ଆଜି ମୁଖ୍ୟମନ୍ତ୍ରୀ ଙ୍କ 5 ଘଣ୍ଟିଆ ଗଞ୍ଜାମ ଗ୍ରସ୍ତ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର କବିସୂର୍ଯ୍ୟନଗର ହିଞ୍ଜିଳି, ଓ ଛତ୍ରପୁର ଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ସଭା ରେ ଯୋଗ ଦେଇ ଗଞ୍ଜାମ ଜିଲ୍ଲା ରେ 1952 କୋଟି 89 ଲକ୍ଷ ଟଙ୍କା ର 825 ଟି ବିଭିନ୍ନ ପ୍ରକଳ୍ପ ର ଉଦଘାଟନ କରିବା ସହ 22ହଜାର 2 ଶହ ସ୍ୱୟଂ ସହାୟକ ଗୋଷ୍ଠୀ ର 2 କୋଟି 24 ଲକ୍ଷ ମହିଳା ଙ୍କୁ 619 କୋଟି ଟଙ୍କା ର ବିନା ସୁଧ ରେ ଋଣ ପ୍ରଦାନ ଏବଂ 20 ହଜାର ହିତାଧିକାରୀ ଙ୍କୁ ଗ୍ରାମ କଣ୍ଠ ଘର ପଟ୍ଟା ବଣ୍ଟନ କରିବା କାର୍ଯ୍ୟକ୍ରମ ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ…
ଆଜି ମୁଖ୍ୟମନ୍ତ୍ରୀ ନିର୍ଦ୍ଧାରିତ ସମୟ ରେ କବିସୂର୍ଯ୍ୟନଗର ଅସ୍ଥାୟୀ ହେଲି ପେଡ ରେ ପହଞ୍ଚି ସଭା ସ୍ଥଳ କୁ ଯାଇ ଥିଲେ.. ସେଠାରେ ଉପସ୍ଥିତ ହାଜର ହାଜର କର୍ମୀ ଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଥିଲେ…
ଆଜିର ସଭାରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ ଭି କେ ପାଣ୍ଡିଆନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସୋରଡ଼ା ବିଧାୟକ ପୁର୍ଣ ଚନ୍ଦ୍ର ସ୍ୱାଇଁ, ଙ୍କ ସମେତ ଦକ୍ଷିଣାଞ୍ଚଳ ଆଇଜି, ଗଞ୍ଜାମ ଜିଲ୍ଲାପାଳ, ଙ୍କ ଗଞ୍ଜାମ ଜିଲ୍ଲା ବିଭିନ୍ନ ବ୍ଲକ ର ଅଧ୍ୟକ୍ଷା ଅଧ୍ୟକ୍ଷ, ଉପାଧ୍ୟକ୍ଷ, ନିର୍ବାଚିତ ପ୍ରତିନିଧି ଏବଂ NAC ର ଅଧ୍ୟକ୍ଷ ଉପାଧ୍ୟାକ୍ଷ, କାଉନସିଲର, ବହୁ ନେତା କର୍ମୀ ଯୋଗ ଦେଇଥବା ବେଳେ ପ୍ରାୟ 20 ହଜାର ରୁ ଉର୍ଦ୍ଧ ମହିଳା ଯୋଗ ଦେଇଥିବା ଜଣା ଯାଇଛି…..