ବର ଯାତ୍ରୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ଏବଂ ମରଣାନ୍ତ ଆକ୍ରମଣ. ବରଗଡ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ ଦହିତା ପଂଚାୟତ ସୁଲିଆ ଗ୍ରାମ ରେ ଘଟିଛି ଏକ ଅଭାବ ନିୟ ଘଟଣା. ଗତ ରାତ୍ରି ଯଶୋବନ୍ତ ପାଣ୍ଡେ ପିତା ଲାଲ ପାଣ୍ଡେ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଆମ୍ବବାହାଲ ରୁ ସୁଲିଆ କୁ ବରଯାତ୍ରୀ ଯାଇଥିଲେ. ବର ଯାତ୍ରୀ ପ୍ରସେସନ ଚାଲିଥିବା ସମୟରେ ଘଟିଛି ଏକ ଅଭାବନୀୟ ଘଟଣା. ସୁଶାନ୍ତ ନେଗୀ, ବିକାଶ ନେଗୀ ଏବଂ ରୁପେଶ ତିନି ଜଣ ମିଶି ମଦନ ପଟେଲ ପିତା. ଆଶାରାମ ପଟେଲ କୁ ଏକ ନିଛାଟିଆ ସ୍ଥାନ କୁ ଡାକି ମାରନାନ୍ତକ ଆକ୍ରମଣ କରିଥିଲେ. ଆକ୍ରମଣ ସମୟରେ ଅନଙ୍ଗ ତାଣ୍ଡି ୱାର୍ଡ ମେମ୍ବର ବାର ନମ୍ୱର ଓ ନରସିଂହ ବଗର୍ତି ତାଙ୍କୁ ରକ୍ଷା କରିବା ପାଇଁ ଉଦ୍ୟମ କରିଥିବା ସମୟ ରେ ନରସିଂହ କୁ ମଧ୍ୟ ମାଡ଼ ମାରିଥିଲେ. ଏବଂ କଲେ ବଳେ କୌଶଲେ ଉକ୍ତ ସ୍ଥାନରୁ ମଦନ କୁ ରକ୍ଷା କରି ପଦ୍ମପୁର ସବଡ଼ିଭିଜିନ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା. ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ ରେ ଭର୍ତି କରାଯାଇଛି. ଏହି ଘଟଣା ର ତଦନ୍ତ ପାଇଁ ବୁଡେନ ଥାନାରେ ଅଭିଯୋଗ କରିଛନ୍ତି ପଟେଲ କିନ୍ତୁ ଏହି ଘଟଣା କୁ ଠିକ ଭାବରେ ତଦନ୍ତ କରାଯାଉ ନାହିଁ କିମ୍ବା ଅଭିଯୁକ୍ତ ମାନଙ୍କୁ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଘର ଲୋକେ ଏବଂ ଗ୍ରାମ ବାସି ଅଭିଯୋଗ କରିଛନ୍ତି. ଯଦି ଏପରି ଅଭିଯୁକ୍ତ ମାନଙ୍କୁ କୌଣସି ଦଣ୍ଡ ନ ଦେଲେ ଆଗକୁ ଆହୁରି ଆହୁରି ଜଘନ୍ୟ କାଣ୍ଡ କରିବେବୋଲି ଗ୍ରାମବାସୀ ଭୟଭିତ ଅଛନ୍ତି.
ବରଗଡ ରୁ ଭାଗବତୀଆ ମେହେର