ବ୍ରହ୍ମପୁର , ୨୩/୦୩ - ( ଆରତ କୁମାର ହୋତା ) -:- ଗଞ୍ଜାମ ଗଜପତି ସୀମାନ୍ତ ଖର୍ଚ୍ଚବାଡି ପଞ୍ଚାୟତ ଅଧୀନ କୁକୁରଡ଼ା ଗ୍ରାମ ଯାହାକି ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ସେଠାକୁ ଯାତାୟତ କରିବାପାଇଁ କୌଣସି ସୁବିଧା ନାହିଁ । ନାଁ ଅଛି ସେହି ଗ୍ରାମକୁ ଯିବାପାଇଁ ପକ୍କା ରାସ୍ତା ନାଁ ଅଛି ଗାଡ଼ି । ଯିଏ ବି ଯିବ ଚାଲି ଚାଲି ଯିବ । ଏଭଳି ଅବସ୍ଥା ସେହି ଗ୍ରାମରେ । ଗ୍ରାମବାସୀ ମାନଙ୍କୁ କୌଣସି ରୋଗ ହେଉ କିମ୍ବା କିଛି ବି ଅସୁବିଧା ହେଲେ ଚାଲି ଚାଲି ଆସନ୍ତି ଲୋକେ । ଆଜି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେହି ଗ୍ରାମରେ । ସେହି ଗ୍ରାମର ଜଣେ ମହିଳା ସୁନୀତା ସବରଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଘର ଲୋକେ ତୁରନ୍ତ ଆଶା ଦିଦୀଙ୍କୁ ଖବର ଦେଇଥିଲେ ଆଶା ଦିଦି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଖବର ପାଇ ୧୦୮ ଆମ୍ବୁଲାନ୍ସ ସେହି ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ହେଲେ ବିଡ଼ମ୍ବନାର ବିଷୟ ଆମ୍ବୁଲାନ୍ସ ଗ୍ରାମ ପାଖକୁ ଯାଇପାରିନଥିଲା । ୩ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଆମ୍ବୁଲାନ୍ସ ଚାଳକ ସନ୍ତୋଷ ନାୟକ ଏବଂ ହେଲ୍ପର ସୁରେନ୍ଦ୍ର ସେଠୀ ନିଜର ମହାନତା ଦେଖାଇ ଷ୍ଟ୍ରେଚର ଧରି ସେହି ଗ୍ରାମ ଅଭିମୁଖେ ଚାଲି ଚାଲି ଯାଇ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର୍ ରେ ଭୂଇଁ ଆମ୍ବୁଲାନ୍ସ ନିକଟକୁ ସୁରକ୍ଷିତ ଭାବେ ଆଣିଥିଲେ । ପରେ ଆମ୍ବୁଲାନ୍ସ ଚନ୍ଦ୍ରଗିରି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଭିମୁଖେ ଯାତ୍ରା କରି ସେଠାରେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ଭାବେ ଛାଡିଥିବା ସୂଚନା ମିଳିଛି । ତେବେ ଆମ୍ବୁଲାନ୍ସ କର୍ମଚାରୀ ସନ୍ତୋଷ ନାୟକ ଏବଂ ସୁରେନ୍ଦ୍ର ସେଠୀଙ୍କ ଏଭଳି ମହାନ୍ କାର୍ଯ୍ୟଦେଖି ବୁଦ୍ଧିଜୀବୀ ମହଲରେ ଶୁଭେଚ୍ଛାର ସୁଅ ଛୁୁଟିବାରେ ଲାଗିଚି । ପରିଶେଷରେ କ୍ଲଷ୍ଟର ଲିଡର ଶ୍ରୀ ପ୍ରଶାନ୍ତ କୁମାର ସାବତ ଏହି ଖବର ଶୁଣି ଅତ୍ୟନ୍ତ ଖୁସି ହେବାସହ ସନ୍ତୋଷ ନାୟକ ଏବଂ ସୁରେନ୍ଦ୍ର ସେଠୀଙ୍କୁ ଧନ୍ୟବାଦ୍ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ୧୦୮ ଆମ୍ବୁଲାନ୍ସ ଏଭଳି ଏକ ସେବା ପ୍ରଦାନ କାରି ସଂସ୍ଥା ଯାହା ପ୍ରତ୍ୟେକ ରୋଗୀଙ୍କୁ ସହାୟ ହେବା ସହ ଅସହାୟ ଲୋକ ମାନଙ୍କୁ ସାହାର୍ଯ୍ୟ ମଧ୍ୟ କରିଥାନ୍ତି ।
ଦେବଦୂତ ସାଜିଲେ ୧୦୮ କର୍ମଚାରୀ । ୩ କିଲୋମିଟର ଷ୍ଟ୍ରେଚର ରେ ଭୂଇଁ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ମେଡ଼ିକାଲ ସ୍ଥାନାନ୍ତର ।
By: SANGHARSA TV
0
Tags
www.sangharsatv.in