀ ପ୍ରତିନିଧି। ।
ଅବମାନନା ମାମଲାରେ ବିବେକ ଅଗ୍ନିହୋତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
ରିଷଭ ପନ୍ତ ଆହତ, ଦିଲ୍ଲୀ ବାଛିଲା ନୂଆ କ୍ୟାପଟେନ୍ । ଅଷ୍ଟ୍ରେଲିଆ ଖେଳାଳି ଧରିଲେ ଦିଲ୍ଲୀ କ୍ୟାପିଟାଲ ମଙ୍ଗ । ଡେଭିଡ୍ ୱାର୍ଣ୍ଣର କ୍ୟାପଟେନ୍, ଅକ୍ଷର ପଟେଲ୍ ଭାଇସ୍-କ୍ୟାପଟେନ୍ ।
ବଢ଼ିଲା ଅଡୁଆ, ସିସୋଦିଆଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କଲା CBI।
ଅରୁଣାଚଳ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହେଲା ସେନାର ଚିତା ହେଲିକପ୍ଟର, ୨ପାଇଲଟଙ୍କ ପତ୍ତା ମିଳୁନି ।
ବିଧାନସଭାରେ ଉଠିଲା ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ।
ମାଟ୍ରିକ୍ ପରୀକ୍ଷା ଦେଉଥିବାବେଳେ ପରୀକ୍ଷା ହଲରେ ଟଳି ପଡିଲା ଛାତ୍ର । ଡାକ୍ତରଖାନାରେ ଛାତ୍ରକୁ ମୃତ ଘୋଷଣା କଲେ ଡାକ୍ତର । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କୋରାପୁଟ ଦାମନଯୋଡି ସ୍ଥିତ ନାଲକୋ ଟାଉନସିପ୍ ଅଞ୍ଚଳର । ମାଲୁସାନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର କୁନା ପୁଝାରୀ ।
ଦିଲ୍ଲୀ ଅବକାରୀ ଦୁର୍ନୀତି: ୨୦ ମାର୍ଚ୍ଚରେ ହାଜର ପାଇଁ କେ କବିତାଙ୍କୁ ସମନ୍ କଲା ଇଡି।
ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସପକ୍ଷରେ ରାୟ, ମୋକଦ୍ଦମା ଖର୍ଚ୍ଚ ବାବଦରେ ୧୫ ହଜାର ତଣ୍ଡ ଗଣିବେ ଆବେଦନକାରୀ ।
ମୁମ୍ବାଇରେ ପୁଣି ବଢ଼ୁଛି କରୋନା ମାମଲା: ମହାରାଷ୍ଟ୍ରକୁ ଚିଠି ଲେଖିଲା କେନ୍ଦ୍ର ।
ଟିସିଏସ ଛାଡ଼ିଲେ ସିଇଓ ରାଜେଶ ଗୋପୀନାଥ ।
ଏଟିଏଜିଏସରୁ ବ୍ରହ୍ମୋସ: ୭୦,୫୦୦ କୋଟି ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ମଞ୍ଜୁରି ଦେଲେ କେନ୍ଦ୍ର ସରକାର ।
ସୁପ୍ରଭାତ ,ଶୁଭ ସକାଳ ।