ଗଞ୍ଜାମ ଜିଲ୍ଲାର ଆରାଧ୍ୟ ଦେବୀ ଆସିକା ବିଜେ ମା ଖମ୍ବେଶ୍ୱରୀ ଠାକୁରାଣୀ ପୀଠରେ ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରରେ ମାନସିକ ଧାରୀ ଛୁଆଙ୍କ ମୁଣ୍ଡନ ହୋଇଥିବା ବେଳେ ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଆଜି ମା ଖମ୍ବେଶ୍ୱରୀଙ୍କ ପିଠରେ ପାରମ୍ପରିକ ରିତିନୀତି ଆନୁଯାୟୀ ମାଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆଜି ପ୍ରାତଃ କାଳରୁ ମା ଖମ୍ବେଶ୍ୱରୀ ଦେବୀଙ୍କ ପୀଠରେ ରୀତିନୀତି ଅନୁଯାୟୀ ସେବା ପୂଜା କାର୍ଯ୍ୟ ସରିବା ପରେ ଭକ୍ତଙ୍କ ଉଦ୍ଧେଶ୍ୟରେ ମାଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଜିଲ୍ଲାର ବିଭିନ୍ନ ଅଚଂଳରୁ ଲକ୍ଷାଧିକ ଲୋକଙ୍କ ଇଷ୍ଟଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ସନ୍ତାନର ପ୍ରଥମ ମୁଣ୍ଡନ ବାଳ ପକାଇଲେ ଅଭିଷ୍ଟସିଦ୍ଧି ମିଳେ ବୋଲି କେଉଁ ଆବାହମାନ କାଳରୁ ଏହି ବିଶ୍ୱାସ ଓ ପ୍ରଥା ରହିଛି ।
ଭଏସ ଓଭର –( ୧) ମନ୍ଦିର ସମ୍ମୁଖରେ ବିଭିନ୍ନ ପ୍ରକାରର ଅସ୍ଥାୟୀ ଦୋକାନ ମାନ ଖୋଲାଯାଇ ସେଠାରେ ପୂଜା ସାମଗ୍ରୀ ସୁବିଧାରେ ଭକ୍ତ ମାନଙ୍କୁ ମିଳିବା ବ୍ୟବସ୍ଥା ମଧ୍ୟ ହୋଇଛି। ମା ଖମ୍ବେଶ୍ୱରୀ ଦେବୀଙ୍କର ଅତିପ୍ରିୟ ପଣା ଅମୃତ ଅର୍ପଣ କରି ଭକ୍ତମାନେ ନିଜ ମାନସିକ ପୂରଣ ଓ ସନ୍ତାନ ସନ୍ତତିଙ୍କ ଉତୋରାତର ଉନ୍ନତି ପାଇଁ କାମନା ଭିକ୍ଷା କରିଛନ୍ତି । ମଧ୍ୟାହ୍ନରେ ଅନ୍ନ ଭୋଗ ପରେ ପହଡ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆଉ ସଂଧ୍ୟା ସମୟରେ ଆଳତୀ ହୋଇ ଅନ୍ନ ଭୋଗ ପୂଜା ହୋଇ ଥିଲା । ଏହା ପରେ ଘଟଂ,ବାଜା ବାଜଣୀ ,ଶଙ୍ଖ କାହାଳୀ ଧ୍ୱନୀରେ ମା ଖମ୍ବେଶ୍ୱୀ ଦେବୀଙ୍କ ବିଜେ ପ୍ରତିମା ନଗର ପରିକ୍ରମା କରିବେ । ମଧ୍ୟରାତ୍ରୀରେ ମା ଠାକୁରାଣୀ ଗମ୍ଭୀରା ବିଜେ କରିବେ । ଏନେଇ ମନ୍ଦିର ବେଢା ପରିସରରେ ଭକ୍ତ ମାନଙ୍କ ଭିଡ ଜମିଥିବା ଜଣାପଡିଛି ।
ଭଏସ ଓଭର (୨)- ଭକ୍ତ ଓ ଦର୍ଶନାର୍ଥୀଙ୍କ ନିମନ୍ତେ ସୁବିଧାରେ ଭୋଗ ପୂଜା କରିବା ପାଇଁ ମନ୍ଦିର ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ସ୍ୱାଇଁ,ସମ୍ପାଦକ ସଚିଦାନନ୍ଦ ଖଟେଇ ଓ ଯାତ୍ରା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହିଙ୍କ ପ୍ରତ୍ୟେକ ତତ୍ୱାବାଧାନରେ ବ୍ୟାପକ ବନ୍ଦୋବସ୍ତ ଯାଇଥିଲା । ମନ୍ଦିର ପରିସରରେ ମାନସିକ ଧାରୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା ସାଙ୍ଗକୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୨ ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା ।
ଫାଇନାଲ ଭଏସ ଓଭର- ଗଞ୍ଜାମ ଜିଲ୍ଲା ଆସିକାର ଅଧିଷ୍ଟାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ପୀଠରେ ଚୈତ୍ର ମାସ ଦ୍ବିତୀୟ ମଙ୍ଗଳବାରରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ମାନସିକ ପୁରଣ ପାଇଁ ଶତାଧିକ ଶିଶୁଙ୍କ ମୁଣ୍ଡନ ହୋଇଛି । ସେପଟେ ମନ୍ଦିର ପରିଚାଳନା କମିଟିଙ୍କ ପକ୍ଷରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଲାଗି ସମସ୍ତ ବନ୍ଦୋବସ୍ତ କରାଯାଇଥିବା ବେଳେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟତ ହୋଇଛି ।