ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ରେ ଆମ ପୋଲିସ ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।ଏହି ଶିବିର ଦ୍ୱାରା ବ୍ରହ୍ମପୁର ଓ ଭଞ୍ଜନଗର ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପୂରଣ କରିବାକୁ ଯାଇ ସୋରଡ଼ା ଆମ ପୋଲିସ ସମିତି ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଛି।ଏହି ରକ୍ତଦାନ ଶିବିରକୁ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଶୁଭ ଉଦଘାଟନ କରିଥିବା ବେଳେ ଏନ୍ ଏ ସି ଅଧ୍ୟକ୍ଷ ଶିବ ଶଙ୍କର ପଣ୍ଡା ଓ ଥାନାଧିକାରୀ ରମେଶ କୁମାର ପ୍ରଧାନ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସୁଭାରମ୍ବ କରିଥିଲେ।ଏହି ରକ୍ତଦାନ ଶିବିରରେ 503ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ସୋରଡ଼ା ପୋଲିସର ସମସ୍ତ କର୍ମଚାରୀ ଓ ଥାନାଧିକାରୀ ରମେଶ କୁମାର ପ୍ରଧାନଙ୍କ ସୁବନ୍ଦୋବସ୍ତ ଦ୍ଵାରା ଆକୃଷ୍ଟ ହୋଇ ଯୁବ ଗୋଷ୍ଠୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଡ୍ରାଇଭର ମହାସଂଘ,ଅଟୋ ମଳିକ ସଂଘ,ସୋରିସବିଲିର ସ୍ୱର୍ଣ୍ଣ ଭୂମି ଯୁବକ ସଂଘ, ନୂଆଗଡ଼ର ଦିବ୍ୟଜ୍ୟୋତି ଯୁବକ ସଙ୍ଘ, କନ୍ଧୁଣି ଦେବୀ ଯୁବକ ସଙ୍ଘ, ଶ୍ରୀ ସତ୍ୟ ସାଇ ସେବା ସଙ୍ଘ ଆଦି ଯୋଗଦେଇ ସହଯୋଗ କରି ରକ୍ତ ଦାନ କରିଥିଲେ ।ଆଜି ର ଏହି ରକ୍ତଦାନ ଶିବିରରେ ଆସ୍କା ଏସଡ଼ିପିଓ ଉମା ଶଙ୍କର ସିଂହ , ଏସ ଡି ପି ଓ ଭଞ୍ଜନଗର ଶୁଭ୍ରାଷ୍ଣୁ ଶେଖର ମିଶ୍ର, ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ, ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ଥାନାଧିକାରୀ ଆସ୍କା ପ୍ରଶାନ୍ତ କୁମାର ସାହୁ, ବଡ଼ଗଡ଼ ସୁରଜ କୁମାର ଝଙ୍କାର, ଧରାକୋଟ ମମତା ସାମନ୍ତରାୟ , ଶେରଗଡ଼ ମନୋଜ କୁମାର ପ୍ରଧାନ , ଗାଙ୍ଗପୁର ଶୁଭେନ୍ଦୁ କୁମାର ସାହୁ , କୋଟିନଡ଼ା କୃଷ୍ଣ ସାହୁ, ପାଟପୁର ସବ୍ୟସାଚୀ ମଲ୍ଲ, ସୋରଡ଼ା ଷ୍ଟେଟ ବ୍ୟାଙ୍କ ପରିଚାଳକ ପ୍ରକାଶ ଚନ୍ଦ୍ର ବେହେରା, ୟୁନିଅନ ବ୍ୟାଙ୍କ ପରିଚାଳକ ସୁନୀଲ କୁମାର ଓ ଡ଼. ଅଜିତ କୁମାର ପାଣିଗ୍ରାହୀ ପ୍ରମୁଖ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ।ଆମ ପୋଲିସ ସମିତିର ସମସ୍ତ ସଦସ୍ୟ,ସ୍ବେଚ୍ଛାସେବୀ,ସାମ୍ବାଦିକ ଗଣ,ବହୁ ଯୁବ ଗୋଷ୍ଠୀଙ୍କ ସହିତ ଚଳିତ ଥର ପୋଲିସର 10ରୁ ଉର୍ଦ୍ଧ୍ବ କର୍ମଚାରୀ ଓ 50ରୁ ଉର୍ଦ୍ଧ୍ବ ମହିଳା ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।ସୋରଡା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦବସ୍ତ ଥାନା ପରିସରରେ କରାଯାଇଥିଲା।ବର୍ତ୍ତମାନ ସମୟରେ ରକ୍ତ ଅଭାବରୁ କାହାରି ଯେମିତି ମୃତ୍ୟୁ ନହୁଏ ତାକୁ ଦୃଷ୍ଟିରେ ରଖି ବହୁ ଯୁବପିଢି ରକ୍ତଦାନ କରି ଖୁସିହୋଇଥିବା କହିଛନ୍ତି ରକ୍ତଦାତା । ବହୁ ଯୁବ ପିଢ଼ି ସ୍ୱେଚ୍ଛାକୃତ ଭାବେ ଆସି ରକ୍ତଦାନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ସୋରଡ଼ା ତହସିଲଦାର ଓ ଥାନାଧିକାରୀ ।ଗୋଟିଏ ପଟେ ବ୍ରହ୍ମପୁର ରକ୍ତ ଭଣ୍ଡାରର 302 ୟୁନିଟ ସଂଗ୍ରହ କରିଥିବା ବେଳେ ଅନ୍ୟପଟେ ଭଞ୍ଜନଗର ରକ୍ତ ଭଣ୍ଡାର 201 ୟୁନିଟ ସଂଗ୍ରହ କରିଥିଲେ।ଦକ୍ଷିଣ ଓଡ଼ିଶାର ମୁଖ୍ୟ ତଥା ଗଞ୍ଜାମ ଜିଲ୍ଲାର ପ୍ରମୁଖ ଏମ୍ କେ ସି ଜି ଡାକ୍ତରଖାନା ସହିତ ଉପଖଣ୍ଡ ଚିକିତ୍ସାଲୟ ଭଞ୍ଜନଗରରେ 12ଟି ବ୍ଲକର ରୋଗୀ ନିର୍ଭର କରୁଥିବା ଯୋଗୁଁ ବହୁ ପରିମାଣରେ ରକ୍ତର ଆବଶ୍ୟକତା ରହୁଛି।ଏଣୁ ଏମିତି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର କରି ରୋଗୀଙ୍କ ପାଇଁ ରକ୍ତ ସଂଗ୍ରହ କରିବାକୁ ଆହ୍ୱାନ କରିଛନ୍ତି ଆସ୍କା ଏସ ଡ଼ି ପି ଓ ଶ୍ରୀ ସିଂହ।ଏହି ମହତ କାର୍ଯ୍ୟକ୍ରମରେ ପ୍ରକୃତି ମଧ୍ୟ ସାଥ ଦେଇ ମେଘାଛନ ରହିଥିଲା ବେଳେ ଜିଲ୍ଲା ପରିଷଦ ସଭ୍ୟ ସମରେନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ ମହାଙ୍କୁଡ, ବିଜେଡି ବ୍ଲକ ସଭାପତି ବସନ୍ତ କୁମାର ସ୍ୱାଇଁ, ସରପଞ୍ଚ ତ୍ରିଲୋଚନ ସାହୁ, ରଶ୍ମିତା ଆଚାର୍ଯ୍ୟ, ସଂଜୀବ ଅଧିକାରୀ ଓ ଯୋହନ ଵାପିସ୍ଟି ଙ୍କ ସହ ବହୁ ସଂଖ୍ୟାକ ବିଜେଡି ଓ ବିଜେପି ର ଆଗ ଧାଡ଼ିର କର୍ମୀ ଓ ନେତା ଉପସ୍ଥିତ ରହିଥିଲେ |
ସୋରଡା ପୋଲିସ ସମିତି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।
By: SANGHARSA TV
0
Tags
www.sangharsatv.in