(ନିପ୍ର): ଆସିକା ବିଜ୍ଞାପିତଅଞ୍ଚଳ ପରିଷଦ ନିର୍ବାଚନକୁ ବର୍ଷେପୂରିଲା। ୨୦୨୨, ମାର୍ଚ୍ଚ ମାସ ୨୬ରେ ନଗରପାଳିକା ରୂପେ ନିର୍ବାଚିତ ହୋଇଥିବା ବିନେତା ସ୍ଵାଇଁଙ୍କ
ଶାସନକୁ ବର୍ଷେ ପୂରିଥିବା ବେଳେ ଆସିକା ସହରକୁ ରାଜ୍ୟର ଏକ ବିକଶିତ, ସୁନ୍ଦର ଓ ଅଗ୍ରଣୀ ଏନ୍ଏସିରେ ପରିଗଣିତ କରିବା ପାଇଁ ଆଗକୁ ଆହୁରି ଅନେକ ଆହ୍ବାନ।ରହିଛି ବୋଲି ଆଲୋଚନା ହେଉଛି।
ଇତି ମଧ୍ୟରେ ବହୁ ବିକାଶମୂଳକ କାର୍ଯ୍ୟ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରିବିପର୍ଯ୍ୟସ୍ତ ହୋଇ ପଡ଼ିଥିବା।ସାହି ବସ୍ତୀ ଗୁଡିକର ଡ୍ରେନେଜ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି ବର୍ଷାଜଳ ନିଷ୍କାସନକୁ ସୁଗମ କରିବା ଦିଗରେ ପଦକ୍ଷେପ ନେଇ ଏକ ଉଦାହରଣ
ସୃଷ୍ଟି କରିଛନ୍ତି ଶ୍ରୀମତି ସ୍ଵାଇଁ । ସେହିପରି ୫-ଟି ସାର୍ଥକତାକୁ ଗୁରୁତ୍ଵ ଦେବା ସହ ମୋ ସରକାର ଅଭିଯାନ ମାଧ୍ୟମରେ ଆସିକାର
ବିକାଶକୁ ଆଗେଇ ନେବା ପାଇଁ ପ୍ରୟାସ ଜାରି ରହିଥିବା ଲକ୍ଷ୍ୟ ଓ ସହାୟିକା କରାଯାଇଛି। ଦୁର୍ନୀତି ମୁକ୍ତ ସ୍ଵଚ୍ଛ ଶାସନର ସଂକଳ୍ପ ନେଇ ଗୃହିଣୀରୁ ରାଜନୀତିକୁ ଆସିଥିବା ଶ୍ରୀମତି ସ୍ଵାଇଁଙ୍କ ଲୋକପ୍ରିୟତା ଦିନକୁ ଦିନ ବଢି ବାରେ ଲାଗିଛି । ମହିଳା
ସଶକ୍ତିକରଣ କ୍ଷେତ୍ରରେ ଆସିକା ଏନଏସି ପାଲଟିଛି ଏକ ମଡେଲ୍ ପାଲଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏଠାରେ ୧୬୨ରୁ ଊର୍ଦ୍ଧ୍ୱ ଏସ୍ଏଚ୍ଜିକୁ ମିଶନ୍ ଶକ୍ତ ମାଧ୍ୟମରେ ଯୋଡି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ବିକାଶ କରାଯାଇଛି। ମିଶନ୍ଶକ୍ତି ମାଧ୍ୟମରେ ମହିଳାଙ୍କ ବିକାଶ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଆସିକା
ଏନଏସି ଅଞ୍ଚଳର ବହୁ ମହିଳା ସ୍ଵୟଂ ଗୋଷ୍ଠୀ ମିଶନ୍ ଶକ୍ତି ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଆଜି ବିକାଶର ନୂଆ ଫର୍ବରେ ଯୋଡି ହୋଇଥିବା ଆଲୋଚିତ ହେଉଛି।
ଯାହା ଆସିକା ଏନଏସି ପ୍ରଶାସନ ଉପରେ ଲୋକଙ୍କ ଭରସାକୁ ଦୁଇଗଣିତ କରିଛି।
ସହରର ରାସ୍ତାଘାଟ, ପାନୀୟଜଳ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସମସ୍ୟାର ସମାଧାନ ସାଙ୍ଗକୁ ସମସ୍ତଙ୍କ ସହଯୋଗରେ ଆସିକା ସହରବାସୀଙ୍କ ଆଶା ଓ ବିଶ୍ଵାସ ପୂରଣ କରିବା ମୋର ପ୍ରଥମ ଲକ୍ଷ୍ୟ ବୋଲି ନଗରପାଳିକା ବିନେତା ସ୍ଵାଇଁ ପ୍ରକାଶ କରିଛନ୍ତି।ଆସିକା ସହରବାସୀଙ୍କ ପ୍ରତ୍ୟକ୍ଷ
ଭୋଟ୍ରେ ବିନେତା ପ୍ରଥମ ମହିଳା
ନଗରପାଳିକା ନିର୍ବାଚିତ ହେବା ସାଙ୍ଗକୁ
ସେହିଦିନ ଠାରୁ ଆସିକା ଏନଏସିର
ଦାୟିତ୍ଵ ତାଙ୍କ ଉପରେ ନ୍ୟସ୍ତ ରହିଛି ।
ଶ୍ରୀମତି ସ୍ଵାଇଁ ଦାୟିତ୍ଵବୋଧତାର ସହ
ସବୁ ବିକାଶମୂଳକ କାର୍ଯ୍ୟ ଜାରି
ରଖିଥିବା ବେଳେ ସହରକୁ ନେଇ
ତାଙ୍କର ବଡ ପରିକଳ୍ପନା ରହିଥିବା
ଲକ୍ଷ୍ୟ କରାଯାଇଛି ।